Jharkhand Politics: ରାଜନୈତିକ ପିକନିକ ପରେ ରାଜ୍ୟକୁ ଫେରିଲେ ଶାସକ ମେଣ୍ଟର ବିଧାୟକ
Advertisement
Article Detail0/zeeodisha/odisha1323733

Jharkhand Politics: ରାଜନୈତିକ ପିକନିକ ପରେ ରାଜ୍ୟକୁ ଫେରିଲେ ଶାସକ ମେଣ୍ଟର ବିଧାୟକ

Jharkhand Political Crisis: ଶାସକ ମେଣ୍ଟର ବିଧାୟକ ରାମଗଡ଼ ଜିଲ୍ଲାରେ ଅବସ୍ଥିତ ପତରାତୁ ଯାଇଥାନ୍ତେ। ମାତ୍ର ବିରୋଧି ବିଜେପିକୁ ଜବାବ ଦେବା ପାଇଁ ବିଧାୟକଙ୍କୁ ପତରାତୁ ବଦଳରେ ଲତୁରାତୁ ପଠାଯାଇଥିଲା। ସେମାନେ ସନ୍ଧ୍ୟାରେ ରାଜଧାନୀ ରାଞ୍ଚି ଫେରିଥିଲେ। 

Jharkhand Politics: ରାଜନୈତିକ ପିକନିକ ପରେ ରାଜ୍ୟକୁ ଫେରିଲେ ଶାସକ ମେଣ୍ଟର ବିଧାୟକ

Jharkhand Political Crisis: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଉପରେ ଅନିଶ୍ଚିତତା ଜାରି ରହିଛି। ଖଣି ଲିଜ୍ ଆବଣ୍ଟନ ମାମଲାରେ ଝାଡଖଣ୍ଡ ବିଧାୟକ ପଦ ରଦ୍ଦ ହୋଇପାରେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଶାସକ ମେଣ୍ଟର ବିଧାୟକ ଖୁଣ୍ଟି ଜିଲ୍ଲାର ଲତୁରାତୁ ଠାରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ୩-୪ ଘଣ୍ଟାର ରାଜନୈତିକ ପିକନିକ କରିବା ପରେ ହେମନ୍ତ ହେମନ୍ତ ସୋରେନ୍ ସମସ୍ତ ବିଧାୟକଙ୍କ ସହ ରାଜଧାନୀ ରାଞ୍ଚି ଫେରିଛନ୍ତି। ବର୍ତ୍ତମାନ ସୋରେନ ଶନିବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶାସକ ମେଣ୍ଟର ବିଧାୟକଙ୍କୁ ନେଇ ଏକ ଗୁପ୍ତ ବୈଠକ କରିଛନ୍ତି।

ମୋଟ ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ (Jharkhand Legislative Assembly) ଶାସକ ମେଣ୍ଟକୁ ୩୦ ଜେଏମଏମ (JMM), ୧୯ କଂଗ୍ରେସ (Congress), ୧ ଆରଜେଡି (RJD), ୧ ଏନସିପି (NCP), ୧ ସିପିଆଇଏମଏଲ (CPIML) ବିଧାୟକ ଅଛନ୍ତି। ଜେଏମଏମ ନେତୃତ୍ୱାଧିନ ମେଣ୍ଟ ସରକାରକୁ ୪୯ ବିଧାୟକଙ୍କ ସମେତ ଆରଜେଡି, ଏନସିପି,  ସିପିଆଇଏମଏଲ ଭଳି ଦଳର ବିଧାୟକ ସମର୍ଥନ ରହିଛି। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୪୫ ଜଣ ବିଧାୟକ ଲତୁରାତୁ ଯାଇଥିଲେ। ପଶ୍ଚିମବଙ୍ଗରୁ ବିପୁଳ ପରିମାଣର ଟଙ୍କା ସହ ଧରା ପଡ଼ିଥିବା ଝାଡଖଣ୍ଡର ୩ ଜଣ କଂଗ୍ରେସ ବିଧାୟକ ଦଳରୁ ନିଲମ୍ବିତ ହୋଇଛନ୍ତି। ଅନ୍ୟଜଣେ ବିଧାୟକ ମମତା ଦେବୀ ମାତୃତ୍ୱ ଛୁଟିରେ ଅଛନ୍ତି। ଶାସକ ମେଣ୍ଟର ବିଧାୟକ ରାମଗଡ଼ ଜିଲ୍ଲାରେ ଅବସ୍ଥିତ ପତରାତୁ ଯାଇଥାନ୍ତେ। ମାତ୍ର ବିରୋଧି ବିଜେପିକୁ ଜବାବ ଦେବା ପାଇଁ ବିଧାୟକଙ୍କୁ ପତରାତୁ ବଦଳରେ ଲତୁରାତୁ ପଠାଯାଇଥିଲା। ସେମାନେ ସନ୍ଧ୍ୟାରେ ରାଜଧାନୀ ରାଞ୍ଚି ଫେରିଥିଲେ। 

