Gujarat Nirvachan Phalaphala 2022 Live: ଚାଲିଛି ଗଣତି, ବିଜେପିକୁ ବିପୁଳ ସମର୍ଥନ
Advertisement

Gujarat Nirvachan Phalaphala 2022 Live: ଚାଲିଛି ଗଣତି, ବିଜେପିକୁ ବିପୁଳ ସମର୍ଥନ

Gujarat Vidhan Sabha Election Result 2022 Live update: ଗୁଜୁରାଟର ନିର୍ବାଚନ ଫଳାଫଳକୁ ନେଇ ଟ୍ରେଣ୍ଡ ଆସିବା ଆରମ୍ଭ କରିଛି। ଗୁଜୁରାଟରେ ୧୮୨ ବିଧାନସଭା ଆସନରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆସିବ। ଗୁଜୁରାଟରେ ମୁଖ୍ୟ ପ୍ରତିଯୋଗିତା ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେଉଛି। କିଏ କେଉଁଠାରୁ ଆଗେଇ ଆସୁଛି, କିଏ ପଛରେ ଅଛି। କାହାର ବିଜୟ-କାହାର ପରାଜୟ। ପ୍ରତ୍ୟେକ ଅଦ୍ୟତନ ଏହି ରିପୋର୍ଟରେ ସର୍ବପ୍ରଥମେ ମିଳିବ।

Gujarat Nirvachan Phalaphala 2022 Live: ଚାଲିଛି ଗଣତି, ବିଜେପିକୁ ବିପୁଳ ସମର୍ଥନ
LIVE Blog

Gujarat Vidhan Sabha Election Result 2022 Live update: ଗୁଜୁରାଟର ନିର୍ବାଚନ ଫଳାଫଳକୁ ନେଇ ଟ୍ରେଣ୍ଡ ଆସିବା ଆରମ୍ଭ କରିଛି। ଗୁଜୁରାଟରେ ୧୮୨ ବିଧାନସଭା ଆସନରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆସିବ। ଗୁଜୁରାଟରେ ମୁଖ୍ୟ ପ୍ରତିଯୋଗିତା ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେଉଛି। କିଏ କେଉଁଠାରୁ ଆଗେଇ ଆସୁଛି, କିଏ ପଛରେ ଅଛି। କାହାର ବିଜୟ-କାହାର ପରାଜୟ। ପ୍ରତ୍ୟେକ ଅଦ୍ୟତନ ଏହି ରିପୋର୍ଟରେ ସର୍ବପ୍ରଥମେ ମିଳିବ।

08 December 2022
14:43 PM

Gujarat Vidhan Sabha Election Result 2022 Live: ଗୁଜରାଟର ଉଧନାରୁ ବିଜେପିର ମନୁଭାଇ ପଟେଲ, ଗୋଧରାରୁ ସିକେ ରାଉଳଜୀ, ଗୋଣ୍ଡଲରୁ ଗୀତାବ ଜାଡେଜା, ଉଞ୍ଝାରୁ କିରିଟ ପଟେଲ, ଉନାରୁ କାଳୁଭାଇ ରାଠୋର, ଜାମନଗରର ତିନୋଟି ଆସନରେ ବିଜେପି ପ୍ରାର୍ଥୀ, ଜାମନଗର ଗ୍ରାମୀଣ ଆସନରୁ ରାଘବ ଜୀ, ହଲୋଲରୁ ଜୟଦ୍ରଥସିଂହ, ଗରିୟାଧାରରୁ ଆପର ସୁଧିରଭାଇ, ରାଜକୋଟର ୪ଟି ଆସନରେ ବିଜେପିର ବିଜୟ ହୋଇଛି। 

14:23 PM

Gujarat Vidhan Sabha Election Result 2022 Live: ଆମରେଲିରୁ ବିଜେପିର କୌଶିକଙ୍କ ବିଜୟ। ଆଣନ୍ଦରୁ ଯୋଗେଶ ପଟେଲଙ୍କ ବିଜୟ। ଭାବନଗରରୁ ଇଷ୍ଟରୁ ବିଜେପିର ସେଜଲବେନଙ୍କ ବିଜୟ। ଭାବନଗର ଇଷ୍ଟରୁ ବିଜେପିର ସେଜଲଓ୍ୱାନଙ୍କ ବିଜୟ। ଧନେରାରୁ ସ୍ୱାଧୀନ ପ୍ରାର୍ଥୀ ଧନେଜାଙ୍କ ବିଜୟ। ଚୌରାୟସିରୁ ବିଜେପିର ସନ୍ଦିପ ଦେଶାଇଙ୍କ ବିଜୟ। ଧରମପୁରରୁ ବିଜେପିର ଅରବିନ୍ଦ ପଟେଲଙ୍କ ବିଜୟ। ଫତେପୁରରୁ ରମେଶଭାଇଙ୍କ ବିଜୟ। ଗାନ୍ଧୀନଗର ନର୍ଥରୁ ବିଜେପିର ରିତାବେନଙ୍କ ବିଜୟ। ଗରବଦାରୁ ବିଜେପିର ମହେନ୍ଦ୍ରଭାଇଙ୍କ ବିଜୟ ହାସଲ। 

