Maharashtra Political Crisis: ସରକାରୀ ବାସଭବନ ଛାଡି଼ଲେ ଠାକରେ ପରିବାର
Advertisement
Article Detail0/zeeodisha/odisha1229364

Maharashtra Political Crisis: ସରକାରୀ ବାସଭବନ ଛାଡି଼ଲେ ଠାକରେ ପରିବାର

Maharashtra Political Crisis: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରୀ ବାସଭବନ 'ବର୍ଷା' ଛାଡି ବାନ୍ଦ୍ରାସ୍ଥିତ ତାଙ୍କ ବ୍ୟକ୍ତିଗତ ବାସଭବନ 'ମାତୋଶ୍ରୀ' ଫେରିଛନ୍ତି।

Maharashtra Political Crisis: ସରକାରୀ ବାସଭବନ ଛାଡି଼ଲେ ଠାକରେ ପରିବାର

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଆସିଛି ଏକ ବଡ଼ ଖବର। ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଆଶ୍ଚର୍ଯ୍ୟ ଜନକ ପଦକ୍ଷେପ ନେଇଛନ୍ତି। ବୁଧବାର ରାତିରେ ସେ ତାଙ୍କ ସରକାରୀ ବାସଭବନ ଛାଡି ଦେଇଛନ୍ତି। ଏହି ଘଟଣା ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ମହା ବିକାଶ ଅଘାଡି ସରକାରର ସ୍ଥିରତା ଉପରେ ପ୍ରଶ୍ନ ଉଠାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରୀ ବାସଭବନ 'ବର୍ଷା' ଛାଡି ବାନ୍ଦ୍ରାସ୍ଥିତ ତାଙ୍କ ବ୍ୟକ୍ତିଗତ ବାସଭବନ 'ମାତୋଶ୍ରୀ' ଫେରିଛନ୍ତି।

ଯାହାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଏକ ପ୍ୟାକ୍ ହୋଇଥିବା ବ୍ୟାଗ୍ ନେଇଥିବାର ଦେଖାଯାଉଛି। ଏହାପୂର୍ବରୁ ବୁଧବାର ସନ୍ଧ୍ୟାରେ ଫେସବୁକ ଲାଇଭ ଆସି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ କୌଣସି ସମୟରେ ତାଙ୍କ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ପୁଅ ଏବଂ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ତାଙ୍କ ମାଆ ରଶ୍ମୀ ଠାକରେ ଏବଂ ଭାଇ ତେଜସ ଠାକରେଙ୍କ ସହ ରାଜଧାନୀ ମୁମ୍ବାଇସ୍ଥିତ ସରକାରୀ ବାସ ଭବନରୁ ବିଦାୟ ନେଇଥିଲେ। ଏହାପୂର୍ବରୁ ବୁଧବାର ଫେସବୁକ୍ ଲାଇଭ ଆସି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଘଟଣାକ୍ରମ ବାବଦରେ ଉଦ୍ଧବ ଠାକରେଙ୍କ ପ୍ରଥମ ସାର୍ବଜନୀନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏନେଇ ସେ କହିଥିଲେ ଯେ ଯଦି ଲୋକେ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଦେଖବାକୁ ଚାହୁଁନାହାଁନ୍ତି ତାହେଲେ ସେମାନେ ମୋ ପାଖକୁ ଆସି କହିପାରିବେ। ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୁଁ ବାଲାସାହେବଙ୍କ ପୁଅ। ମୁଁ କୌଣସି ପଦବୀ ପଛରେ ପଡ଼ିନାହିଁ। ଯଦି ଆପଣ ଚାହୁଁଛନ୍ତି ମୁଁ ଇସ୍ତଫା ଦିଏ ତାହେଲେ ମୁଁ ମୋର ସମସ୍ତ ଆସବାବପତ୍ର ମାତ୍ରୋଶ୍ରୀ ନେଇଯିବି।

ଏହା ସହିତ ସେ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ ମୁଁ ଏହି ପଦ ଛାଡିବାକୁ ପ୍ରସ୍ତୁତ। ହେଲେ ଆପଣ ମୋତେ ପ୍ରତିଶୃତି ଦେଇ ପାରିବ ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ଆସିବେ?  ଏହାକୁ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ପାଇଁ ଏହା ଏକ ପ୍ରତ୍ୟକ୍ଷ ଆହ୍ୱାନ ଭାବେ ଦେଖାଯାଉଛି। ଯିଏ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଶିବ ସେନା ଭାବରେ ଉପସ୍ଥାପିତ କରୁଛନ୍ତି ଏବଂ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ଆଦର୍ଶକୁ ଦର୍ଶାଉଛନ୍ତି। 

Also Read: ଗାଦି ଛାଡି଼ବାକୁ ପ୍ରସ୍ତୁତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ; ଶିବ ସୈନିକଙ୍କ ସାମ୍ନାରେ ରଖିଲେ ୨ ସର୍ତ୍ତ