President Election 2022: ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ
Advertisement
Article Detail0/zeeodisha/odisha1248206

President Election 2022: ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ

୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ଶାସକ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଦେଶର ସମସ୍ତ ମହିଳା ବିଧାୟକ ତଥା ସାଂସଦଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଝାଡଖଣ୍ଡ କୋଡରମା ଲୋକସଭା ଆସନର ସାଂସଦ ଅନ୍ନପୂର୍ଣ୍ଣା ଦେବୀ। ଏନେଇ ସେ କହିଛନ୍ତି ଯେ ଲୋକେ ସେମାନଙ୍କ ମତ ପାର୍ଥକ୍ୟକୁ ଦୂରେଇ ରଖନ

President Election 2022: ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ

Union Minister Annpurna Devi: ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ଶାସକ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଦେଶର ସମସ୍ତ ମହିଳା ବିଧାୟକ ତଥା ସାଂସଦଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଝାଡଖଣ୍ଡ କୋଡରମା ଲୋକସଭା ଆସନର ସାଂସଦ ଅନ୍ନପୂର୍ଣ୍ଣା ଦେବୀ। ଏନେଇ ସେ କହିଛନ୍ତି ଯେ ଲୋକେ ସେମାନଙ୍କ ମତ ପାର୍ଥକ୍ୟକୁ ଦୂରେଇ ରଖନ୍ତୁ ଏବଂ ମହିଳା ସଶକ୍ତିକରଣ ତଥା ମହିଳାଙ୍କ ପ୍ରତିନିଧିତ୍ୱକୁ ସମର୍ଥନ କରିବା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଆବଶ୍ୟକ।

କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ ଆମେ ଦେଶର ସମସ୍ତ ମହିଳା ସାଂସଦ ତଥା ବିଧାୟକଙ୍କୁ ନିବେଦନ କରିବାକୁ ଚାହୁଁଛୁ ଯେ ଲୋକେ ଦଳ ଠାରୁ ଉର୍ଦ୍ଧ୍ୱରେ ଉଠି ମହିଳାଙ୍କ ପ୍ରତିନିଧିତ୍ୱକୁ ସମର୍ଥନ କରନ୍ତୁ। ସେ ଏହା କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ଶିବୁ ସୋରେନ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି। ତାଙ୍କୁ ଜେଏମଏମ ସମର୍ଥନ ମଳିବା ନେଇ ଆଶା କରାଯାଉଛି।

ରାଷ୍ଟ୍ରପତି ନିର୍ବାଚନରେ ଶାସକ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏପର୍ଯ୍ୟନ୍ତ ଏହାର ସ୍ଥିତି ସ୍ପଷ୍ଟ କରିନାହିଁ। ସମର୍ଥନକୁ ନେଇ ଦ୍ରୌପଦୀ ମୁର୍ମୁ ଶିବୁ ସୋରେନ ଏବଂ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି। ଆମେ ଭାବୁଛୁ ସମସ୍ତେ ତାଙ୍କୁ ସମର୍ଥନ କରିପାରନ୍ତି। ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୋମବାର ଏନଡିଏ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡ ଠାରେ ପହଞ୍ଚିଥିଲେ। ଏହି ଅବସରରେ ସେ ବିଜେପି ବିଧାୟକ ସାଂସଦଙ୍କ ବ୍ୟତୀତ ଦେଶର ସର୍ବୋଚ୍ଚ ପଦବୀ ନିର୍ବାଚନରେ ​ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସମର୍ଥନ ଲୋଡିଥିଲେ। ରାଜ୍ୟରେ ଏନଡିଏ ବିଧାୟକ ଏବଂ ସାଂସଦଙ୍କ ବ୍ୟତୀତ ସେ ଜେଏମଏମ ସଭାପତି ଶିବୁ ସୋରେନ ଏବଂ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କୁ ମଧ୍ୟ ଭେଟିଛନ୍ତି।

Also Read: President Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିପାରେ AIUDF ସମର୍ଥନ