1-Manmohan Singh dies: ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି ।
2-PM Modi condoles Manmohan Singh's death: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବାଚସ୍ପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
3-National Mourning For 7 Days To Honour Manmohan Singh: ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା। ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ ଘୋଷଣା। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ।
4-Former PM Manmohan Singh: ଭାରତୀୟ ଅର୍ଥନୀତିର ପ୍ରମୁଖ ସଂସ୍କାରକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଓଡ଼ିଶା ସହ ପାରିବାରିକ ସମ୍ପର୍କ ରହିଥିଲା। ଜଣେ ଅଣ ଓଡ଼ିଆ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସେ ଓଡ଼ିଆ ଖାଦ୍ୟ, ଓଡ଼ିଆ ପରମ୍ପରା ଓ ଓଡ଼ିଆ ଚାଲି ଚଳଣୀ ପ୍ରତି ଆକର୍ଷିତ ଥିଲେ। ଯେତେବେଳେ ଓଡ଼ିଶା ଆସୁଥିଲେ କିଛି ସମୟ ଏହି ବାତାବରଣରେ ନିଜକୁ ବିତାଉଥିଲେ।
5- Odisha CM Expresses Grief Over ex PM Manmohan Singhs Death: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ।
6-PM Manmohan Singh last ritual: ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ଶୁକ୍ରବାର ରାତି ୩ଟାରେ ଏମ୍ସରୁ ଦିଲ୍ଲୀର ମୋତିଲାଲ ନେହେରୁ ମାର୍ଗସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ମନମୋହନ ସିଂହଙ୍କ ଶେଷକୃତ୍ୟ ଆଜି ନୁହଁ ବରଂ ଆସନ୍ତାକାଲି ହୋଇପାରେ । ଏନେଇ ଗଣମାଧ୍ୟମକୁ କହିଥିଲେ କଂଗ୍ରେସ ଜେନେରାଲ ସେକ୍ରେଟାରୀ କେସି ଭେନୁଗୋପାଲ । ଆଜି ଏନେଇ ଆନୁଷ୍ଠାନକି ଭାବେ ଘୋଷଣା କରାଯିବ ।
7-CM Majhi On Student Union Elections: ଆସନ୍ତା ଶିକ୍ଷାବର୍ଷରେ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂର୍ବ ସରକାର ଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ, ମାତ୍ର ଆମ ସରକାର ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ କରିବ ଏବଂ ଏହା କେବେବି ବନ୍ଦ ହେବନାହିଁ, ଏହା ଆମର ପ୍ରତିଶ୍ରୁତି ବୋଲି କହିଛନ୍ତି ଶ୍ରୀ ମାଝି।
8- Weather Update: ରାଜ୍ୟରେ ଜାରି ରହିଛି ଶୀତ ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଉତ୍ତର ଓ ପଶ୍ଚିମ ଓଡି଼ଶାରେ ୨୮ ଓ ୨୯ ତାରିଖରେ ହାଲୁକା ବର୍ଷା ହୋଇପାରେ। ଏନେଇ ପୁଣି ଅଦିନିଆ ବର୍ଷାକୁ ନେଇ ଛାନିଆ ହୋଇଛି ଚାଷୀ।
9-Steve Smith: ମେଲବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ । ଭାରତ ବିପକ୍ଷରେ ଷ୍ଟିଭ୍ ସ୍ମିଥ୍ଙ୍କ ଦମଦାର ଶତକ। ଲଗାତାର ଦ୍ୱିତୀୟ ମ୍ୟାଚ୍ରେ ଶତକ ହାସଲ। ଟେଷ୍ଟ କ୍ୟାରିୟର୍ରେ ୩୪ତମ ଶତକ ହାସଲ। ଭାରତ ବିପକ୍ଷରେ ୧୧ତମ ଶତକ ହାସଲ।
10-IndvsAus: ମେଲବର୍ଣ୍ଣରେ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି । ହାତରେ କଳାପଟି ବାନ୍ଧି ମ୍ୟାଚ୍ ଖେଳିଲେ ଭାରତୀୟ ଟିମ୍ । ମନମୋହନ ସିଂହଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇ ପିନ୍ଧିଲେ।