ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ହେବ ନାହିଁ ନିର୍ବାଚନ, ଏହି ବ୍ୟକ୍ତି ପୁଣି ସମ୍ଭାଳିବେ କମାଣ
Advertisement
Article Detail0/zeeodisha/odisha1369434

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ହେବ ନାହିଁ ନିର୍ବାଚନ, ଏହି ବ୍ୟକ୍ତି ପୁଣି ସମ୍ଭାଳିବେ କମାଣ

JP Nadda: କୁହାଯାଏ ଯେ, ଦିଲ୍ଲୀର ସିଂହାସନର ରାସ୍ତା ଉତ୍ତରପ୍ରଦେଶ ଦେଇ ଯାଇଥାଏ । ୨୦୧୯ର ଲୋକସଭା ନିର୍ବାଚନ ସମୟରେ ଜେପି ନଡ୍ଡାଙ୍କୁ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଥିଲା । ଏସପି ଓ ବିଏସପି ଏକାଠି ଚ୍ୟାଲେଞ୍ଜ କରୁଥିବାରୁ ମୁକାବିଲା ସହଜ ନଥିଲା । ତେବେ ଜେପି ନଡ୍ଡାଙ୍କ ରଣନୀତି ଚମତ୍କାର କାର୍ଯ୍ୟ କରିଛି ଓ ୟୁପିରେ ବିଜେପି ୬୪ଟି ଆସନ ଜିତିଛି । 

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ହେବ ନାହିଁ ନିର୍ବାଚନ, ଏହି ବ୍ୟକ୍ତି ପୁଣି ସମ୍ଭାଳିବେ କମାଣ

ନୂଆଦିଲ୍ଲୀ: JP Nadda: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ପାଇଁ ଜାତୀୟ ରାଜନୀତି ବେଶ୍ ସରଗରମ ରହିଛି । ସେପଟେ ଭାରତୀୟ ଜନତା ପାର୍ଟି (BJP) ର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ହେବ ନାହିଁ । ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନ୍ଡଡା (JP Nadda) ଙ୍କ କାର୍ଯ୍ୟକାଳ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ତାଙ୍କର କାର୍ଯ୍ୟକାଳ ୨୦ ଜାନୁଆରୀ ୨୦୨୩ରେ ଶେଷ ହେଉଛି । ଏଠାରେ କହି ରଖୁଛୁ ଯେ, ଜଗତ ପ୍ରକାଶ ନଡ୍ଡା ପ୍ରଥମ ସାତ ମାସ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ । ଏହା ପରେ ୨୦ ଜାନୁଆରୀ ୨୦୨୦ ରେ ସେ ଜାତୀୟ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ସେହି ଅନୁଯାୟୀ ୨୦ ଜାନୁଆରୀ ୨୦୨୩ରେ ତାଙ୍କର ତିନି ବର୍ଷ ଶେଷ ହେଉଛି । ତେବେ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପିର କମାଣ ତାଙ୍କ ହାତରେ ରହିପାରେ ।

ସୂଚନାଯୋଗ୍ୟ, ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିବା ଜେପି ନଡ୍ଡା ନିଜର ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ଜଣାଶୁଣା । ଏହା ବ୍ୟତୀତ ତାଙ୍କୁ ଆରଏସଏସର ନିକଟତର ମଧ୍ୟ ମନେ କରାଯାଏ । ସେ କେବଳ କେନ୍ଦ୍ରରେ ନୁହେଁ ହିମାଚଳ ପ୍ରଦେଶରେ ମଧ୍ୟ ମନ୍ତ୍ରୀ ରହିଛନ୍ତି । ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ସେ ହିମାଚଳ ପ୍ରଦେଶରେ କ୍ୟାବିନେଟ ମନ୍ତ୍ରୀ ଥିଲେ । ଏହା ପରେ ସେ ୨୦୦୮ରୁ ୨୦୦ ପର୍ଯ୍ୟନ୍ତ ଧୂମଲ ସରକାରରେ ମନ୍ତ୍ରୀ ପଦ ମଧ୍ୟ ଗ୍ରହଣ କରିଥିଲେ । ୨୦୧୨ରେ ସେ ପ୍ରଥମ ଥର ପାଇଁ ରାଜ୍ୟସଭାର ସଦସ୍ୟ ହୋଇଥିଲେ । ମୋଦି ସରକାରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ ।

କୁହାଯାଏ ଯେ, ଦିଲ୍ଲୀର ସିଂହାସନର ରାସ୍ତା ଉତ୍ତରପ୍ରଦେଶ ଦେଇ ଯାଇଥାଏ । ୨୦୧୯ର ଲୋକସଭା ନିର୍ବାଚନ ସମୟରେ ଜେପି ନଡ୍ଡାଙ୍କୁ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଥିଲା । ଏସପି ଓ ବିଏସପି ଏକାଠି ଚ୍ୟାଲେଞ୍ଜ କରୁଥିବାରୁ ମୁକାବିଲା ସହଜ ନଥିଲା । ତେବେ ଜେପି ନଡ୍ଡାଙ୍କ ରଣନୀତି ଚମତ୍କାର କାର୍ଯ୍ୟ କରିଛି ଓ ୟୁପିରେ ବିଜେପି ୬୪ଟି ଆସନ ଜିତିଛି । ଅନ୍ୟପକ୍ଷରେ ଏସପି, ବିଏସପି ଏକାଠି ଲଢ଼ି ମାତ୍ର ୧୫ଟି ଆସନ ପାଇଛନ୍ତି । ଏହି ବିଜୟ ପରେ ଜେପି ନଡ୍ଡାଙ୍କ ସ୍ଥିତି ଦଳରେ ବୃଦ୍ଧି ପାଇଛି । 