14:08 PM

Gujarat Vidhan Sabha Election Result 2022 Live: ଗୁଜରାଟର ଆଙ୍କଲାଭରୁ କଂଗ୍ରେସର ଅମିତ ଚୋପ୍ରାଙ୍କ ବିଜୟ। ସେହିପରି ଗୁଜରାଟର ଅମରେଲୀର ବିଜେପିର କୌଶିକଙ୍କ ବିଜୟ ହାସଲ। 

13:55 PM

Gujarat Vidhan Sabha Election Result 2022 Live: କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କ ବିପୁଳ ସଂଖ୍ୟାରେ ବିଜୟ ହାସଲ। ଜାମନଗର ନର୍ଥ ଆସନରୁ ସେ ବିଜୟ ହାସଲ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବିପେନ୍ଦ୍ରସିଂହ ଚତୁରସିଂହଙ୍କୁ ହରାଇଛନ୍ତି। 

13:38 PM

Gujarat Vidhan Sabha Election Result 2022 Live: ଗୁଜରାଟରେ ରେକର୍ଡ କରିବା ଦିଗରେ ଆଗଉଛି ବିଜେପି। ଗୁଜରାଟରେ ବିଜେପି ବର୍ତ୍ତମାନ ସୁଦ୍ଧା ୧୫୬ ସିଟରେ ଆଗୁଆ ରହିଛି। ପ୍ରଥମ ଥର ପାଇଁ ବିଜେପି ୧୫୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ ରହିଛି। ଗୁଜରାଟରେ ୧୯୮୫ ମସିହାରେ ରେକର୍ଡ ଆସନ ଜିତିଥିଲା। ସେହି ବର୍ଷ ହୋଇଥିବା ନିର୍ବାଚନରେ ୧୪୯ଟି ଆସନରେ ବିଜେପି ବିଜୟ ହାସଲ କରିଥିଲା। 

13:35 PM

Gujarat Vidhan Sabha Election Result 2022 Live: ଗୁଜରାଟର ମଜୁରା ବିଧାନସଭା ଆସନରୁ ବିଜେପିର ହର୍ଷ ସାଂଘଓ୍ୱିଙ୍କ ବିଜୟ। ସେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ବିଜୟ ହାସଲ କରିଛନ୍ତି। ସେହିପରି ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଛି।

 

13:35 PM

Gujarat Vidhan Sabha Election Result 2022 Live: ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ବିଜୟ ହାସଲ। ସେ ଘାଟଲୋଡ଼ିଆ ଆସନରୁ ନିର୍ବାଚନ ଲଢିଥିଲେ। 

13:16 PM

Gujarat Vidhan Sabha Election Result 2022 Live: ନବସାରୀ ଆସନରୁ ବିଜେପିର ରାକେଶ ଦେଶାଇ ବିଜୟ ହାସଲ କରିଛନ୍ତି। ସେହିପରି ଜମ୍ବୁସରରୁ ବିଜେପିର ଦେବକିଶୋର ଦାସଜୀ ବିଜୟ ହାସଲ କରିଛନ୍ତି। ଅସରଓ୍ୱାରୁ ବିଜେପିର ଦର୍ଶନ ବଘେଲ ବିଜୟ ହାସଲ କରିଛନ୍ତି। ଭରୁଚରୁ ବିଜେପିର ନରେଶଭାଇ ମିସ୍ତ୍ରୀ ବିଜୟ ହାସଲ କରିଛନ୍ତି। ଦାହୋଡ଼ ବିଧାନସଭା ଆସନରୁ ବିଜେପିର କହ୍ନୈୟାଲାଲଙ୍କ ବିଜୟ ହାସଲ ହୋଇଛି। 

