Jharkhand: କ୍ୟାଣ୍ଡେଲ ଜାଳି ସାମ୍ବାଦିକ ସମ୍ମିଳନୀ କଲେ ବିଜେପି ସାଂସଦ ସଞ୍ଜୟ ସେଠ, ଜାଣନ୍ତୁ କାରଣ
Advertisement

Jharkhand: କ୍ୟାଣ୍ଡେଲ ଜାଳି ସାମ୍ବାଦିକ ସମ୍ମିଳନୀ କଲେ ବିଜେପି ସାଂସଦ ସଞ୍ଜୟ ସେଠ, ଜାଣନ୍ତୁ କାରଣ

BJP MP Press Conference: ମୁଁ ମୋ ରାଜନୀତିରେ ବିଦ୍ୟୁତ ସେବାର ଏଭଳି ଗୁରୁତର ସମସ୍ୟା ଦେଖିନାହିଁ। ବିହାର ସମୟରେ ମଧ୍ୟ ଯେତେବେଳେ ଆମେ ଏକାଠି ଥିଲୁ, ସେତେବେଳେ ଝାଡଖଣ୍ଡ ପରିସ୍ଥିତି ଏତେ ଖରାପ ନଥିଲା। ବିଦ୍ୟୁତ ଯୋଗାଣରେ ଅବ୍ୟବସ୍ଥା କାରଣରୁ ରାଜ୍ୟରେ ଶିଳ୍ପ ସଂସ୍ଥା ବନ୍ଦ ହେବାକୁ ଯାଉଛି। ଲୋକଙ୍କ ସାମ୍ନାରେ ଜୀବନ ଜୀବିକା ସଙ୍କଟ ଦେଖାଦେଇଛି। 

 

Jharkhand: କ୍ୟାଣ୍ଡେଲ ଜାଳି ସାମ୍ବାଦିକ ସମ୍ମିଳନୀ କଲେ ବିଜେପି ସାଂସଦ ସଞ୍ଜୟ ସେଠ, ଜାଣନ୍ତୁ କାରଣ

BJP MP Sanjay Seth: ରାଜ୍ୟର ବିଜୁଳି କାଟ ସମସ୍ୟାକୁ ନେଇ ନାରାଜ ହୋଇଉଠିଛନ୍ତି ବିଜେପି ସାଂସଦ ସଞ୍ଜୟ ସେଠ। ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବିଜୁଳି କାଟ କାରଣରୁ ରାଞ୍ଚି ସାଂସଦ ସଞ୍ଜୟ ସେଠ କ୍ୟାଣ୍ଡେଲ ଜାଳି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଞ୍ଚି ସାଂସଦଙ୍କ କହିବା କଥା ତାଙ୍କ ସଂସଦୀୟ କ୍ଷେତ୍ରରେ ୬-୮ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଉପଲବ୍ଧ ରହୁନାହିଁ। କେବେ କେବେ ରାତିରେ ମଧ୍ୟ ବିଜୁଳି ଚାଲିଯାଉଛି। ରାତିରେ ବିଜୁଳି ଚାଲିଯିବା ପରେ ସକାଳେ ଯାଇ ଆସୁଛି। ବିଗତ ଅଢେଇ ତିନି ମାସ ଧରି ଏଭଳି ସମସ୍ୟା ଉପୁଜିଥିବା କହିଛନ୍ତି ବିଜେପି ସାଂସଦ।

ଏତିକିରେ ଅଟକି ଯାଇନାହାଁନ୍ତି ରାଞ୍ଚି ସାଂସଦ ସଞ୍ଜୟ ସେଠ (Ranchi MP Sanjay Seth)। ଏନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମୋ ରାଜନୀତିରେ ବିଦ୍ୟୁତ ସେବାର ଏଭଳି ଗୁରୁତର ସମସ୍ୟା ଦେଖିନାହିଁ। ବିହାର (Bihar) ସମୟରେ ମଧ୍ୟ ଯେତେବେଳେ ଆମେ ଏକାଠି ଥିଲୁ, ସେତେବେଳେ ଝାଡଖଣ୍ଡ (Jharkhand) ପରିସ୍ଥିତି ଏତେ ଖରାପ ନଥିଲା। ବିଦ୍ୟୁତ ଯୋଗାଣରେ ଅବ୍ୟବସ୍ଥା କାରଣରୁ ରାଜ୍ୟରେ ଶିଳ୍ପ ସଂସ୍ଥା ବନ୍ଦ ହେବାକୁ ଯାଉଛି। ଲୋକଙ୍କ ସାମ୍ନାରେ ଜୀବନ ଜୀବିକା ସଙ୍କଟ ଦେଖାଦେଇଛି। ମାନ୍ୟବର ହାଇକୋର୍ଟଙ୍କ ମନ୍ତବ୍ୟ ଆସିବା ପରେ ମଧ୍ୟ ଝାଡ଼ଖଣ୍ଡ ସରକାର (Jharkhand Govt) ଦୁର୍ନୀତିରେ ଜଡିତ ରହିଛନ୍ତି।

