B S Yediyurappa: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ହେଲିପ୍ୟାଡ ଠାରେ ହେଲିକପ୍ଟର ଅବତରଣ ବିଫଳ
Advertisement
Article Detail0/zeeodisha/odisha1598408

B S Yediyurappa: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ହେଲିପ୍ୟାଡ ଠାରେ ହେଲିକପ୍ଟର ଅବତରଣ ବିଫଳ

B S Yediyurappa Helicopter: ପବନ କାରଣରୁ ଅଳିଆ ଆବର୍ଜନା ଉଡିବା ହେତୁ ସ୍ୱାଭାବିକ ଭାବରେ ହେଲିକପ୍ଟର ଅବତରଣ କରିବା ସମ୍ଭବ ହୋଇପାରିଲା ନାହିଁ। ଏଭଳି ପରିସ୍ଥିତିରେ ପାଇଲଟ ତୁରନ୍ତ ହେଲିକପ୍ଟର ଅବତରଣ ବାତିଲ କରିଦେଇଥିଲେ। ଏହା ପରେ ହେଲିକପ୍ଟର ଉପରକୁ ଯାଇ ଦୀର୍ଘ ସମୟ ଧରି ଆକାଶରେ ଘୂରି ବୁଲିଥିଲା। ଏହି ସମୟରେ ଅଧିକାରୀ ତୁରନ୍ତ ହେଲିପ୍ୟାଡ୍ ସଫେଇ କାର୍ଯ୍ୟ କରିଥିଲେ। ପରେ ହେଲିକପ୍ଟର ସୁରକ୍ଷିତ ଅବତରଣ କରିଥିଲା।

B S Yediyurappa: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ହେଲିପ୍ୟାଡ ଠାରେ ହେଲିକପ୍ଟର ଅବତରଣ ବିଫଳ

B S Yediyurappa Helicopter Landing: ମାର୍ଚ୍ଚ ୬ ତାରିଖ ସୋମବାର ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରାପ୍ପା। ସୋମବାର ସକାଳେ ରାଜ୍ୟର କଲବୁର୍ଗି ଜିଲ୍ଲାରେ ହେଲିକପ୍ଟର ଅବତରଣ ବିଫଳ ହେବା ପରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ମିଡିଆ ରିପୋର୍ଟ ଅନୁଯାୟୀ ହେଲିପ୍ୟାଡ ଠାରେ ବହୁ ଅଳିଆ ଆବର୍ଜନା ପଡ଼ି ରହିଥିଲା। ପାଇଲଟ ହେଲିକପ୍ଟର  ଅବତରଣ କରିବାକୁ ଚେଷ୍ଟା କରିବା ବେଳେ ପ୍ଲାଷ୍ଟିକ ପଲିଥିନ ପବନ କାରଣରୁ ଉଡ଼ିବା ଆରମ୍ଭ କରିଥିଲା।

ପବନ କାରଣରୁ ଅଳିଆ ଆବର୍ଜନା ଉଡିବା ହେତୁ ସ୍ୱାଭାବିକ ଭାବରେ ହେଲିକପ୍ଟର ଅବତରଣ (Helicopter Landing) କରିବା ସମ୍ଭବ ହୋଇପାରିଲା ନାହିଁ। ଏଭଳି ପରିସ୍ଥିତିରେ ପାଇଲଟ ତୁରନ୍ତ ହେଲିକପ୍ଟର ଅବତରଣ ବାତିଲ କରିଦେଇଥିଲେ। ଏହା ପରେ ହେଲିକପ୍ଟର ଉପରକୁ ଯାଇ ଦୀର୍ଘ ସମୟ ଧରି ଆକାଶରେ ଘୂରି ବୁଲିଥିଲା। ଏହି ସମୟରେ ଅଧିକାରୀ ତୁରନ୍ତ ହେଲିପ୍ୟାଡ୍ (Helipad) ସଫେଇ କାର୍ଯ୍ୟ କରିଥିଲେ। ପରେ ହେଲିକପ୍ଟର ସୁରକ୍ଷିତ ଅବତରଣ କରିଥିଲା।

ନ୍ୟୁଜ୍ ଏଜେନ୍ସି ANI ଏହି ଘଟଣାର ଭିଡିଓ ଟ୍ୱିଟ କରିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ହେଲିକପ୍ଟର ହେଲିପ୍ୟାଡ (Helicopter At Helipad) ନିକଟରେ ପହଞ୍ଚିବା ମାତ୍ରେ ସେଠାରେ ପଡ଼ି ରହିଥିବା ଅଳିଆ ଆବର୍ଜନା ହଠାତ ପବନ କାରଣରୁ ଉଡ଼ିବାରେ ଲାଗିଥିଲା। ପବନରେ ଅଳିଆ ଆବର୍ଜନ ଉଡ଼ିବା କାରଣରୁ ହେଲିକ୍ୟାପ୍ଟର ଚାଳକଙ୍କ ଦୃଶ୍ୟମାନ କ୍ଷମତା (Helicopter Pilots Visibility Capacity) ମଧ୍ୟ ପ୍ରଭାବିତ ହୋଇଥିଲା। ହେଲିପ୍ୟାଡ ଠାରେ ପଡ଼ି ରହିଥିବା ପ୍ଲାଷ୍ଟିକ୍ ପଲିଥିନ ହେଲିକପ୍ଟର ପାଖକୁ ଆସି ଉଡ଼ିପାରେ ଲାଗିଥିଲା। ଯଦି ଏଭଲି ପରିସ୍ଥିତିରେ ଯଦି ହେଲିକ୍ୟାପ୍ଟର ଅବତରଣ କରିଥାନ୍ତା, ତାହେଲେ ଏକ ବଡ ଧରଣର ଦୁର୍ଘଟଣା ଘଟିଥାନ୍ତା। ହେଲେ ହେଲିକପ୍ଟର ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ବଳରେ ଏହି ଦୁର୍ଘଟଣାକୁ ଏଡାଇ ଦେଇଥିଲେ।

ଏନେଇ ମିଳିଥିବା ଖବର ଅନୁଯାୟୀ ବିଜେପି (BJP) ପକ୍ଷରୁ ବିଜୟ ସଙ୍କଳ୍ପ ରାଲି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (Former Karnataka Chief Minister) ବିଏସ ୟେଦିୟୁରାପ୍ପା (B S Yediyurappa) ରାଜ୍ୟର କଲବୁର୍ଗି ଜିଲ୍ଲା (Kalaburagi District) ଗସ୍ତରେ ଆସିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ (Karnataka Assembly Elections 2023) ଦୃଷ୍ଟିରେ ରଖି ବିଜେପି ନେତା ବିଏସ ୟେଦିୟୁରାପ୍ପା (BJP Leader B S Yediyurappa) ନିରନ୍ତର ପ୍ରଚାରରେ ନିୟୋଜିତ ଅଛନ୍ତି। ଦଳୀୟ ପ୍ରଚାର ପାଇଁ ବିଜେପି ନେତା ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ମଧ୍ୟ କର୍ଣ୍ଣାଟକ ବିଜେପି (Karnataka BJP) ପକ୍ଷରୁ ଆୟୋଜିତ ହୋଇଥିବା ଅନେକ ଦଳୀୟ ରାଲିରେ ସାମିଲ ହୋଇଛନ୍ତି।