Kerala Politics: ସିପିଏମ୍‌ ମହିଳା ୱିଙ୍ଗ ପୋଷ୍ଟରରେ ସ୍ଥାନ ପାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ବର୍ଷିଲା ବିଜେପି
Advertisement

Kerala Politics: ସିପିଏମ୍‌ ମହିଳା ୱିଙ୍ଗ ପୋଷ୍ଟରରେ ସ୍ଥାନ ପାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ବର୍ଷିଲା ବିଜେପି

BJP targets CPM:  ଦଳୀୟ ପୋଷ୍ଟରରେ ପାକିସ୍ତାନୀ ରାଜନେତାଙ୍କ ଫଟୋ ସ୍ଥାନ ପାଇବାକୁ ନେଇ ଶାସକ ସିପିଏମ ବିରୋଧରେ ବର୍ଷିଛି ବିଜେପି। 

Kerala Politics: ସିପିଏମ୍‌ ମହିଳା ୱିଙ୍ଗ ପୋଷ୍ଟରରେ ସ୍ଥାନ ପାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ବର୍ଷିଲା ବିଜେପି

CPM Poster Controversy: ଦଳର ମହିଳା ଶାଖା ପକ୍ଷରୁ ଲଗାଯାଇଥିବା ପୋଷ୍ଟରକୁ ନେଇ ବିବାଦୀୟ ହୋଇପଡ଼ିଛି କେରଳରେ କ୍ଷମତାସୀନ ସିପିଏମ। ରାଜଧାନୀ ଥିରୁବନନ୍ତପୁରମ ଠାରେ ସିପିଏମ୍ ମହିଳା ଶାଖା ଅଖିଳ ଭାରତୀୟ ମହିଳା ଲୋକତାନ୍ତ୍ରିକ ସଂଘ ପକ୍ଷରୁ ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମ ପାଇଁ ଏହି ପୋଷ୍ଟର ଲଗାଯାଇଛି। ଯେଉଁଥିରେ ପାକିସ୍ତାନର ପ୍ରଥମ ମହିଳା ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ଫଟୋ ସ୍ଥାନ ପାଇଛି। ସିପିଏମ ମହିଳା ଶାଖା ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଭାଇରାଲ ହେବା ପରେ ସରଗରମ ହୋଇଉଠିଛି କେରଳ ରାଜନୀତି।

କେରଳରେ ସିପିଏମ୍ ମହିଳା ଶାଖା (CPM Women Wing) ଅଖିଳ ଭାରତୀୟ ମହିଳା ଲୋକତାନ୍ତ୍ରିକ ସଂଘ (All India Democratic Womens Association) ଏଆଇଡବଲ୍ୟୁଡିଏ (AIDWA) ପକ୍ଷରୁ ଚଳିତ ମାସ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ ମହିଳା ସମ୍ମିଳନୀ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ସହ ଜଡିତ ଏକ ପୋଷ୍ଟର ରାଜଧାନୀ ଥିରୁବନନ୍ତପୁରମର ପାଲାୟମ ଅଞ୍ଚଳରେ (Thiruvananthapuram Palayam Area) ଲଗାଯାଇଛି। ଯେଉଁଥିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କୁ (Pakistan Former Prime Minister Benazir Bhutto) ଗୌରବାନ୍ୱିତ କରାଯାଇଛି। କେବଳ ଏତିକି ନୁହେଁ ଏହି ପୋଷ୍ଟର ପାଲାୟମ୍ ଜଙ୍କସନ (Palayam Junction) ଠାରେ ଲଗାଯାଇଛି। ଯେଉଁଠାରେ ଶହୀଦଙ୍କ ସ୍ମାରକ (Palayam Martyrs Column Monument) ଅଛି। ତାହାକୁ ବେନଜିର ଭୁଟ୍ଟୋ ସ୍କୋୟାର (Benazir Bhutto Square) ନାମରେ ନାମିତ କରାଯାଇଛି। 

ଏହି ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ସିପିଏମ (CPM) କୁ ଟାର୍ଗେଟ କରିଛି ବିରୋଧି ବିଜେପି। କେରଳ ବିଜେପି ୟୁନିଟ୍ (Kerala BJP Unit) ଏଭଳି ପୋଷ୍ଟର ଲଗାଇବାକୁ ସମ୍ପର୍କରେ ଆୟୋଜକଙ୍କ ମାନସିକତାକୁ ନେଇ ପ୍ରଶ୍ନ ଉଠାଉଛି।  ଏଭଳି ପୋଷ୍ଟର ଲଗାଇବାକୁ ବିରୋଧ କରି ଏହାକୁ ତୁରନ୍ତ ହଟାଇବାକୁ ଦାବି କରିଛି ଦଳ। ବିଜେପି ଅଭିଯୋଗ କରିଛି ଯେ ରାଜ୍ୟରେ କ୍ଷମତାସୀନ ସିପିଏମ୍ ସରକାର ପାକିସ୍ତାନୀ ରାଜନେତାଙ୍କ (Pakistani Politician) ସମ୍ମାନାର୍ଥେ ପୋଷ୍ଟର ଲଗାଉଛନ୍ତି। ଯିଏ ୧୦୦୦ ବର୍ଷ ଧରି ଭାରତ ସହ ଯୁଦ୍ଧ କରିବା କଥା କହୁଥିଲେ।

କେରଳ ବିଜେପି ମୁଖପାତ୍ର ସନ୍ଦୀପ ବାଚସ୍ପତି ଏହି ପୋଷ୍ଟର ଫଟୋ ଟ୍ୱିଟ କରି ସେୟାର କରିଛନ୍ତି। ଏନେଇ ମୁଖପାତ୍ର କହିଛନ୍ତି, ୧୦୦୦ ବର୍ଷ ଧରି ଭାରତ ସହ ଯୁଦ୍ଧ କରିବା କଥା କହୁଥିବା ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ଫଟୋ  ରହିଥିବା ପୋଷ୍ଟର, ସିପିଏମ ମହିଳା ଶାଖା ପକ୍ଷରୁ ଆୟୋଜିତ ହେଉଥିବା ଜାତୀୟ ସମ୍ମିଳନୀର ଗୌରବ ବଢାଉଛି।