Maharashtra Politics: ଯଦି ଜଣେ ବିଧାୟକ ନିର୍ବାଚନ ହାରନ୍ତି ତାହେଲ ମୁଁ ଛାଡିଦେବି ରାଜନୀତି
Advertisement
Article Detail0/zeeodisha/odisha1260347

Maharashtra Politics: ଯଦି ଜଣେ ବିଧାୟକ ନିର୍ବାଚନ ହାରନ୍ତି ତାହେଲ ମୁଁ ଛାଡିଦେବି ରାଜନୀତି

Maharashtra Politics:  ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ମେଣ୍ଟ ସରକାରରେ ଶିବସେନା ବିଧାୟକ ଶ୍ୱାସରୁଦ୍ଧ ଅନୁଭବ କରୁଥିଲେ।

Maharashtra Politics: ଯଦି ଜଣେ ବିଧାୟକ ନିର୍ବାଚନ ହାରନ୍ତି ତାହେଲ ମୁଁ ଛାଡିଦେବି ରାଜନୀତି

Maharashtra Politics: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହା ବିକାଶ ଅଘାଡ଼ି ମେଣ୍ଟକୁ ଟାର୍ଗେଟ କରି ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଏନେଇ ଘୋଷଣା କରି ସେ କହିଛନ୍ତି ଯେ ଯଦି ତାଙ୍କୁ ସମର୍ଥନ କରିଥିବା ୪୦ ଶିବସେନା ବିଧାୟକଙ୍କ ମଧ୍ୟରୁ ଯଦି ଜଣେ କେହି ରାଜ୍ୟର ପରବର୍ତ୍ତୀ ବିଧାନସଭା ନିର୍ବାଚନ ​​ହାରିଯାନ୍ତି ତାହେଲେ ସେ ରାଜନୀତି ଛାଡିଦେବେ।

ନିଜର ସମର୍ଥକ ବିଧାୟକ ଅବଦୁଲ ସତ୍ତାରଙ୍କ ଦ୍ୱାରା ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ମୋତେ ସମର୍ଥନ କରୁଥିବା ୫୦ ଜଣ ବିଧାୟକ ନିର୍ବାଚନ ​​ଜିତିବେ। ଯଦି ସେମାନଙ୍କ ମଧ୍ୟରୁ କେହି ହାରିଯାନ୍ତି ତାହେଲେ ମୁଁ ରାଜନୀତି ଛାଡିଦେବି। ଆଗାମୀ ବିଧାନସଭା ନିର୍ବାଚନରେ ​​ତାଙ୍କ ଶିବସେନା ଏବଂ ସହଯୋଗୀ ବିଜେପି ମିଳିତ ଭାବେ ୨ ଶହରୁ ଅଧିକ ଆସନ ପାଇବେ କିମ୍ବା ନହେଲେ ସେ ରାଜନୀତି ଛାଡିଦେବେ।

ନିକଟରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ମେଣ୍ଟ ସରକାରର ପତ୍ତନ ବାବଦରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସିନ୍ଦେ ଏହାର ସମ୍ଭାବ୍ୟ ପରିଣାମକୁ ନେଇ ଚିନ୍ତିତ ରହିଥିବା ସ୍ୱୀକାର କରିଛନ୍ତି। ଏନେଇ ସେ କହିଛନ୍ତି ଯେତେବେଳେ ଏହି ଘଟଣା ଘଟୁଥିଲା ପ୍ରଥମେ ସେଠାରେ ୩୦ ଜଣ ବିଧାୟକ ଥିଲେ। ପରେ ସେମାନଙ୍କ ସଂଖ୍ୟା ୫୦ ହୋଇଗଲା। ସେମାନେ ସମସ୍ତେ ମୋତେ ଉତ୍ସାହିତ କରୁଥିଲେ ଏବଂ ମୁଁ ସେମାନଙ୍କୁ ସମର୍ଥନ କରୁଥିଲି। ହେଲେ ମୁଁ ଚିନ୍ତିତ ଥିଲି ମୋତେ ସମର୍ଥନ କରୁଥିବା ବିଧାୟକଙ୍କ ସହ କ’ଣ ହେବ? କାରଣ ସେମାନେ ତାଙ୍କର ରାଜନୈତିକ କ୍ୟାରିଅରକୁ ମୋ ସହ ବିପଦରେ ଲଗାଇ ଦେଇଛନ୍ତି।

ଦଳର ବିଭିନ୍ନ ନେତାଙ୍କ ଦ୍ୱାରା ମୋର ସମର୍ଥକ ବିଧାୟକଙ୍କୁ କୁକୁର, ଘୁଷୁରୀ ଏବଂ ଶବ ଭାବରେ ନାମିତ କରାଯିବା କଥା ମନେ ପକାଇ ମୁଖ୍ୟମନ୍ତ୍ରୀ ସିନ୍ଦେ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ କୌଣସି ବିଧାୟକଙ୍କୁ ଜୋରଜବରଦସ୍ତ ତାଙ୍କ ପାଖରେ ରଖାଯାଇଥିଲା। ସେମାନେ ହିନ୍ଦୁତ୍ୱ ଏବଂ ରାଜ୍ୟର ବିକାଶ ଲାଗି ଏକାଠି ହୋଇଥିଲେ। ସ୍ୱର ଉତ୍ତୋଳନ କରିଥିବା ଶିବସେନା ବିଧାୟକ ଦଳର ସଂସ୍ଥାପକ ତଥା ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକରେ ଏବଂ ଆନନ୍ଦ ଦୀଘେ ସାହେବଙ୍କ ଦ୍ୱାରା ଅନୁପ୍ରାଣିତ। ଯେଉଁମାନେ ସର୍ବଦା କଂଗ୍ରେସ ଏବଂ ଏନସିପି ଭଳି ଦଳକୁ ରାଜନୈତିକ ପ୍ରତିଦ୍ୱନଦ୍ୱୀ ଭାବେ ବିବେଚନା କରୁଥିଲେ।  ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ମେଣ୍ଟ ସରକାରରେ ଶିବସେନା ବିଧାୟକ ଶ୍ୱାସରୁଦ୍ଧ ଅନୁଭବ କରୁଥିଲେ।

Also Read: Maharashtra Politics: ବିଦ୍ରୋହୀ ବିଧାୟକଙ୍କୁ ନେଇ ବଡ଼ ଦାବି କଲେ ଶିବସେନା ସାଂସଦ ବିନାୟକ ରାଉତ

Also Read: Maharashtra Politics: ସାଂସଦ-ବିଧାୟକ ପରେ ଏବେ ସଙ୍ଗଠନ ଉପରେ ସିନ୍ଦେ ଗୋଷ୍ଠୀ ନଜର