ଅଧିକ ପଢ଼ନ୍ତୁ:-ଖୁସି ଖବର: ସରକାରୀ କର୍ମଚାରୀଙ୍କ ଅପେକ୍ଷା ହେଲା ଶେଷ, ମହଙ୍ଗା ଭତ୍ତାକୁ ନେଇ ଆସିଲା ଜରୁରୀ ଅପଡେଟ୍

ଅଧିକ ପଢ଼ନ୍ତୁ:-ଆମେରିକା-ପାକିସ୍ତାନର ବନ୍ଧୁତା ଉପରେ ଜୟଶଙ୍କରଙ୍କ 'ସର୍ଜିକାଲ ଷ୍ଟ୍ରାଇକ୍', କହିଲେ-ବୋକା ବନାନ୍ତୁ ନାହିଁ, ଜାଣିଛୁ...

ଅଧିକ ପଢ଼ନ୍ତୁ:-ଋଷରେ ପୁଟିନଙ୍କ ବିରୁଦ୍ଧରେ ଜନତାଙ୍କ ବିଦ୍ରୋହ, ବର୍ତ୍ତମାନ ସାଂସଦମାନେ ମଧ୍ୟ ହେଲେ ଏକାଠି; ଜାଣନ୍ତୁ ଏହି ଅସ୍ଥିରତା ପଛରେ କ'ଣ ରହିଛି କାରଣ

 

ପ୍ରଥମେ ବୁଝନ୍ତୁ କିପରି ବିଜେପିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ?

ଭାରତୀୟ ଜନତା ପାର୍ଟି (BJP) ରେ ରାଜ୍ୟ ସଂଗଠନର ନିର୍ବାଚନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ହୁଏ । ନିୟମ ଅନୁଯାୟୀ, ଯଦି ୫୦ ପ୍ରତିଶତ ରାଜ୍ୟରେ ଏହି ସଂଗଠନର ନିର୍ବାଚନ ହୋଇସାରିଛି, ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ତିନି ବର୍ଷ ହେବ । ନଡ୍ଡା ୨୦୨୦ରେ ଦଳର ଦାୟିତ୍ୱ କମାଣ ସମ୍ଭାଳିଥିଲେ । ତାଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀରେ ଶେଷ ହେବ ।

ଭାରତୀୟ ଜନତା ପାର୍ଟିର ସମ୍ବିଧାନର ଧାରା ୧୯ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ବ୍ୟବସ୍ଥା କରାଯାଇଛି । ସେହି ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ଏକ ନିର୍ବାଚନୀ ମଣ୍ଡଳୀ ଦ୍ୱାରା କରାଯିବ । ଏଥିରେ ଜାତୀୟ ପରିଷଦ ଓ ରାଜ୍ୟ ପରିଷଦର ଉଲ୍ଲେଖିତ ସଦସ୍ୟମାନେ ରହିଥାନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ସେହି ବ୍ୟକ୍ତି ହୋଇପାରିବେ ଯିଏ ଅତି କମରେ ଚାରି ଅବଧି ଦଳର ସକ୍ରିୟ ସଦସ୍ୟ ରହିଆସିଛନ୍ତି । ଅତିକମରେ ୧୫ ବର୍ଷ ପାଇଁ ଦଳର ସଦସ୍ୟ ଅଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦର ଯୋଗ୍ୟତା ରଖିଥିବା କୌଣସି ନେତାଙ୍କ ନାମ ନିର୍ବାଚକ ମଣ୍ଡଳୀର ମୋଟ ୨୦ ଜଣ ସଦସ୍ୟ ପ୍ରସ୍ତାବିତ କରିବେ । ଏଠାରେ ମଧ୍ୟ ଆବଶ୍ୟକ ଯେ ଏହି ମିଳିତ ପ୍ରସ୍ତାବ ମଧ୍ୟ ଅତି କମରେ ପାଞ୍ଚଟି ରାଜ୍ୟରୁ ଆସିବା ଉଚିତ ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କର କାର୍ଯ୍ୟକାଳ କ’ଣ?

ବିଜେପିର ସମ୍ବିଧାନର ଧାରା ୨୧ ଅନୁଯାୟୀ ଜଣେ ବ୍ୟକ୍ତି କେବଳ ୩-୩ ବର୍ଷର ଦୁଇ ଥର କାର୍ଯ୍ୟକାଳ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବେ । ପ୍ରଦେଶ କାର୍ଯ୍ୟକାରିଣୀ, ପରିଷଦ, ସମିତିର ପଦାଧିକାରୀ ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ତିନି ବର୍ଷ ପାଇଁ ସ୍ଥିର କରାଯାଇଛି ।