Madhya Pradesh Politics: 'ବିଜେପିରେ ଯୋଗ ଦିଅ ନହେଲେ ପ୍ରସ୍ତୁତ ରହିଛି ବୁଲଡୋଜର', କଂଗ୍ରେସ ନେତାଙ୍କୁ ଧମକାଇ ଚର୍ଚ୍ଚାରେ ମଧ୍ୟପ୍ରଦେଶ ମନ୍ତ୍ରୀ
Advertisement

Madhya Pradesh Politics: 'ବିଜେପିରେ ଯୋଗ ଦିଅ ନହେଲେ ପ୍ରସ୍ତୁତ ରହିଛି ବୁଲଡୋଜର', କଂଗ୍ରେସ ନେତାଙ୍କୁ ଧମକାଇ ଚର୍ଚ୍ଚାରେ ମଧ୍ୟପ୍ରଦେଶ ମନ୍ତ୍ରୀ

Madhya Pradesh Minister Threatens Congress Leaders: ମଧ୍ୟ ପ୍ରଦେଶ ମନ୍ତ୍ରୀ ମହେନ୍ଦ୍ର ସିଂହ ସିସୋଦିଆଙ୍କ ଧମକ ଦେଉଥିବାର ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କୁ ଘେରିଛି କଂଗ୍ରେସ। ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବା ପରେ ରାଜ୍ୟରେ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ।

Madhya Pradesh Politics: 'ବିଜେପିରେ ଯୋଗ ଦିଅ ନହେଲେ ପ୍ରସ୍ତୁତ ରହିଛି ବୁଲଡୋଜର', କଂଗ୍ରେସ ନେତାଙ୍କୁ ଧମକାଇ ଚର୍ଚ୍ଚାରେ ମଧ୍ୟପ୍ରଦେଶ ମନ୍ତ୍ରୀ

Madhya Pradesh Minister Mahendra Singh Sisodia: କଂଗ୍ରେସ ନେତା ଏବଂ କର୍ମକର୍ତ୍ତାଙ୍କୁ ଧମକ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମଧ୍ୟ ପ୍ରଦେଶ ମନ୍ତ୍ରୀ ମହେନ୍ଦ୍ର ସିଂହ ସିସୋଦିଆ। ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ସରଗରମ ହୋଇଉଠିଛି ମଧ୍ୟ ପ୍ରଦେଶ ରାଜନୀତି। ବିରୋଧି ଦଳର ନେତା କର୍ମକର୍ତ୍ତାଙ୍କୁ ଧମକ ଏବେ ବିବାଦୀୟ ହୋଇପଡ଼ିଛନ୍ତି ମନ୍ତ୍ରୀ ମହେନ୍ଦ୍ର ସିଂହ ସିସୋଦିଆ। କଂଗ୍ରେସ ନେତାଙ୍କୁ ବିଜେପିରେ ଯୋଗ ଦେବା ପାଇଁ ଧମକ ଦେଇଛନ୍ତି ମନ୍ତ୍ରୀ ସିସୋଦିଆ। ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବା ପରେ ରାଜ୍ୟରେ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ।

ଶୁକ୍ରବାର ରାଘୋଗଡ଼ ପୌରସଂସ୍ଥା ନିର୍ବାଚନ ଲାଗି ବିଜେପି ପାଇଁ ପ୍ରଚାର କରିବାକୁ ପହଞ୍ଚିଥିଲେ ମଧ୍ୟ ପ୍ରଦେଶ ମନ୍ତ୍ରୀ ମହେନ୍ଦ୍ର ସିଂହ ସିସୋଦିଆ। ନିର୍ବାଚନ ପ୍ରଚାର କରିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ, "ବିଜେପିରେ ଯୋଗ ଦିଅନ୍ତୁ। ଧୀରେ ଧୀରେ ଶାସକ ଦଳ ଆଡକୁ ଆସନ୍ତୁ। ଆସନ୍ତା ୨୦୨୩ ନିର୍ବାଚନରେ ବିଜେପି ମଧ୍ୟ ପ୍ରଦେଶରେ ସରକାର ଗଠନ କରିବ। ମାମାଙ୍କ ବୁଲଡୋଜର ପ୍ରସ୍ତୁତ ରହିଛି। " 

