Kerala: ଆକ୍ରମଣର ଭିଡ଼ିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ରାଜ୍ୟପାଳ
Advertisement
Article Detail0/zeeodisha/odisha1358436

Kerala: ଆକ୍ରମଣର ଭିଡ଼ିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ରାଜ୍ୟପାଳ

Kerala Politics:  ଭିନ୍ନ ଭିନ୍ନ ମତ ରଖୁଥିବା ଲୋକଙ୍କୁ ଚୁପ୍ କରିବା ଉପରେ କେରଳ ସରକାରଙ୍କ ଧ୍ୟାନ ରହିଛି। କେରଳ ରାଜଭବନ ମଧ୍ୟ ଏଥିରୁ ରକ୍ଷା ପାଇନାହିଁ।  

Kerala: ଆକ୍ରମଣର ଭିଡ଼ିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ରାଜ୍ୟପାଳ

Arif Mohammad Khan targets Pinarayi Vijayan: ପୁଣି ଥରେ ମୁହାମୁହିଁ ହୋଇଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ରାଜ୍ୟରେ କ୍ଷମତାସୀନ ବାମପନ୍ଥୀ ସରକାର। ସଦ୍ୟ ରାଜ୍ୟପାଳ ୨୦୧୯ କେରଳ କନ୍ନୁର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ହଇରାଣ କରାଯାଇ ଥିବାର ଭିଡ଼ିଓ ଜାରି କରିଛନ୍ତି। ରାଜ୍ୟପାଳ ରାଜ୍ୟର ବିଶ୍ୱବିଦ୍ୟାଳୟର କାର୍ଯ୍ୟପ୍ରଣାଳୀ ଉପରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଦ୍ୱାରା ପଠାଯାଇଥିବା ପତ୍ର ଉପରେ ଜବାବ ରଖି ଗଣମାଧ୍ୟମରେ ଏହି ଭିଡ଼ିଓ ଜାରି କରିଛନ୍ତି ରାଜ୍ୟପାଳ। 

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜଭବନ ସଭାଗୃହ ଠାରେ ସ୍ଥାପିତ ଦୁଇଟି ବଡ଼ ପରଦାରେ ତାଙ୍କ ସହ ଘଟିଥିବା ଘଟଣାର ଭିଡିଓ ଦେଖାଇଛନ୍ତି। ଏନେଇ ସେ କହିଛନ୍ତି ଯେ ଏହି ଭିଡିଓ ରେ ଜଣେ ବରିଷ୍ଠ ପଦାଧିକାରୀ ପୋଲିସ ପ୍ରଶାସନକୁ ସେମାନଙ୍କ କାର୍ଯ୍ୟ କରିବାରୁ ଦେଖିବାକୁ ମିଳୁଛି। ରାଜ୍ୟପାଳ କହିଛନ୍ତି ଯେ ଏହି ଅଧିକାରୀ ଜଣଙ୍କ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

ଯେଉଁଠାରେ ଲୋକଙ୍କୁ କଳା କମିଜ ପିନ୍ଧିବା କାରଣରୁ ଗିରଫ କରାଯାଏ ସେଠାରେ ଏଭଳି ଘଟଣା ଘଟିଥାଏ। ପୋଲିସ କର୍ମଚାରୀ ପରିସ୍ଥିତିକୁ ନିୟନ୍ତ୍ରଣ କରି ମୋ ପାଖରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କୁ ଅଟକାଇଥିଲେ। ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ପଦାଧିକାରୀ ପୋଲିସ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରୁ ନିବୃତ୍ତ କରୁଥିବାର ଦେଖିବାକୁ ମିଳୁଛି।

Also Read: Kerala Governor Arif Mohammad Khan: 'ଐତିହାସିକ ଇରଫାନ୍ ହବିବ ହେଉଛନ୍ତି ଜଣେ ଗୁଣ୍ଡା'

କେରଳ ରାଜ୍ୟପାଳ କହିଛନ୍ତି ଯେ ରାଗେଶ ପୋଲିସ କର୍ମଚାରୀକୁ ସେମାନଙ୍କ କାର୍ଯ୍ୟରୁ ନିବୃତ୍ତ କରିଛନ୍ତି। ବୋଧହୁଏ ସେଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟପାଳ ପ୍ରଶ୍ନ କରିଛନ୍ତି ଯେ ଯଦି କନ୍ନୁର ବିଶ୍ୱବିଦ୍ୟାଳୟରେ ବିରୋଧ ହଠାତ୍ ହୋଇଥିଲା, ତାହେଲେ ବିକ୍ଷୋଭକାରୀ ପୋଷ୍ଟର ଧରି କିପରି ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବେଶ କରିଥିଲେ?

