BJP National President: ହିମାଚଳ ପରାଜୟ ସତ୍ତ୍ୱେ ଜେପି ନଡ୍ଡା ହେଲେ ବିଜେପି ମଙ୍ଗୁଆଳ, ଆଗକୁ ଆସୁଛି 'ଅଗ୍ନିପରୀକ୍ଷା'
Advertisement

BJP National President: ହିମାଚଳ ପରାଜୟ ସତ୍ତ୍ୱେ ଜେପି ନଡ୍ଡା ହେଲେ ବିଜେପି ମଙ୍ଗୁଆଳ, ଆଗକୁ ଆସୁଛି 'ଅଗ୍ନିପରୀକ୍ଷା'

BJP National President JP Nadda: ପ୍ରଥମ ପାଳି ମୋଦି ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଜେପି ନଡ୍ଡାଙ୍କ ପାଖରେ ସାଙ୍ଗଠନିକ ଅଭିଜ୍ଞତା ମଧ୍ୟ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପୂର୍ବରୁ ନାଡା ଜାମୁ କାଶ୍ମୀର ଏବଂ ଉତ୍ତର ପ୍ରଦେଶ ବିଜେପି ପ୍ରଭାରୀ ମହାସଚିବ ଦାୟିତ୍ୱରେ ରହିଥିଲେ। ଗତ ୨୦୧୦ ବର୍ଷ ଜେପି ନଡ୍ଡା ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ସେତେବେଳେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଗଡକରୀ ତାଙ୍କୁ ଦଳର ସଚିବ ଭାବେ ନିଯୁକ୍ତ କରିଥିଲେ।

BJP National President: ହିମାଚଳ ପରାଜୟ ସତ୍ତ୍ୱେ ଜେପି ନଡ୍ଡା ହେଲେ ବିଜେପି ମଙ୍ଗୁଆଳ, ଆଗକୁ ଆସୁଛି 'ଅଗ୍ନିପରୀକ୍ଷା'

JP Nadda Reappointed as BJP National President: ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦୀନରେ ବିଜେପି ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଦଳର ବରିଷ୍ଠ 
ନେତା ଜଗତ ପ୍ରକାଶ ନଡ୍ଡାଙ୍କୁ ପୁନର୍ବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ୨୦୨୪ ଜୁନ୍ ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ବିଜେପି ନେତା ଜେପି ନଡ୍ଡା ଦଳର ତୃତୀୟ ଏପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯିଏ ଦ୍ୱିତୀୟ ଥର ପାଇଁ ଦଳର କମାଣ ସମ୍ଭାଳିବେ। ଏହା ପୂର୍ବରୁ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାନୀ ୨ କିମ୍ବା ଏହା ଠାରୁ ଅଧିକ ଥର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ।

ପ୍ରଥମ ପାଳି ମୋଦି ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଜେପି ନଡ୍ଡାଙ୍କ ପାଖରେ ସାଙ୍ଗଠନିକ ଅଭିଜ୍ଞତା ମଧ୍ୟ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପୂର୍ବରୁ ନାଡା ଜାମୁ କାଶ୍ମୀର ଏବଂ ଉତ୍ତର ପ୍ରଦେଶ ବିଜେପି ପ୍ରଭାରୀ ମହାସଚିବ ଦାୟିତ୍ୱରେ ରହିଥିଲେ। ଗତ ୨୦୧୦ ବର୍ଷ ଜେପି ନଡ୍ଡା ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ। ସେତେବେଳେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଗଡକରୀ ତାଙ୍କୁ ଦଳର ସଚିବ ଭାବେ ନିଯୁକ୍ତ କରିଥିଲେ।

ହିମାଚଳ ପ୍ରଦେଶ ହେଉଛି ଜେପି ନାଡ୍ଡାଙ୍କ ଗୃହ ରାଜ୍ୟ। ନିକଟରେ ଅନୁଷ୍ଠିତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ବରଣ କରିଛି। ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଜେପି ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ହରାଇବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ତାହା ହୋଇ ନଥିଲା। 

ଗତ ୨୦୨୧ ବର୍ଷରେ ମୋଦି କ୍ୟାବିନେଟ ହୋଇଥାନ୍ତା ଫେରବଦଳ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ନୂତନ ନାମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଏବଂ ଜେପି ନଡ୍ଡାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ହଟାଇବାକୁ ମଧ୍ୟ ସହମତି ପ୍ରକାଶ ପାଇଥିଲା। ଯେଉଁଥିରେ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭେଦକର ଏବଂ ହର୍ଷ ବର୍ଦ୍ଧନଙ୍କ ନାମ ଅନ୍ତର୍ଭୂକ୍ତ ରହିଥିଲା।