Also Read: Jharkhand Politics: ସରକାର ବଞ୍ଚାଇବ ଲାଗି ଆରମ୍ଭ ହୋଇଗଲା ପ୍ରୟାସ

ଅନ୍ୟପଟେ ଝାଡଖଣ୍ଡ ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ବିଜେପି (BJP) ପାଖରେ ମୋଟ ୨୬ ଜଣ ବିଧାୟକ ଅଛନ୍ତି। ଦଳର ମେଣ୍ଟ ସହଯୋଗୀ ଅଲ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ (All Jharkhand Students Union) ପାଖରେ ୨ ଏବଂ ଅନ୍ୟ ୨ ଜଣ ସ୍ୱାଧିନ ବିଧାୟକ ବିରୋଧ ଦଳରେ ଅଛନ୍ତି। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଶାସକ ମେଣ୍ଟର ବିଧାୟକଙ୍କୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜେଏମଏମ ମୁଖପାତ୍ର ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ (JMM Spokesperson Supriyo Bhattacharya) ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଜଣେ ବିଜେପି ସାଂସଦ (Jharkhand BJP MP) କ୍ରମାଗତ ଭାବରେ ଭ୍ରମ ସୃଷ୍ଟି କରୁଛନ୍ତି ଯେ ଝାଡଖଣ୍ଡ ସରକାରଙ୍କୁ ବଞ୍ଚାଇବା ପାଇଁ ଶାସକ ମେଣ୍ଟର ବିଧାୟକଙ୍କୁ ପଶ୍ଚିମବଙ୍ଗ, ଛତିଶଗଡ କିମ୍ବା ବିହାର ପଠାଯିବ। ଏହି ଗୁଜବକୁ ପରିହାସ କରିବାକୁ ଦଳ ଏହି ଯୋଜନା ପ୍ରସ୍ତୁତ କରିଛି। କାରଣ ବିଧାୟକଙ୍କୁ ଲତୁରାତ ନାମକ ଏକ ପର୍ଯ୍ୟଟନ ସ୍ଥାନକୁ ପଠାଯାଇଥିଲା। କାରଣ ବିଜେପି କେବଳ ଏହାର ଭାଷା ବୁଝିପାରେ।

ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ମେଣ୍ଟ ସରକାରର ସ୍ଥିତି କ'ଣ ରହିଛି ସେ ନେଇ ଜେଏମଏମ ପକ୍ଷରୁ କୁହାଯାଇଛି ଯେ ସରକାର ପ୍ରତି କୌଣସି ବିପଦ ନାହିଁ। ଦଳ ରାଜ୍ୟପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାନସଭା ସମ୍ବନ୍ଧରେ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ଅପେକ୍ଷା କରିଛି। ରାଜ୍ୟପାଳଙ୍କ ନିଷ୍ପତ୍ତି ଆସିବା ପରେ ସ୍ଥିତି ସ୍ପଷ୍ଟ ହୋଇଯିବ। ଏହାର ମୁକାବିଲା ପାଇଁ ଦଳ ପ୍ରସ୍ତୁତ ରହିଛି। 

Also Read: Jharkhand Politics: ଗାଦି ହରାଇବେ ହେମନ୍ତ ସୋରେନ, ରାଜ୍ୟପାଳ ନେଲେ ବଡ଼ ନିଷ୍ପତ୍ତି!

ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଜେଏମଏମ ପକ୍ଷରୁ କରାଯାଇଥିବା ଟାର୍ଗେଟ ଉପରେ ଜବାବ ରଖି ଝାଡଖଣ୍ଡ (Jharkhand) ଗୋଡା ଲୋକସଭା ଆସନର (Godda Lok Sabha Constituency) ବିଜେପି ସାଂସଦ ନିଶିକାନ୍ତ ଦୁବେ (BJP MP Nishikant Dubey) ଟ୍ୱିଟ କରି କହିଛନ୍ତି ଯେ ଭୟଭୀତ ହୋଇ ଗାଡି ଚଳାଉଥିବା ବିଜେପି ନେତା  ମଧୁବନ ଠାରେ ତାଲିମ ନେଉଛି। ଆଉ ଯେଉଁମାନେ ଭୟଭୀତ ନହେବାକୁ ଚେଷ୍ଟା କରୁଛନ୍ତି ସେମାନେ ବସ ଯୋଗେ ପଳାୟନ କରୁଛନ୍ତି। 

ଲତୁରାତୁ ଠାରେ ଶାସକ ମେଣ୍ଟର ବିଧାୟକଙ୍କ ଦ୍ୱାରା କରାଯାଇଥିବା ନୌବିହାର ଫଟୋ ସେୟାର କରି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ଲାଗୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ସଦସ୍ୟତା ଦୁର୍ନୀତିରେ ନୁହେଁ ବରଂ ଦେଶ ମୁକ୍ତ କରିବାରେ ଲାଗିଛନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦେଇ ଉତ୍ସବ ପାଳନ କରିଥିବା ସମସ୍ତ ବିଧାୟକଙ୍କୁ ଅଭିନନ୍ଦନ।