Loksabha Election 2024: ମିଶନ ୧୩୦ ଲାଗି ଦକ୍ଷିଣ ମୁହାଁ ବିଜେପି ରଥ
Advertisement
Article Detail0/zeeodisha/odisha1251104

Loksabha Election 2024: ମିଶନ ୧୩୦ ଲାଗି ଦକ୍ଷିଣ ମୁହାଁ ବିଜେପି ରଥ

Loksabha Election 2024: "ଟ୍ରିପଲ ସି ଫର୍ମୁଲା" (Triple C Formula) ସହିତ ଦକ୍ଷିଣ ଭାରତରେ ନିର୍ବାଚନ ଜିତିବା ଉପରେ ବିଜେପି ଧ୍ୟାନ ଦେଉଛି। 

Loksabha Election 2024: ମିଶନ ୧୩୦ ଲାଗି ଦକ୍ଷିଣ ମୁହାଁ ବିଜେପି ରଥ

Loksabha Election 2024: ଦେଶର ପୂର୍ବ-ପଶ୍ଚିମ-ଉତ୍ତର ଭାଗ ପରେ ଏବେ ଦକ୍ଷିଣ ଭାରତ ବିଜୟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ନିକଟରେ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେବଳ ତେଲେଙ୍ଗାନା ଦଖଲ ପାଇଁ ନୁହେଁ, ତାମିଲନାଡୁ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଭଳି ଦାକ୍ଷିଣାତ୍ୟ ରାଜ୍ୟରେ ଦଳୀୟ ସଙ୍ଗଠନ ସମ୍ପ୍ରସାରଣ ବାବଦରେ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଛି।

"ଟ୍ରିପଲ ସି ଫର୍ମୁଲା" (Triple C Formula) ସହିତ ଦକ୍ଷିଣ ଭାରତରେ ନିର୍ବାଚନ ଜିତିବା ଉପରେ ବିଜେପି ଧ୍ୟାନ ଦେଉଛି। ଏନେଇ ପ୍ରସ୍ତୁତ ହୋଇଥିବା ରଣନୀତି ଆଧାରରେ ସାଂସ୍କୃତିକ ଜାତୀୟତାବାଦ ପ୍ରତୀକକୁ ପୁନଃସ୍ଥାପନ କରିବା ଏବଂ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କୁ ଦଳ ସହ ଯୋଡି ମତଦାତାଙ୍କ ମଧ୍ୟରେ ଦଳର ବିଶ୍ୱସନୀୟତା ସ୍ଥାପନ କରିବା।

ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛି ବିଜେପି। ଏକଦା ଦକ୍ଷିଣ ଭାରତ ରାଜନୀତିରେ ଏକ ପ୍ରମୁଖ ଶକ୍ତି ରହିଥିବା କଂଗ୍ରେସର ଦୁର୍ବଳତା ହେତୁ ଆଞ୍ଚଳିକ ଦଳ ଆଡକୁ ଯାଇଥିବା ସମର୍ଥନ ଆଧାରକୁ ହାତେଇବା ଲାଗି ଦଳ ପ୍ରୟାସ କରୁଛି। ନିକଟରେ ହାଇଦ୍ରାବାଦ ଠାରେ ଅନୁଷ୍ଠିଚ ହୋଇଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକର କିଛି ଦିନ ପରେ କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ୪ ଜଣ ବିଶିଷ୍ଟ ବ୍ୟକ୍ତି ପି.ଟି ଉଷା, ଇଲୈୟାରାଜା, ବୀରେନ୍ଦ୍ର ହେଗଡେ, ବି.ବିଜୟେନ୍ଦ୍ର ପ୍ରସାଦଙ୍କୁ ରାଜ୍ୟସଭାକୁ ମନୋନୀତ କରିବା ମଧ୍ୟ ଏହି ରଣନୀତିର ଏକ ଅଂଶବିଶେଷ।

ଆଗାମୀ ଲୋକସଭା ନିର୍ବାଚନରେ ​​ଦଳ ପାଇଁ ଦକ୍ଷିଣ ଭାରତର ମୋଟ ୧୩୦ ଆସନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତୁତ ହେଉଥିବା ରଣନୀତି  ସୂଚାଉଛି। ଦକ୍ଷିଣ ଭାରତରେ ଦଳର "ଟ୍ରିପଲ ସି ଫର୍ମୁଲା" ଏହି ବୈଠକରେ ସମସ୍ତେ ଦେଖିଥିଲେ। ବିଭିନ୍ନ ଉପାୟ ମାଧ୍ୟମରେ ସାଂସ୍କୃତିକ ଜାତୀୟତାବାଦକୁ ପୁନର୍ଜୀବିତ କରିବାକୁ ଏକ ପ୍ରୟାସ କରାଯାଇଥିଲା, ଦୁର୍ନୀତି ଏବଂ ପରିବାଦ ପ୍ରସଙ୍ଗରେ ଆଞ୍ଚଳିକ ଦଳକୁ ଘେରି ଦଳର ବିଶ୍ୱସନୀୟତା ପ୍ରତିଷ୍ଠା ପାଇଁ ଏକ ଅଭିଯାନ ଚଳାଇଥିଲା ବିଜେପି। ଯାହାର ଉଦାହରଣ ହେଉଛି ଦକ୍ଷିଣ ଭାରତର ବିଭିନ୍ନ ବର୍ଗର ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବା। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଏବଂ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବା। 

