Election 2024: ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ, ଦେଖନ୍ତୁ ଭୋଟ୍ ଗ୍ରହଣ ତାରିଖ ଓ ରାଜ୍ୟଗୁଡିକ ବିଷୟରେ ସମ୍ପୂର୍ଣ୍ଣ ସୂଚନା
Advertisement
Article Detail0/zeeodisha/odisha2159832

Election 2024: ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ, ଦେଖନ୍ତୁ ଭୋଟ୍ ଗ୍ରହଣ ତାରିଖ ଓ ରାଜ୍ୟଗୁଡିକ ବିଷୟରେ ସମ୍ପୂର୍ଣ୍ଣ ସୂଚନା

Lok Sabha Election 2024 Dates: ଲୋକସଭା ନିର୍ବାଚନ ୨୦୨୪ କୁ ନେଇ ନିର୍ବାଚନ ଆୟୋଗ ତାରୀଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଏଥର ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ଭୋଟ୍ ଗଣନା ୪ ଜୁନରେ ହେବ।

 

 Lok Sabha Election 2024 Dates

Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ କୁ ନେଇ ନିର୍ବାଚନ ଆୟୋଗ ତାରୀଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଏଥର ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ଭୋଟ୍ ଗଣନା ୪ ଜୁନରେ ହେବ। ସାମ୍ବାଦିକ ସମ୍ମିଳନୀ ଆରମ୍ଭରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଆମ ଟିମ୍ ବର୍ତ୍ତମାନ ସଂପୂର୍ଣ୍ଣ ପ୍ରସ୍ତୁତ, ଆମେ ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିର୍ବାଚନ କମିଶନର କହିଛନ୍ତି, ୧୭ ତମ ଲୋକସଭାର କାର୍ଯ୍ୟକାଳ ୧୬ ଜୁନ୍ ୨୦୨୪ ରେ ଶେଷ ହେବାକୁ ଯାଉଛି। ଯେତେବେଳେ କି ଆନ୍ଧ୍ରପ୍ରଦେଶ, ଓଡି଼ଶା, ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭାର କାର୍ଯ୍ୟକାଳ ମଧ୍ୟ ଜୁନ୍ ୨୦୨୪ ରେ ଶେଷ ହେବାକୁ ଯାଉଛି।

ପ୍ରଥମ ପର୍ଯ୍ୟାୟ
ରାଜ୍ୟ - ୨୧ ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ୧୦୨ ଟି ସିଟ୍ 
ମତଦାନ - ୧୯ ଏପ୍ରିଲ
ନାମାଙ୍କନ - ୨୮ ମାର୍ଚ୍ଚ
ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ - ୩୦ ମାର୍ଚ୍ଚ

ଦ୍ୱିତୀୟ ପର୍ଯ୍ୟାୟ
ରାଜ୍ୟ- ୩୦ଟି ରାଜ୍ୟ, ୮୯ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ
ମତଦାନ- ୨୬ ଏପ୍ରିଲ
ନାମାଙ୍କନ - ୪ ଏପ୍ରିଲ୍
ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ- ୮ ଏପ୍ରିଲ୍ 

ତୃତୀୟ ପର୍ଯ୍ୟାୟ
ରାଜ୍ୟ - ୯୪ ଟି ସିଟ୍
ମତଦାନ - ୭ ମଇରେ ମତଦାନ
ନାମାଙ୍କନ- ୧୯ ଏପ୍ରିଲ
ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ - ୨୨ ଏପ୍ରିଲ୍ 

ଚତୁର୍ଥ ପର୍ଯ୍ୟାୟ
ରାଜ୍ୟ - ୯୬ଟି ଆସନରେ ନିର୍ବାଚନ
ମତଦାନ - ୧୩ ମଇ
ନାମାଙ୍କନ - ୨୫ ଏପ୍ରିଲ
ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ -୨୯ ଏପ୍ରିଲ

ପଞ୍ଚମ ପର୍ଯ୍ୟାୟ
ରାଜ୍ୟ - ୪୯ଟି ସିଟ୍ 
ମତଦାନ - ୨୦ ମଇ
ନାମାଙ୍କନ - ୩ ମଇ
ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ- ୬ ମଇ 

ଷଷ୍ଠ ପର୍ଯ୍ୟାୟ
ରାଜ୍ୟ - ୫୬ ଟି ସିଟ୍
ମତଦାନ - ୨୫ ମଇ
ନାମାଙ୍କନ - ୬ ମଇ
ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ -

ସପ୍ତମ ପର୍ଯ୍ୟାୟ
ରାଜ୍ୟ - ୫୭ ଟି ସିଟ୍ 
ମତଦାନ - ୧ ଜୁନ୍ 
ନାମାଙ୍କନ - ୧୪ ମଇ
ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ - ୧୭ ମଇ 

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ 

  • ମେ ୧୩ରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ
  • ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ
  • ମେ ୨୫ ତୃତୀୟ ପର୍ଯ୍ୟାୟ ନିର୍ବାଚନ
  • ଜୁନ୍ ୧ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ 
  • ଜୁନ୍ ୪ରେ ଓଡ଼ିଶାରେ ହେବ ଭୋଟ୍ ଗଣତି

ଦେଶରେ ୯୭ କୋଟି ପଞ୍ଜୀକୃତ ଭୋଟର
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଦେଶରେ ୯୭ କୋଟି ପଞ୍ଜିକୃତ ଭୋଟର ଅଛନ୍ତି। ମୋଟ ଭୋଟରଙ୍କ ମଧ୍ୟରେ ୪୯.୭ କୋଟି ପୁରୁଷ, ୪୭.୧ କୋଟି ମହିଳା ଏବଂ ୪୮ ହଜାର ଟ୍ରାନ୍ସଜେଣ୍ଡର ଅଛନ୍ତି। ପ୍ରଥମ ଥର ପାଇଁ ଭୋଟ୍ ଦେବେ ଭୋଟରଙ୍କ ସଂଖ୍ୟା ୧.୮ କୋଟି ରହିଛି। ଏଠାରେ ୧୦.୫ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ଅଛି। ସେ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ​​୫୫ ଲକ୍ଷ ଇଭିଏମ୍ ବ୍ୟବହାର କରାଯିବ।