ମନ୍ତ୍ରୀଙ୍କ ଠାରୁ ଇସ୍ତଫା ଆଣିବାର ଦାୟିତ୍ୱ ଜେପି ନଡ୍ଡାଙ୍କୁ ଦିଆଯାଇଥିଲା। ବିଜେପି ନେତା ନଡ୍ଡା ସମସ୍ତ ୧୨ ମନ୍ତ୍ରୀଙ୍କ ଫୋନ କରି ସେମାନଙ୍କ ଇସ୍ତଫା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଇବାକୁ କହିଥିଲେ। ଏହି ଯୋଜନା ଏତେ ସୁରୁଖୁରୁରେ କାର୍ଯ୍ୟକାରୀ ହେଲା ଯେ ଆରମ୍ଭରେ କେହି ଏହାର ଖବର ପାଇନଥିଲେ।

ଗତ ୨୦୨୦ ଜାନୁଆରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଭାର ଗ୍ରହଣ କରିଥିଲା ଜେପି ନଡ୍ଡା। ଏହା ପରେ ପ୍ରାୟ ୧୪ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ୧୪ ରାଜ୍ୟ ମଧ୍ୟରୁ ବିଜେପି ଏକାକୀ ୫ ରାଜ୍ୟରେ ସରକାର ଗଠନ କରିଥିବାବେଳେ ୨ ରାଜ୍ୟରେ ମେଣ୍ଟ ସରକାରରେ ଅଂଶୀଦାର ହୋଇଥିଲା। ତାଙ୍କ ନେତୃତ୍ୱରେ ବିହାର ଏବଂ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ଦୁଇଟି ରାଜ୍ୟରେ ମୋଟ ୧୨୦ ଲୋକସଭା ଆସନ ଅଛି। ବିଜେପି ପାଖରେ ଏହି ୨ ରାଜ୍ୟର ଅର୍ଦ୍ଧାଧିକ ଲୋକସଭା ଆସନ ରହିଛି। 

ଚଳିତ ବର୍ଷ ଦେଶର ୯ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ୯ ରାଜ୍ୟ ହେଉଛି ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, କର୍ଣ୍ଣାଟକ ଏବଂ ତେଲେଙ୍ଗାନା।  ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ଏହି ୫ ରାଜ୍ୟରେ କ୍ଷମତାସୀନ ରହିଥିବା ଦଳ ଅଥବା ମେଣ୍ଟ ସହଯୋଗୀଙ୍କ ସରକାରଙ୍କୁ ବଞ୍ଚାଇବା ପାଇଁ ବିଜେପି ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇରହିଛି। ଅନ୍ୟପଟେ ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ ଆଦି ୪ ରାଜ୍ୟରେ ଦଳକୁ ଜିତାଇବା ବିଜେପି ପାଇଁ ଅନ୍ୟ ଏକ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। 

ଜେପି ନଡ୍ଡା ପୁନର୍ବାର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ଘଟଣାରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଉପରୋକ୍ତ ୯ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ସହଜରେ ନିର୍ବାଚନ ରଣନୀତି କାର୍ଯ୍ୟକାରୀ କରିପାରିବ। ଦଳ ମଧ୍ୟ ମେଣ୍ଟ ସହଯୋଗୀ ଗଠନ କରିବା ଦିଗରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ବିଶ୍ୱସ୍ତ ହୋଇଥିବାରୁ ଡେପି ନଡ୍ଡା ଏହି କାମକୁ ସହଜରେ କରିପାରିବେ।

ଚଳିତ ବର୍ଷ ଦେଶର ଯେଉଁ ୯ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ ମୋଟ ୧୧୬ ଲୋକସଭା ଆସନ ରହିଛି। ଏହି ୧୧୬ ସଂସଦୀୟ କ୍ଷେତ୍ର ମଧ୍ୟରୁ ବିଜେପି ପାଖରେ ଏକାକୀ ୯୩ ଆସନ ରହିଛି। ମଧ୍ୟ ପ୍ରଦେଶରେ ସର୍ବାଧିକ ୨୯ ଆସନ ରହିଥିବା, କର୍ଣ୍ଣାଟକ ଏବଂ ରାଜସ୍ଥାନ ଆଦି ରାଜ୍ୟ ଦ୍ୱୟରେ ଯଥାକ୍ରମେ ୨୮ ଏବଂ ୨୫ ଲୋକସଭା ଆସନ ରହିଛି। ଲୋକସଭା ନିର୍ବାଚନ ଦୃଷ୍ଟିରୁ ତେଲେଙ୍ଗାନାର ୧୭ ଏବଂ ଛତିଶଗଡର ୧୧ ଆସନ ମଧ୍ୟ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରାଜସ୍ଥାନ ଏବଂ ତ୍ରିପୁରା ଆଦି ରାଜ୍ୟ ଦ୍ୱୟରେ କ୍ଲିନ୍ ସ୍ୱିପ୍ କରିଥିଲା। କର୍ଣ୍ଣାଟକ ପରେ ତେଲେଙ୍ଗାନା ହେଉଛି ଦକ୍ଷିଣ ଭାରତର ଦ୍ୱିତୀୟ ରାଜ୍ୟ, ଯେଉଁଠାରେ ବିଜେପି ଚାରୋଟି ସିଟ୍ ପାଇଥିଲା।