UP CM Yogi Adityanath: କାମ ଦେଲାନି ମଦାନୀ-ଓୱେସୀଙ୍କ ଧମକ, ଆରମ୍ଭ ହୋଇଗଲା ମଦ୍ରାସା ସର୍ଭେ
Advertisement
Article Detail0/zeeodisha/odisha1353067

UP CM Yogi Adityanath: କାମ ଦେଲାନି ମଦାନୀ-ଓୱେସୀଙ୍କ ଧମକ, ଆରମ୍ଭ ହୋଇଗଲା ମଦ୍ରାସା ସର୍ଭେ

Madrasa Survey in UP: ରାଜ୍ୟରେ ହେଉଥିବା ମଦ୍ରାସା ସର୍ଭେ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଧରମପାଲ ସିଂହ। ଏନେଇ ମନ୍ତ୍ରୀ କହିଛନ୍ତି ମଦ୍ରାସା ସର୍ଭେ ଏକ ଭଲ କାମ। 

UP CM Yogi Adityanath: କାମ ଦେଲାନି ମଦାନୀ-ଓୱେସୀଙ୍କ ଧମକ, ଆରମ୍ଭ ହୋଇଗଲା ମଦ୍ରାସା ସର୍ଭେ

UP Madrasa Survey: ମଦ୍ରାସା ଉପରେ ସର୍ଭେ କରିବାକୁ ନେଇ ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସି ଏବଂ ଜମିୟତ୍ ଉଲେମା-ଇ-ହିନ୍ଦ ଅଧ୍ୟକ୍ଷ ମୌଲାନା ସୟଦ ଅରଶଦ ମଦାନୀ ଦେଇଥିବା ଚେତାବନୀ ଧମକକୁ ନେଇ ତିଳେମାତ୍ର ବିଚଳିତ ହୋଇନାହାଁନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତାଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ମଦ୍ରାସା ଉପରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରୁ ଏକ ଅଜ୍ଞାତ ମଦ୍ରାସା ମିଳିଛି। ଜିଲ୍ଲା ପ୍ରଶାସନ ସମସ୍ତ ମଦ୍ରାସା, ସେଠାରେ ଶିକ୍ଷାଦାନ କରୁଥିବା ମୌଲାନା, ମଦ୍ରାସା ଜମି ମାଲିକାନା ବାବଦରେ ତଥ୍ୟ ସଂଗ୍ରହ କରୁଛି।  

ଉତ୍ତର ପ୍ରଦେଶ ମଦ୍ରାସା ସର୍ଭେ (Uttar Pradesh Madrasa Survey) ଅଭିଯାନର ପ୍ରଥମ ଦିନରେ ରାଜ୍ୟର ହମିରପୁର ଜିଲ୍ଲାରେ ଏକ ନକଲି ମଦ୍ରାସା (Madrasa) ଧରାପଡିଛି। ସରକାରଙ୍କ ସ୍ୱୀକୃତି ନ ଥାଇ ସେହି ମଦ୍ରାସା ଗୁପ୍ତରେ ପରିଚାଳିତ ହେଉଥିଲା। ସେହିଭଳି ଆଲିଗଡ ଜିଲ୍ଲାରେ ଦୁଇଟି ମଦ୍ରାସା ବିନା ସ୍ୱୀକୃତିରେ ଚାଲୁଥିବାର ଜଣାପଡ଼ିଛି। ଉଭୟ ମଦ୍ରାସାଠାରେ ପ୍ରାୟ ୩୫୦ ପିଲାଙ୍କୁ କୁରାନ ଏବଂ ହଦୀସ ପଢା ଯାଉଥିଲା। ଯେତେବେଳେ ଅନୁସନ୍ଧାନ କରିବାକୁ ଆସିଥିବା ନଗର ଶିକ୍ଷା ଅଧିକାରୀ ମଦ୍ରାସା ମାନ୍ୟତା ବାବଦରେ ପଚାରିଥିଲେ ସେତେବଳେ ପିଲାଙ୍କୁ ପଢାଉଥିବା ମୌଲାନା କୌଣସି ଉତ୍ତର ଦେଇପାରି ନଥିଲେ।

ସେହିପରି ବିଜନୌର ଜିଲ୍ଲାରେ ମଧ୍ୟ ତିନୋଟି ମଦ୍ରାସା ଉପରେ ସର୍ଭେ କରାଯାଇଥିଲା। ସେଠାରେ ଜମି, ପାଣ୍ଠି ଏବଂ ଶିକ୍ଷାଦାନ କରୁଥିବା ମୌଲାନାଙ୍କ (Madrasa Maulan) ବାବଦରେ ଅନେକ ଅନିୟମିତତା ହୋଇଥିବାର ଦେଖା ଯାଇଥିଲା। ଆଗ୍ରା ଜିଲ୍ଲାର ଅଜ୍ଞାତ ମଦ୍ରାସା ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନ ଏକ ଦଳ ଗଠନ କରିଛି। ଏହି ଦଳ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୨ ପଏଣ୍ଟ ଆଧାରରେ ମଦ୍ରାସା ବାବଦରେ ଯାଞ୍ଚ କରିବେ।

Also Read: Uttar Pradesh: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଓୱେସିଙ୍କ ହାଲ୍ଲାବୋଲ; ମଦ୍ରାସା ସର୍ଭେକୁ ନେଇ ଦେଲେ ବଡ଼ ବୟାନ

ବୁଲନ୍ଦଶହର ଜିଲ୍ଲାରେ ଅଣ ମାନ୍ୟତା ପ୍ରାପ୍ତ ମଦ୍ରାସା ବାବଦରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ତଦନ୍ତ। ଅନୁସନ୍ଧାନ ବେଳେ କୌଣସି ମଦ୍ରାସା ବିନା ସ୍ୱୀକୃତିରେ ଚାଲୁଥିବାର ଦେଖିବାକୁ ମିଳିନାହିଁ। ଆଜମଗଡ ଜିଲ୍ଲାରେ ମଧ୍ୟ ମଦ୍ରାସା ଯାଞ୍ଚ ପାଇଁ ଜିଲ୍ଲାପାଳ ଏକ ୩ ସଦସ୍ୟ ବିଶିଷ୍ଟ ଦଳ ଗଠନ କରିଛି। ଏହି ଦଳ ଜିଲ୍ଲାର ସମସ୍ତ ମଦ୍ରାସା ଉପରେ ଯାଞ୍ଚ କରିବେ। ଅନ୍ୟପଟେ ବାରବାଙ୍କି ଜିଲ୍ଲାରେ ଅଣ ମାନ୍ୟତା ପ୍ରାପ୍ତ ମଦ୍ରାସା ଉପରେ ସର୍ଭେ ଆରମ୍ଭ ହୋଇଛି। ଏହି ଦଳ ଅନେକ ମଦ୍ରାସା ଠାରେ ପହଞ୍ଚି ସେଠାରେ ତଥ୍ୟ ସଂଗ୍ରହ କରିଥିଲା। 

ଉତ୍ତର ପ୍ରଦେଶରେ ମଦ୍ରାସା ଉପରେ ସର୍ଭେ କରିବାକୁ ନେଇ ତାତି ଉଠିଛନ୍ତି ଜମିୟତ୍ ଉଲେମା-ଇ-ହିନ୍ଦ (Jamiat Ulama-e-Hind) ଅଧ୍ୟକ୍ଷ ମୌଲାନା ସୟଦ ଅରଶଦ ମଦାନୀ (Maulana Syed Arshad Madani)। ଅଧ୍ୟକ୍ଷ ମୌଲନା ମଦାନୀ ହେଉଛନ୍ତି ଦାରୁଲ ଉଲୁମ ଦେଓବନ୍ଦ ଏବଂ ଅଲ ଇଣ୍ଡିଆ ମୁସଲିମ ପର୍ସନାମଲ ଲ ବୋର୍ଡ ଉପାଧ୍ୟକ୍ଷ। ଏନେଇ ସେ କହିଛନ୍ତି ଯେ ଯଦି ମଦ୍ରାସା ଉପରେ ସର୍ଭେ କରିବା ଜରୁରୀ ତାହେଲେ ଅନ୍ୟ ଶିକ୍ଷାନୁଷ୍ଠାନ ଉପରେ କାହିଁକି ନୁହେଁ? ମଦ୍ରାସା  ଠାରେ ଶୁଦ୍ଧ ଧାର୍ମିକ ଶିକ୍ଷା ଦିଆଯାଏ। ଦେଶର ସମ୍ବିଧାନ ଦ୍ୱାରା ଆମକୁ ଏହି ଅଧିକାର ଦିଆଯାଇଛି. ଏଠାରେ ଆତଙ୍କବାଦ ପାଇଁ ସ୍ଥାନ ନାହିଁ। ମଦ୍ରାସା ଭଳି ଶିକ୍ଷାନୁଷ୍ଠାନର ଅସ୍ତିତ୍ୱ ଦେଶର ବିକାଶ ପାଇଁ. ମଦ୍ରାସା ଦ୍ୱାର ସବୁବେଳେ ସମସ୍ତଙ୍କ ପାଇଁ ଖୋଲା ରହିଛି।

Also Read: UP Madarsa Survey: ରାଜ୍ୟର ମଦ୍ରାସା ଉପରେ ସର୍ଭେ କରିବାକୁ କାହିଁକି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଅନ୍ୟପଟେ ରାଜ୍ୟରେ ହେଉଥିବା ମଦ୍ରାସା ସର୍ଭେ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଧରମପାଲ ସିଂହ (UP Minority Welfare Minister Dharmpal Singh)। ଏନେଇ ମନ୍ତ୍ରୀ କହିଛନ୍ତି ମଦ୍ରାସା ସର୍ଭେ ଏକ ଭଲ କାମ। ଏହା ଦ୍ୱାରା ମାଦ୍ରାସା ଠାରେ ପଢୁଥିବା ପିଲାଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରାଯାଇ ପାରିବ। ସେମାନଙ୍କର ଉନ୍ନତ ସ୍ୱାସ୍ଥ୍ୟ ଅଛି କି ନାହିଁ ନିଶ୍ଚିତ କରିବାକୁ ଏକ ସର୍ଭେ କରାଯାଉଛି। ଏହି ସର୍ଭେ ଅଭିଯାନର ଉଦ୍ଦେଶ୍ୟ ବହୁତ ଭଲ। ଏହାକୁ ନେଇ ଅନାବଶ୍ୟକ ଭାବେ ସନ୍ଦେହ କରିବା ଠିକ ନୁହେଁ।