ମଧ୍ୟ ପ୍ରଦେଶ ବ୍ୟତୀତ ଅନ୍ୟ କେତେକ ବିଜେପି ଶାସିତ ରାଜ୍ୟରେ ଏବେ ବୁଲଡୋଜର ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ପ୍ରଶାସନ ରାଜ୍ୟରେ ବିଭିନ୍ନ ଅପରାଧରେ ଜଡ଼ିତ ରହିଥିବା ଅଭିଯୁକ୍ତଙ୍କ ବେଆଇନ ସମ୍ପତ୍ତିକୁ ବୁଲଡ଼ୋଜର ମାଧ୍ୟମରେ ନଷ୍ଟ କରି ଦେଉଛନ୍ତି। ରାଜ୍ୟରେ ଅପରାଧ ଏବଂ ଅପରାଧିକ ମାମଲାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ "ଶୂନ୍ୟ ସହନଶୀଳତା" ନୀତି ଗ୍ରହଣ କରିଛନ୍ତି। ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଅପରାଧ ବିରୋଧରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରଶଂସା କରିଛନ୍ତି। ମଧ୍ୟ ପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ "ମାମା" ନାମରେ ଜଣାଶୁଣା। 

ମଧ୍ୟ ପ୍ରଦେଶ ମନ୍ତ୍ରୀ ମହେନ୍ଦ୍ର ସିଂହ ସିସୋଦିଆଙ୍କ ଧମକ ଦେଉଥିବାର ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କୁ ଘେରିଛି କଂଗ୍ରେସ। ଏନେଇ ମଧ୍ୟ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ମୁଖ୍ୟ କେକେ ମିଶ୍ରା ଟ୍ୱିଟ କରି କହିଛନ୍ତି, "ପଞ୍ଚାୟତ ମନ୍ତ୍ରୀ ମହେନ୍ଦ୍ର ସିଂହ ସିସୋଦିଆ ରାଘୋଗଡ଼ ଠାରେ କଂଗ୍ରେସ କର୍ମକର୍ତ୍ତାଙ୍କୁ କହିଛନ୍ତି ଯେ ବିଜେପିରେ ଯୋଗ ଦିଅନ୍ତୁ ନହେଲେ ୨୦୨୩ ପରେ ବୁଲଡୋଜର ପ୍ରସ୍ତୁତ ରହିଛି। ମନ୍ତ୍ରୀ ମହୋଦୟ ଆପଣଙ୍କ ବୁଲଡୋଜର ବ୍ରିଟିଶ ସରକାର ଠାରୁ ବଡ ନୁହେଁ, ଯେଉଁମାନଙ୍କ ବିରୋଧରେ ଆମେ ଲଢେଇ କରିଛୁ। "

ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଗୁନା ଜିଲ୍ଲା କଂଗ୍ରେସ ସଭାପତି ହରିଶଙ୍କର ବିଜୟଭାର୍ଗୀୟ କହିଛନ୍ତି ଯେ ମନ୍ତ୍ରୀଙ୍କ ମନ୍ତବ୍ୟ ବିଜେପି ସରକାରର ଭାବମୂର୍ତ୍ତିକୁ ଖରାପ କରିଦେଇଛି। ମନ୍ତ୍ରୀ ତାଙ୍କ ଭାଷାରେ ସଂଯମତା ରକ୍ଷା କରିବା ଆବଶ୍ୟକ। ରାଘୋଗଡ ଲୋକେ ତାଙ୍କୁ ୨୦ ଜାନୁଆରୀରେ ହେବାକୁ ଯାଉଥିବା ମତଦାନରେ ଉପଯୁକ୍ତ ଉତ୍ତର ଦେବେ।

ରାଘୋଗଡ଼ ହେଉଛି ବରିଷ୍ଠ କଂଗ୍ରେସ ନେତା ତଥା ଦଳର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହଙ୍କ ଗୃହଜିଲ୍ଲା। ତାଙ୍କ ପୁଅ ଜୟବର୍ଦ୍ଧନ ସିଂହ ହେଉଛନ୍ତି ଏଠାକାର ସ୍ଥାନୀୟ ବିଧାୟକ। ଚଳିତ ବର୍ଷ ହେବାକୁ ଯାଉଥିବା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବ ବୋଲି ମତବ୍ୟକ୍ତ କରିଛନ୍ତି ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ।