Kyrgyzstan: ମାଂସ ଦର ବୃଦ୍ଧି ପାଇଁ ମହିଳାଙ୍କ ଶରୀର ଦାୟୀ
Advertisement

Kyrgyzstan: ମାଂସ ଦର ବୃଦ୍ଧି ପାଇଁ ମହିଳାଙ୍କ ଶରୀର ଦାୟୀ

Kyrgyzstan Maulana Dolov: ଇସଲାମ ବିଶ୍ୱବିଦ୍ୟାଳୟର ମୁଖ୍ୟ ରହିଥିବା ମୌଲାନା ଦୁଲୋଭ ମହିଳାଙ୍କୁ ଅଧିକ ପୋଷାକ ପିନ୍ଧିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ମାଂସର ମୂଲ୍ୟ ହ୍ରାସ ହୋଇପାରିବ। 

Kyrgyzstan: ମାଂସ ଦର ବୃଦ୍ଧି ପାଇଁ ମହିଳାଙ୍କ ଶରୀର ଦାୟୀ

Kyrgyzstan Maulana Dolov: ବିଶ୍ୱର ଅଧିକାଂଶ ମୁସଲିମ ଦେଶରେ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଭଲ ନଥାଏ କିମ୍ବା ପୁରୁଷଙ୍କର ମହିଳାଙ୍କ ପ୍ରତି ଚିନ୍ତାଧାରା ମଧ୍ୟ ଭଲ ନଥାଏ। ସେଠାରେ ସେମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଥାଏ। ସେମାନଙ୍କର ସ୍ୱାଧିନତା ଉପରେ ଲଗା ଯାଇଥାଏ ଅନେକ ପ୍ରତିବନ୍ଧକ। ନିକଟରେ ମଧ୍ୟ ଏସୀୟ ଦେଶ କିର୍ଗିଜସ୍ଥାନର ଜଣେ ପୁରସ୍କାର ବିଜେତା ମୌଲାନା ଡୁଲୋଭଙ୍କ ଦ୍ୱାରା ମହିଳାଙ୍କ ବାବଦରେ ଦିଆଯାଇଥିବା ବିବୃତ୍ତି ହେଉଛି ଏହାର ଉହାହରଣ। ଏହି ବିବୃତ୍ତିକୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଉଛି। ମୌଲାନା କହିଛନ୍ତି ଯେ ମାଂସର ମୂଲ୍ୟ ବୃଦ୍ଧି ପାଇଁ କମ୍ ପୋଷାକ ପିନ୍ଧିଥିବା ମହିଳା ଦାୟୀ।

ଇସଲାମ ବିଶ୍ୱବିଦ୍ୟାଳୟର ମୁଖ୍ୟ ରହିଥିବା ମୌଲାନା ଦୁଲୋଭ ମହିଳାଙ୍କୁ ଅଧିକ ପୋଷାକ ପିନ୍ଧିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ମାଂସର ମୂଲ୍ୟ ହ୍ରାସ ହୋଇପାରିବ। ରେଡିଓ ଫ୍ରି ୟୁରୋପ ରିପୋର୍ଟ ଅନୁଯାୟୀ ମୌଲାନା କହିଛନ୍ତି ଯେ ମାଂସର ମୂଲ୍ୟ ବଢୁଛି। କାରଣ ମହିଳା ନିଜ ଶରୀରକୁ ଅଧିକ ଦେଖାଇ ନିଜକୁ ଶସ୍ତା କରୁଛନ୍ତି। ତାଙ୍କ ବିବୃତ୍ତିକୁ ସମର୍ଥନ କରି ସେ କହିଛନ୍ତି ଆପଣଙ୍କ ଆପଣଙ୍କ ସ୍ଥାନରେ ମାଂସ ମହଙ୍ଗା ହେଲେ ଆପଣ ଜାଣିପାରନ୍ତି? ଯେତେବେଳେ ମହିଳାଙ୍କ ମାଂସ ଶସ୍ତା ହୋଇଯାଏ ଏବଂ ଜଣେ ମହିଳାଙ୍କ ମାଂସ  ସେତେବେଳେ ଶସ୍ତା ହୋଇଯାଏ ଯେତେବେଳେ ସେ ଅଙ୍ଗ ପ୍ରଦର୍ଶନ କରିଥାନ୍ତି। ଆଙ୍ଗୁଠି ଭଳି ଜଂଘ ଦେଖାଇଥାନ୍ତି। 

ମାଂସଦ ଦର ବୃଦ୍ଧିକୁ ନେଇ ମୌଲନା ଦୁଲୋଭ ରଖିଥିବା ବୟାନକୁ ନେଇ ନାରାଜ ହୋଇଉଠିଛନ୍ତି ମହିଳା। ଯାହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏନେଇ ଲୋକେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନେକ ମହିଳା ମୌଲନାଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜୀକରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ମୌଲନା ଜଣଙ୍କ ରାଜଧାନୀ ସ୍ୱେରଡଲୋଭସ୍ଥିତ ଏକ ମସଜିଦରେ ଜଣେ ଇମାମ।

ଏହି ବିବୃତ୍ତି ଉପରେ ବଢୁଥିବା ବିରୋଧକୁ ଦେଖି ସରକାରୀ ଧାର୍ମିକ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିଛନ୍ତି। ଏନେଇ ଅଧିକାରୀ କହିଛନ୍ତି ଯେ ସେମାନେ ମୌଲାନା ଡୁଲୋଭ ବିବୃତ୍ତିର ଅନୁସନ୍ଧାନ କରିଛନ୍ତି ଏବଂ ତାଙ୍କ ବିବୃତ୍ତି କୌଣସି ମହିଳାଙ୍କ ସମ୍ମାନ ଏବଂ ପ୍ରତିଷ୍ଠା ଉଲ୍ଲଂଘନ କରିଛି ନା ନାହିଁ ଜାଣିବାକୁ ଚେଷ୍ଟା କରାଯାଉଛି। ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ମୌଲାନା ଡୁଲୋଭଙ୍କ ବିବୃତ୍ତି କୌଣସି ଇସଲାମ ନିୟମ ଉଲ୍ଲଂଘନ କରୁନାହିଁ। ତାଙ୍କ ଭାଷଣକୁ ଭୁଲ ଭାବରେ ନିଆଯାଇଛି। ମୌଲନା ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଭାଷଣକୁ କିଛି ଲୋକ ଭୁଲ ଭାବରେ ଉପସ୍ଥାପନ କରିଛନ୍ତି। କିର୍ଗିଜସ୍ଥାନରେ ମାଂସର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଲୋକେ ଏହି ଘଟଣାରେ ସରକାରଙ୍କୁ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି। ଗତ ମାସରେ କିର୍ଗିଜସ୍ଥାନରେ ମାଂସ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୬୦୦ ଟଙ୍କା ରହିଥିଲା। ଏହି ମୂଲ୍ୟ ଆହୁରି ବୃଦ୍ଧି ପାଇବ।

Allso Read: 'ନିଜ ଦେଶ ପ୍ରତି ବିଶ୍ୱସ୍ତ ରୁହନ୍ତୁ ମୁସଲମାନ'