Shocking News: ଦଳରୁ ବିଦା ହେବା ପରେ ଭୋ ଭୋ ହୋଇ କାନ୍ଦିଲେ ବିଜେପି ନେତା, କହିଲେ...
Advertisement
Article Detail0/zeeodisha/odisha1405412

Shocking News: ଦଳରୁ ବିଦା ହେବା ପରେ ଭୋ ଭୋ ହୋଇ କାନ୍ଦିଲେ ବିଜେପି ନେତା, କହିଲେ...

BJP suspends Rajkumar Dhanora: ଦଳରୁ ବହିଷ୍କୃତ ହେବା ପରେ ପୂର୍ବତନ ବିଜେପି ନେତା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।  ମାତ୍ର ସାମ୍ବାଦିକ ସମ୍ମିଳନୀ କରିବା ବେଳେ କାନ୍ଦି ପକାଇଥିଲେ। 

Shocking News: ଦଳରୁ ବିଦା ହେବା ପରେ ଭୋ ଭୋ ହୋଇ କାନ୍ଦିଲେ ବିଜେପି ନେତା, କହିଲେ...

Madhya Pradesh: ଦଳରୁ ବିଦା ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ଜଣେ ବିଜେପି ନେତା। ମଧ୍ୟ ପ୍ରଦେଶ ସାଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ଜଣେ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ କରିବା ବେଳେ କାନ୍ଦି ପକାଇଛନ୍ତି। ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା କହିଛନ୍ତି ନେତା ଜଣଙ୍କ। ପୂର୍ବତନ ବିଜେପି ନେତା ରାଜକୁମାର ଧନୌରା କହିଛନ୍ତି ଯେ ବିଗତ ୩୦ ବର୍ଷ ଧରି ସେ ଦଳର ସେବା କରି ଆସୁଛନ୍ତି। ହେଲେ ତାଙ୍କୁ ଦଳରୁ ପୋକ ମାଛି କାଢିବା ଭଳି ବାହାର କରି ଦିଆଯାଇଛି। ଦଳୀୟ ନେତା ରାଜକୁମାର ଧନୌରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି।

ଦଳରୁ ବହିଷ୍କୃତ ହେବା ପରେ ପୂର୍ବତନ ବିଜେପି (BJP) ନେତା ରାଜକୁମାର ଧନୌରା (Rajkumar Dhanora) ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁଠି ସେ କହିଛନ୍ତି ଯେ ଆମେ ଦଳୀୟ ସଙ୍ଗଠନ (Madhya Pradesh BJP Organization) ଆଗରେ ଆମର ମତାମତ ରଖିଛୁ। ମଧ୍ୟ ପ୍ରଦେଶ ବିଜେପି ଅଧ୍ୟକ୍ଷ (Madhya Pradesh BJP President President) ବିଷ୍ଣୁଦତ୍ତ ଶର୍ମାଙ୍କୁ (Vishnu Datta Sharma) ଭେଟିଛୁ। ଯଦି କିଛି ଭୁଲ ହୋଇଯାଇଛି, ତାହେଲେ ମୁଁ ଦଳ ପାଖରୁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି। ହେଲେ ଏହା ପରେ ମୋ ସହ ଅତ୍ୟାଚାର କରାଯାଇଛି। ବିଜେପି ପାଇଁ ମୁଁ ୩୦ ବର୍ଷ ଧରି ପରିଶ୍ରମ କରିବା ପରେ ମୋତେ ଦଳରୁ ମୋତେ ପୋକ ମାଛି ଭଳି ବାହାର କରି ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏକଥା କହିବା ବେଳେ ସେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ। 

ମଧ୍ୟ ପ୍ରଦେଶ (Madhya Pradesh) ସୁରଖୀ ଆସନର (Surkhi Assembly Constituency) ଗୋବିନ୍ଦ ସିଂହ ରାଜପୁତଙ୍କ (Govind Singh Rajput) ବାବଦରେ ବିବାଦୀୟ ବୟାନ ଦେବାର ଅଭିଯୋଗ ରାଜକୁମାର ଧନୌରାଙ୍କ ନାମରେ ରହିଛି। ଏହି ଅଭିଯୋଗରେ ଦଳ ରାଜକୁମାର ଧନୌରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଧ୍ୟପ୍ରଦେଶ ବିଜେପି ସଭାପତି ବିଷ୍ଣୁଦତ୍ତ ଶର୍ମା ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

Also Read: Gujarat Politics: ଦଳୀୟ କର୍ମକର୍ତ୍ତାଙ୍କୁ ଚେତାବନୀ ଦେଲେ ବିଜେପି ସାଂସଦ ମନସୁଖ ବସାୱା

ରାଜକୁମାର ଧନୌରା କହିଛନ୍ତି ଯେ ଦଳରେ କେବଳ ଛୋଟ ନେତାଙ୍କ ପାଇଁ ଅନୁଶାସନ ଏବଂ ଆଦର୍ଶ ତିଆରି ହୋଇଛି? ଯେତେବେଳେ କୈଳାଶ ବିଜୟଭାର୍ଗୀୟ କହିଥିଲେ ଯେ ମଧ୍ୟ ପ୍ରଦେଶ ସରକାର ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ। ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଯେତେବେଳେ ତାଙ୍କ ମଦ ବିରୋଧୀ ଆନ୍ଦୋଳନ ସମୟରେ ମନ୍ତବ୍ୟ ଦେଇଥିଲେ, ସେତେବେଳେ ଦଳ ପକ୍ଷରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।  କ'ଣ ଏହା ଠିକ୍ କି କେବଳ ଦଳର ଛୋଟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ? ରାଜ୍ୟ ବିଜେପି ନେତୃତ୍ୱ ଏହାର ଜବାବ ଦେବା ଆବଶ୍ୟକ।

ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ରାଜକୁମାର ଧନୌରା ସୁରଖୀ ବିଧାୟକ ତଥା ରାଜସ୍ୱ ଏବଂ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂହ ରାଜପୁତଙ୍କ ବିରୋଧରେ ବର୍ଷିଥିଲେ। ୬ ବର୍ଷ ପାଇଁ ଧରି ଦଳରୁ ନିଷ୍କାସିତ ହେବା ପରେ ସେ ନିଜର କ୍ରୋଧ ନିୟନ୍ତ୍ରଣ କରି ନ ପାରି କାନ୍ଦି ପକାଇଥିଲେ।