12:42 PM

Gujarat Vidhan Sabha Election Result 2022 Live: ଗାଣ୍ଡେବୀ ଆସନରେ ନରେଶଭାଇ ପଟେଲଙ୍କ ବିଜୟ। ଜୁନାଗଡ଼ ବିଧାନସଭା ଆସନରୁ ବିଜେପିର ସଞ୍ଜୟ କୋରାଡ଼ିୟାଙ୍କ ବିଜୟ। ମାଣ୍ଡଭୀ ଆସନରୁ ଅନିରୁଦ୍ଧଙ୍କ ବିଜୟ। ପଡରାରେ ବିଜେପିର ଚୈତନ୍ୟ ସିଂହ, ସୟାଲଗଞ୍ଜରୁ ବିଜେପିର କେୟୁର ରୋକଡିୟାଙ୍କ ବିଜୟ ହାସଲ।

12:20 PM

Gujarat Vidhan Sabha Election Result 2022 Live: ଗାନ୍ଧୀଧାମ ଆସନରୁ ବିଜେପିର ମାଳତୀ ମାହେଶ୍ୱରୀଙ୍କ ବିଜୟ। ବର୍ତ୍ତମାନ ସୁଦ୍ଧା ଗୁଜରାଟର ୧୧ଟି ଆସନର ଫଳାଫଳ ଘୋଷଣା ହୋଇ ସାରିଛି। ୧୦ଟି ଆସନରେ ବିଜେପି ବିଜୟ ହାସଲ କରିଥିବା ବେଳେ ଗୋଟିଏ ଆସନରେ କଂଗ୍ରେସର ଜିତିଛି। ସେହିପରି ଆଲିସା ବ୍ରିଜ ଅଞ୍ଚଳରେ ବିଜେପିର ଅମିତ ଶାହଙ୍କର ବିଜୟ ହୋଇଛି। 

11:51 AM

Odisha Padampur Bye Election Phalaphala 2022 Live Updates: ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୪୩୬୯୧ ଖଣ୍ଡ ଭୋଟ ମିଳିଛି। ଅଷ୍ଟମ ରାଉଣ୍ଡରେ ବର୍ଷାଙ୍କୁ ୬୦୪୦ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୨୮୧୫୦ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୧୬୩୪ ଖଣ୍ଡ ଭୋଟ ମିଳିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ବର୍ଷା ୧୫୫୪୧ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

 

11:43 AM

Gujarat Vidhan Sabha Election Result 2022 Live: ଗୁଜରାଟର ୫ଟି ବିଧାନସଭା ଆସନର ଆସିଲା ଚୂଡ଼ାନ୍ତ ଫଳ। ୪ଟିରେ ବିଜେପି ଓ ଗୋଟିଏରେ କଂଗ୍ରେସ ପ୍ରାର୍ଥୀ ବିଜୟୀ। ଦରିଆରପୁର ଆସନରୁ ବିଜେପିର କୌଶିକ ଭାଇ ଜୈନ ବିଜୟୀ। ଧୋରାଜୀ ବିଧାନସଭା ଆସନରେ ବିଜେପିର ମହେନ୍ଦ୍ରଭାଇଙ୍କ ବିଜୟ। ପେଟଲାଦ ଆସନରୁ ବିଜେପିର କମଳେଶ ଭାଇ ପଟେଲ ବିଜୟୀ। ଜମାଲପୁର ଖାଡ଼ିଆ ଆସନରୁ କଂଗ୍ରେସର ଇମରାନ ଖେଡ଼ାଓ୍ୱାଲଙ୍କ ବିଜୟୀ। ଜଲାଲପୁର ଆସନରୁ ବିଜେପି ଆରସୀ ପଟେଲଙ୍କ ବିଜୟ। ସାବରମତୀ ଓ ରାଓ୍ୱପୁରା ଆସନରୁ ବିଜେପି ବିଜୟୀ। ସାବରମତୀ ବିଧାନସଭା ଆସନରୁ ହର୍ଷଦ ଭାଇ ପଟେଲ ବିଜୟୀ।  

11:29 AM

Gujarat Vidhan Sabha Election Result 2022 Live: ନିର୍ବାଚନ ଆୟୋଗଙ୍କ ମୁତାବକ ବିଜେପିକୁ ମୋଟ ୫୪ ପ୍ରତିଶତ ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୨୭ ପ୍ରତିଶତ ଓ ଆପକୁ ୧୩ ପ୍ରତିଶତ ଭୋଟ ମିଳିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ୧୫୪ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୭ଟି ଆସନ, ଆପକୁ ୮ଟି ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଆଗୁଆ ରହିଛନ୍ତି। 

