Lok Sabha Election 2024: ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବିରୋଧି ଦଳରେ ଛକାପଞ୍ଝା ଜାରି
Advertisement
Article Detail0/zeeodisha/odisha1313076

Lok Sabha Election 2024: ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବିରୋଧି ଦଳରେ ଛକାପଞ୍ଝା ଜାରି

Opposition PM Candidate: ଆସନ୍ତା ୨୦୨୪ ନିର୍ବାଚନ ଲାଗି ୩ ଜଣଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ଲାଗି ମନୋନୀତ କରିଛନ୍ତି ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। ସେମାନେ ହେଉଛନ୍ତି ଟିଏମସି ସୁପ୍ରିମୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ଏନସିପି ସୁପ୍ରିମୋ ଶରଦ ପାୱାର। 

Lok Sabha Election 2024: ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବିରୋଧି ଦଳରେ ଛକାପଞ୍ଝା ଜାରି

Opposition PM Candidate: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ କିଏ ହେବେ ବିରୋଧି ଦଳର ପ୍ରାର୍ଥୀ ସେ ନେଇ ସାମ୍ନାକୁ ଆସିସାରିଛି ସମ୍ଭାବିତ ପ୍ରାର୍ଥୀଙ୍କ ନାମ। ଏହିକ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ୩ ଜଣ ସମ୍ଭାବିତ ପ୍ରାର୍ଥୀଙ୍କ ନାଁ ମନୋନୀତ କରିଛନ୍ତି। ହେଲେ ସେ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରୁ ଦୂରେଇ ରଖିଛନ୍ତି। ତାଙ୍କ କହିବା ଅନୁସାରେ ବର୍ତ୍ତମାନ ତାଙ୍କ ନଜର ଉତ୍ତର ପ୍ରଦେଶ ରାଜନୀତି ଉପରେ ରହିଛି। ଆସନ୍ତା ୨୦୨୪ ନିର୍ବାଚନ ଲାଗି ୩ ଜଣଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ଲାଗି ମନୋନୀତ କରିଛନ୍ତି ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। 

ସେମାନେ ହେଉଛନ୍ତି ଟିଏମସି ସୁପ୍ରିମୋ (TMC Supremo) ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal Chief Minister Mamata Banerjee), ଟିଆରଏସ ସୁପ୍ରିମୋ (TRS Supremo) ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (Telangana Chief Minister K. Chandrasekhar Rao) ଏବଂ ଏନସିପି ସୁପ୍ରିମୋ ଶରଦ ପାୱାର (NCP supremo Sharad Pawar)। ଏହି ତାଲିକାରେ ଅନ୍ୟ ଜଣଙ୍କ ନାଁ ଯୋଡ଼଼ି ହୋଇଥିଲା। ସେ ହେଉଛନ୍ତି ତଥା ଜେଡିୟୁ ପ୍ରତିଷ୍ଠାତା (JDU Founder) ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Bihar CM Nitish Kumar)। ଯେତେବେଳେ ନୀତୀଶ କୁମାର ମହାମେଣ୍ଟ ଛାଡ଼ି ଏନଡିଏ ହାତ ଧରିଥିଲେ ସେତେବେଳେ ସମାଜବାଦୀ ପାର୍ଟି ମୁଖ୍ୟ (Samajwadi Party President) ଅଖିଲେଶ ଯାଦବ (Akhilesh Yadav) ତାଙ୍କୁ ସମାଲୋଚନା କରିଥିଲେ। ହେଲେ ବିହାର ମୁଖ୍ୟମନ୍ତ୍ରୀ ପୁନର୍ବାର ପଟ ପରିବର୍ତ୍ତନ କରି ଆରଜେଡି-କଂଗ୍ରେସ ସହ ମେଣ୍ଟ ସରକାର ଗଠନ କରିବା ସହ ପୁନର୍ବାର ଜାତୀୟ ରାଜନୀତିରେ ବିରୋଧୀ ଦଳରେ ସାମିଲ ହୋଇଛନ୍ତି। 

Also Read: Mukhtar Abbas Naqvi: ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ବିରୋଧିଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ

ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ କୁହାଯାଇଛି ରାହୁଲ ଗାନ୍ଧୀଙ୍କ (Congress Leader Rahul Gandhi) ନେତୃତ୍ୱରେ ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ଲଢାଯିବ। ଅନ୍ୟପଟେ ଆରଜେଡି (RJD) ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ସପକ୍ଷରେ ରହିଛି। ଯଦିଓ ରାହୁଲ ଗାନ୍ଧୀ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରୁ ନିଜକୁ ଦୂରେଇ ରଖିଛନ୍ତି। ଯଦି ସେ ତାଙ୍କ ଆଭିମୁଖ୍ୟରେ ସ୍ଥିର ରୁହନ୍ତି ତାହାଲେ ନୀତୀଶ କୁମାରଙ୍କ ଲାଗି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାସ୍ତା ପରିଷ୍କାର ହୋଇପାରେ।

Also Read: Opposition PM Candidate: ପ୍ରଧାନମନ୍ତ୍ରୀ ପଦକୁ ନେଇ ବିରୋଧି ଏକତାରେ ଫାଟ

ଯଦି ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରୁ ଦୂରେଇଯାନ୍ତି ତାହେଲେ ଏହି ପଦ ଲାଗି କଂଗ୍ରେସ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଟିଆରଏସ ସୁପ୍ରିମୋ କେ.ଚନ୍ଦ୍ରଶେଖର ରାଓ ନା ଏନସିପି ସୁପ୍ରିମୋ ଶରଦ ପାୱାର କାହା ନାଁ ଉପରେ ମୋହର ମାରିବ ତାହା ଉପରେ ରହିଛି ନଜର। କାରଣ ଦେଶର ସର୍ବ ପୁରାତନ ରାଜନୈତିକ ଦଳର କଂଗ୍ରେସର ବିନା ସହମତିରେ କୌଣସି ବିରୋଧି ଦଳର ନେତା ବିଜେପି ବିପକ୍ଷରେ ନିଜକୁ ଏକ ବିକଳ୍ପ ଭାବେ ଉପସ୍ଥାପିତ କରିପାରିବେ ନାହିଁ।