ବିଜେପି "ଟ୍ରିପଲ ସି ଫର୍ମୁଲା" ରଣନୀତିର ଅର୍ଥ ହେଉଛି ସାଂସ୍କୃତିକ ଜାତୀୟତାବାଦ (Cultural Nationalism) ଉପରେ ଗୁରୁତ୍ୱ ଦେବା, ଦୁର୍ନୀତି (Corruption) ବିରୋଧରେ ଅଭିଯାନ ଏବଂ ଦକ୍ଷିଣ ଭାରତୀୟଙ୍କ ମଧ୍ୟରେ ଦଳର ବିଶ୍ୱସନୀୟତା (Credibility) ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା। ଦିନକୁ ଦୁର୍ବଳ ହୋଇପଡୁଥିବା କଂଗ୍ରେସ ଭୋଟବ୍ୟାଙ୍କ ଙ୍କୁ ନିଜ ଆଡକୁ ଆକର୍ଷିତ କରିବା। 

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ତାମିଲନାଡୁ, ତେଲେଙ୍ଗାନା ଏବଂ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ଦକ୍ଷିଣ ଭାରତରେ ମୋଟ ୧୩୦ ଲୋକସଭା ଆସନ ପାଇଛନ୍ତି। ଯାହା ଲୋକସଭାର ମୋଟ ୫୪୩ ନିର୍ବାଚିତ ଆସନର ପ୍ରାୟ ୨୪ ପ୍ରତିଶତ। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ଏହି ୧୩୦ ସିଟ୍ ମଧ୍ୟରୁ କେବଳ ମାତ୍ର ୨୯ ଆସନ ଦଖଲ କରିଥିଲା। ସେହିପରି ଗତ ୨୦୧୪ ଲୋକସଭା ନିର୍ବାଚନରେ ଦଳ ଏଠାରେ କେବଳ ୨୧ ସିଟ୍ ପାଇଥିଲା। 

ଗତ ୨୦୧୪ ବର୍ଷରେ କେନ୍ଦ୍ରରେ ମୋଦି ସରକାର ଗଠନ ହେବା ପରେ ମଧ୍ୟ ଦକ୍ଷିଣ ଭାରତ ରାଜନୀତିରେ ଦଳୀୟ ଉପସ୍ଥିତି ମଜବୁତ କରି ପାରିନାହିଁ ବିଜେପି। ଯଦିଓ ଦଳ ଦେଶର ପୂର୍ବ-ପଶ୍ଚିମ-ଉତ୍ତର ଭାଗରେ ବିଜୟ ବାନା ଉଡାଇବାରେ ସଫଳ ହୋଇଛି। ଦକ୍ଷିଣ ଭାରତର ମୋଟ ୫ ରାଜ୍ୟ ମଧ୍ୟରେ କର୍ଣ୍ଣାଟକ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ବିଜେପି କ୍ଷମତା ଦଖଲ କରିବାରେ ସଫଳ ହୋଇଛି। କର୍ଣ୍ଣାଟକକୁ ଦକ୍ଷିଣ ଭାରତ ରାଜନୀତିକୁ ଦ୍ୱାର ବୋଲି ବିବେଚନା କରୁଥିବା ବିଜେପି ଗତ ଲୋକସଭା ନିର୍ବାଚନରେ ​​ରାଜ୍ୟର ୨୮ ଲୋକସଭା ସିଟ୍ ମଧ୍ୟରୁ ୨୫ ଆସନ ଦଖଲ କରିଥିଲା।

କର୍ଣ୍ଣାଟକ ବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳ ପୁଦୁଚେରୀର ଏନ.ଆର କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସାମୀଙ୍କ ନେତୃତ୍ୱରେ ଗଠିତ ମେଣ୍ଟ ସରକାରରେ ବିଜେପି ସହଯୋଗୀ ଭୂମିକାରେ ରହିଛି। ମାତ୍ର ଏଠାକାର ଏକମାତ୍ର ଲୋକସଭା ଆସନ କଂଗ୍ରେସ ଦଖଲ କରିଛି। ରାଜନୈତିକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଉତ୍ତର ଭାରତ ରାଜନୀତିରେ ବିଜେପି ଗତ ଦୁଇଟି ଲୋକସଭା ନିର୍ବାଚନରେ ସଫଳତାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଯଦି ୨୦୧୪ ଲୋକସଭା ନିର୍ବାଚନରେ ​​ଏହି ରାଜ୍ୟରେ ଦଳକୁ କ୍ଷତି ସହିବାକୁ ପଡେ ତହେଲେ ଏହାର ଭରଣା ଦକ୍ଷିଣ ଭାରତରୁ କରିବା ଲାଗି ରଣନୀତି ପ୍ରସ୍ତୁତ କରୁଛି ବିଜେପି। 

Also Read: BJP National Executive Meeting: ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ଉପରେ ଦଳର ନଜର

Also Read: ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଂଶସାରେ ପୋତିଦେଲେ ପ୍ରଧାନମନ୍ତ୍ରୀ ମୋଦି

Also Read: ଆଗାମୀ ୩୦-୪୦ ବର୍ଷ ବିଜେପି ସମୟ ହେବ: ଅମିତ ଶାହ