11:28 AM

Gujarat Vidhan Sabha Election Result 2022 Live: ମୈନପୁରୀ ଆସନରୁ ଡିମ୍ପଲ ଯାଦବ ଆଗୁଆ ରହିଛନ୍ତି। ୧୨ତମ ରାଉଣ୍ଡ ଶେଷ ସୁଦ୍ଧା ଡିମ୍ପଲ ଯାଦବ  ୨୮୨୧୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଡିମ୍ପଲକୁ ବର୍ତ୍ତମାନ ସୁଦ୍ଧା ମୋଟ ୫୧୮୦୩ ଖଣ୍ଡ ଭୋଟ ମିଳିଛି। ରଘୁରାଜ ଶାକ୍ୟଙ୍କୁ ୨୩୫୮୮ ଖଣ୍ଡ ଭୋଟ ମିଳିଛି। 

10:48 AM

Gujarat Vidhan Sabha Election Result 2022 Live: ମଜୁରା ଆସନରୁ ବିଜେପିର ହର୍ଷ ସାଂଘଓ୍ୱି ଆଗୁଆ। ପ୍ରାୟ ୬ ହଜାର ଭୋଟରେ ଆଗୁଆ ରହିଛନ୍ତି। ଏହି ଆସନରେ ଦ୍ୱିତୀୟ ସ୍ଥାନରେ ଆପ ଆଶାୟୀ ରହିଥିବା ବେଳେ ତୃତୀୟ ସ୍ଥାନରେ କଂଗ୍ରେସର ରହିଛି। 

10:33 AM

Gujarat Vidhan Sabha Election Result 2022 Live: ଜାମନଗରରୁ ବିଜେପି ପ୍ରାର୍ଥି ରିବାବା ଜାଡ଼େଜାଙ୍କୁ ପଛରେ ପକାଇଲେ କଂଗ୍ରେସ ଆଶାୟୀ। କଂଗ୍ରେସର ବିପେନ୍ଦ୍ରସିହଂ ଚତୁରାସିଂହ ଜାଡ଼େଜା ଆଗୁଆ ରହିଛନ୍ତି। ପାଖାପାଖି ୫୦୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ସେ।

10:29 AM

Gujarat Vidhan Sabha Election Result 2022 Live: ଗୁଜରାଟର ଘାଟଲୋଡ଼ିଆ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଆଗୁଆ ରହିଛନ୍ତି। ପାଖାପାଖି ୬୫୦୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। କଂଗ୍ରେସର ୟାମୀ ଆଗ୍ନିକ ପଛୁଆ ରହିଛନ୍ତି। ଜାମନଗରରୁ ପଛୁଆ ରହିଛନ୍ତି ବିଜେପିର ରିବାବା ଜାଡ଼େଜା। 

10:26 AM

Gujarat Vidhan Sabha Election Result 2022 Live: ଗୁଜରାଟରେ ବର୍ତ୍ତମାନ ସୁଦ୍ଧା ୧୪୫ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୨୪, ଆପ ୮ଟି ଓ ସ୍ୱାଧୀନ ୫ଟି ଆସନରେ ଆଗୁଆ ରହିଛନ୍ତି। 

10:17 AM

Gujarat Vidhan Sabha Election Result 2022 Live: ବଡ଼ଗାମ ଆସନରୁ କଂଗ୍ରେସର ଜିଗ୍ନେଶ ମେଓ୍ୱାଣୀ ପଛୁଆ ରହିଛନ୍ତି। ଜାମନଗର ନର୍ଥରୁ ବିଜେପିର ରିବାବା ଜାଡ଼େଜା ଆଗୁଆ ରହିଛନ୍ତି। ନିର୍ବାଚନ ଆୟୋଗଙ୍କ ମୁତାବକ ୧୪୪ଟି ଆସନରେ ବିଜେପି ଆଗୁଆ ରହିଛି। କଂଗ୍ରେସ ୨୦ଟି ଆସନରେ ଆଗୁଆ ରହିଥିବା ବେଳେ ଆପ ୬ ଓ ସ୍ୱାଧୀନ ୫ଟି ଆସନରେ ଆଗୁଆ ରହିଛନ୍ତି। 

10:05 AM

Gujarat Vidhan Sabha Election Result 2022 Live: ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୧୨୯ଟି ଆସନରେ ବିଜେପି ଆଗୁଆ ରହିଛି। କଂଗ୍ରେସ ୨୨ ଓ ଆମ ୧୦ଟି ଆସନରେ ଆଗୁଆ ରହିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ବିଜେପିକୁ ୫୨ ପ୍ରତିଶତ ଭୋଟ ମିଳିଛି। ସେହିପରି କଂଗ୍ରେସକୁ ୨୭ ପ୍ରତିଶତ ଓ ଆପକୁ ୧୪ ପ୍ରତିଶତ ଭୋଟ ମିଳିଛି। 