ଝାଡଖଣ୍ଡରେ କ୍ଷମତାସୀନ ହେମନ୍ତ ସୋରେନ ସରକାରକୁ (Hemant Soren Govt) ଟାର୍ଗେଟ କରି ବିଜେପି ସାଂସଦ ସଞ୍ଜୟ ସେଠ (BJP MP Sanjay Seth) କହିଛନ୍ତି ରାଜ୍ୟର ସମସ୍ୟା ପାଇଁ ଏହି ଦୁର୍ନୀତିଗ୍ରସ୍ତ ଏବଂ ଚତୁର ୟୁପିଏ ସରକାର (Jharkhand UPA Govt) ଦାୟୀ। ଏହି ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ଆଇନ ଶୃଙ୍ଖଳା ପରି ପ୍ରତ୍ୟେକ ପ୍ରସଙ୍ଗରେ ବିଫଳ ହୋଇଛି। ଏହି ସରକାର ଦୁର୍ନୀତି ଏବଂ ତୁଷ୍ଟିକରଣ ଏଜେଣ୍ଡା ଆଧାରରେ ଚାଲିଛି। ରାଞ୍ଚି ମେନ୍ ରୋଡ ଠାରେ ହୋଇଥିବା ଦଙ୍ଗାର (Ranchi Main Road Riot) ଅନୁସନ୍ଧାନ ଫାଇଲ ବନ୍ଦ କରିବା ହେଉଛି ଏହାର ଏକ ଉଦାହରଣ।

ଏହି ବ୍ୟବସ୍ଥା ଆଧାରରେ ବାହାରୁ ନିବେଶକଙ୍କୁ ଆମନ୍ତ୍ରଣ କରିବା ପାଇଁ ରୋଡ୍ ଶୋ ଅନୁଷ୍ଠିତ ହୋଇଥାଏ। ୫୦୦ କୋଟି ଦେୟ ହେତୁ ବିଦ୍ୟୁତ୍ ସେବା ଖରାପ ହୋଇପଡ଼ିଛି। ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗରେ ୟୁପିଏ ସରକାରକୁ ଟାର୍ଗେଟ କରିଛନ୍ତି
ରାଞ୍ଚି ବିଜେପି ସାଂସଦ (Ranchi BJP MP) । ଏନେଇ ସେ କହିଛନ୍ତି ଯେ ନୂତନ ନିର୍ଦ୍ଦେଶକଙ୍କ ଆଗମନ ପରେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (Rajendra Institute of Medical Sciences) ଅବସ୍ଥା ଭଲ ହେବ ବୋଲି ଆଶା କରାଯାଉଥିଲା। ହେଲେ ଏହାର ସ୍ଥିତିରେ ସୁଧାର ଆସିନାହିଁ। ପରିସ୍ଥିତି ଏପରି ଯେ ବର୍ତ୍ତମାନ ରିମ୍ସ (RIMS) ଠାରେ ଛୋଟ ପାଥୋଲୋଜି ପରୀକ୍ଷା ମଧ୍ୟ ହୋଇପାରୁନାହିଁ।

ରିମ୍ସ ପରିଚାଳନା ପରିଷଦ ବୈଠକ କେବଳ ଏଜେଣ୍ଡା ପାସ୍ କରିବା କାର୍ଯ୍ୟ ହୋଇଥାଏ। ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କେବଳ ଫିତା କାଟିବାରେ ବ୍ୟସ୍ତ ଅଛନ୍ତି। ଡିସେମ୍ବର ୬ ରେ ହେବାକୁ ଥିବା ପରିଚାଳନା ପରିଷଦ ବୈଠକରେ ସେ ଏହାର ଦୃଢ ବିରୋଧ କରିବେ ବୋଲି କହିଛନ୍ତି ରାଞ୍ଚି ସାଂସଦ।