ରାଜ୍ୟପାଳ ଖାନ ଅଭିଯୋଗ କରିଛନ୍ତି ଯେ ଭିନ୍ନ ଭିନ୍ନ ମତ ରଖୁଥିବା ଲୋକଙ୍କୁ ଚୁପ୍ କରିବା ଉପରେ କେରଳ ସରକାରଙ୍କ ଧ୍ୟାନ ରହିଛି। କେରଳ ରାଜଭବନ ମଧ୍ୟ ଏଥିରୁ ରକ୍ଷା ପାଇନାହିଁ। କେରଳ ରାଜଭବନ କର୍ମଚାରୀ ନିଯୁକ୍ତ ମାମଲାରେ ରାଜ୍ୟ ସରକାର ପଚରାପଚରି କରିଥିଲେ। ଏପରି କରି ରାଜ୍ୟ ସରକାର  ରାଜ ଭବନ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହା ବିରୋଧରେ ମୁଁ ପଦକ୍ଷେପ ଗ୍ରହଣ କରିଥିଲି ବୋଲି କହିଛନ୍ତି ରାଜ୍ୟପାଳ।

ମୋତେ ମୋର ଭୁଲ ଗ୍ରହଣ କରିବାକୁ ପଡିଲା। ମୁଁ ଜାଣିଥିଲି ଯେ ସେହି ବ୍ୟକ୍ତି ଯିଏ ସରକାରୀ ଅଧିକାରୀ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇ ପତ୍ର ଲେଖିଥିଲେ ସେ ନିର୍ଦ୍ଦୋଷ। ହେଲେ ମୁଁ ଏହି ବାର୍ତ୍ତା ଦେବାକୁ ଚାହୁଁଥିଲି ଯେ ଏଭଳି ଚାପ ପ୍ରୟୋଗ କରିବା ଭଳି କୌଶଳ ମୋ ପାଇଁ କାମ କରିବ ନାହିଁ। ଏପରିକି ଏହା ପରେ ତାଙ୍କ ଆଖି ଖୋଲି ନଥିଲା। ଚାପ ସୃଷ୍ଟି କରିବା ଭଳି ରଣନୀତି ବର୍ତ୍ତମାନ ମଧ୍ୟ ପ୍ରୟୋଗ କରାଯାଉଛି। ଅନ୍ୟାନ୍ୟ କାରଣରୁ ମୋତେ ବର୍ତ୍ତମାନ ଏହି ପ୍ରସଙ୍ଗ ଉଠାଇବାକୁ ପଡୁଛି।

Also Read: ରାଜଭବନକୁ ନିୟନ୍ତ୍ରଣ କରିବାର ଅଧିକାର ରାଜ୍ୟ ସରକାରଙ୍କ ପାଖରେ ନାହିଁ: ରାଜ୍ୟପାଳ

ରାଜ୍ୟପାଳଙ୍କ କ୍ଷମତା ରାଜ୍ୟ ସରକାର ହ୍ରାସ କରିପାରିବେ ନାହିଁ। କାରଣ ରାଜ୍ୟପାଳଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ରାଜ୍ୟପାଳ ନୁହେଁ। କେରଳ ସରକାରଙ୍କ ବିରୋଧରେ ବର୍ଷି ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଛନ୍ତି ଯେ ଏହା ଲଜ୍ଜାଜନକ ବିଷୟ ଯେ ରାଜ୍ୟ ରାଜସ୍ୱର ମୁଖ୍ୟ ଉତ୍ସ ହେଉଛି ଲଟେରୀ ଏବଂ ମଦ ବିକ୍ରୟ।  ରାଜ୍ୟରେ କ୍ଷମତାସୀନ ବାମପନ୍ଥୀ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଗୃହ ଜିଲ୍ଲା କନ୍ନୁର ଠାରେ ହୋଇଥିବା ରାଜନୈତିକ ହତ୍ୟା ମାମଲା ମଧ୍ୟ ଉଠାଇଥିଲେ।