10:01 AM

Gujarat Vidhan Sabha Election Result 2022 Live: ଥରାଡ଼ ବିଧାନସଭା ଆସନରୁ ବିଜେପିର ଶଙ୍କର ଭାଇ ଆଗୁଆ ରହିଛନ୍ତି। ସେହିପରି ଗୁଜରାଟର ବୟାଡ଼ ବିଧାନସଭା ଆସନରୁ ମହେନ୍ଦ୍ର ସିଂହ ବଘେଲ ଆଗୁଆ ରହିଛନ୍ତି। ଗାନ୍ଧୀନଗର ଦକ୍ଷିଣ ଆସନରୁ ବିଜେପିର ଅଳ୍ପେଶ ଠାକୋର ଆଗୁଆ ରହିଛନ୍ତି। କାଟରଗାମ ଆସନରେ ଆପ ପ୍ରାର୍ଥୀ ପଛୁଆ ରହିଛନ୍ତି। ଖମ୍ବାଲିଆ ଆସନରେ ମଧ୍ୟ ଆପ ପ୍ରାର୍ଥୀ ଇସ୍ୟୁଦାନ ଗଢଓ୍ୱି ପଛୁଆ ରହିଛି। 

09:46 AM

Gujarat Vidhan Sabha Election Result 2022 Live: ଦରିଆପୁର ଆସନରେ କଂଗ୍ରେସର ଗୟାସୁଦ୍ଦିନ ଶେଖ ଆଗୁଆ। ଖମ୍ବାଟା ବିଧାନସଭା ଆସନରୁ ମହେଶ କୁମାର ରାଓ୍ୱଲ ଆଗୁଆ। ବିରମଗାମ ଅଞ୍ଚଳରୁ ହାର୍ଦ୍ଦିକ ପଟେଲ ପଛୁଆ। ଆମ ଆଶାୟୀ ଅମରସିହ ଠାକୋର ଆଗୁଆ ରହିଛନ୍ତି। 

09:44 AM

Gujarat Vidhan Sabha Election Result 2022 Live: ପ୍ରାରମ୍ଭିକ ଫଳାଫଳ ଅନୁଯୟୀ ଗୁଜରାଟରେ ବିଜେପି ୧୩୯ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୨, ଆପ ୭ଟି, ସ୍ୱାଧୀନ ପ୍ରାର୍ଥୀ ୪ଟିରେ ଆଗୁଆ ରହିଛି। 

 

09:39 AM

Gujarat Vidhan Sabha Election Result 2022 Live: ମୋରବୀ ବିଧାନସଭାରୁ ବିଜେପି ଆଗୁଆ। ସାବରମତୀ ଆସନରୁ ବିଜେପିର ହର୍ଷ ଭାଇ ପଟେଲ ଆଗୁଆ। ଗୁଜରାଟରେ ବିଜେପି ୧୩୭ଟି ଆସନରେ ଆଗୁଆ। କଂଗ୍ରେସ ୩୫ଟି ଆସନରେ ଆଗୁଆ ରହିଥିବା ବେଳେ ଆପ ୫ଟି ଓ ସ୍ୱାଧୀନ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଜେପିକୁ ଦୁଇ ତୃତୀୟାଂଶ ସଫଳତା ମିଳୁଥିବା ଦେଖିବାକୁ ମିଳିଛି। 

09:32 AM

Gujarat Vidhan Sabha Election Result 2022 Live: ମଜୁରା ଆସନରୁ ବିଜେପିର ହର୍ଷ ସାଂଘଓ୍ୱି ଆଗୁଆ। ଲାଠୀ ଆସନରୁ ବିଜେପିର ଜନକ ତଲାଓ୍ୱିଆ ଆଗୁଆ। ମାଣ୍ଡଭୀ (ଏସଟି) ଆସନରୁ କଂଗ୍ରେସର ଆନନ୍ଦ ଚୌଧୂରୀ ଆଗୁଆ। 

09:10 AM

Gujarat Vidhan Sabha Election Result 2022 Live: ସକାଳ ୯ଟାସୁଦ୍ଧା ଗୁଜରାଟରେ ବିଜେପି ୧୨୨ଟି ଆସନରେ ଆଗୁଆ ରହିଛି। ଗୁଜରାଟରେ କଂଗ୍ରେସ ୫୬ଟି ଆସନରେ ଆଗୁଆ ରହିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଏବଂ ଆପ ୩ଟି ଆସନରେ ଆଗୁଆ ରହିଛି।