Jharkhand Political Crisis: ରାଷ୍ଟ୍ରପତିଙ୍କ ଶାସନ ନାଁ ଅପରେସନ୍ ଲୋଟସ୍? କ'ଣ ହେବ ସ୍ଥିତି?
Advertisement
Article Detail0/zeeodisha/odisha2089973

Jharkhand Political Crisis: ରାଷ୍ଟ୍ରପତିଙ୍କ ଶାସନ ନାଁ ଅପରେସନ୍ ଲୋଟସ୍? କ'ଣ ହେବ ସ୍ଥିତି?


Jharkhand Political Crisis Update: ସରକାର ଗଠନ କରିବାକୁ ଦାବି ଜଣାଇବା ପରେ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଲାଗି ରାଜଭବନରୁ କୌଣସି ନିମନ୍ତ୍ରଣ ମିଳି ନାହିଁ।  ରାଜ୍ୟର ରାଜନୈତିକ ସଂକଟ  ଜାରି ରହିଥିବା ରାଜ୍ୟପାଳଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

 Jharkhand Political Crisis: ରାଷ୍ଟ୍ରପତିଙ୍କ ଶାସନ ନାଁ ଅପରେସନ୍ ଲୋଟସ୍? କ'ଣ ହେବ ସ୍ଥିତି?

Mahagathbandhan MLA to be transferred to Hyderabad amid political crisis: ଜାନୁଆରୀ ୩୧ ବୁଧବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ। ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କ ଇସ୍ତଫା ପରେ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଚମ୍ପେଇ ସୋରେନ୍ ୪୭ ଜଣ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବାକୁ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ହେଲେ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ରାଜ ଭବନ ପାଖରୁ ତାଙ୍କୁ କୌଣସି ନିମନ୍ତ୍ରଣ ଆସିନାହିଁ। ଏଭଳି ପରିସ୍ଥିତିରେ ଝାଡ଼ଖଣ୍ଡରେ ଶାସକ ମହାମେଣ୍ଟର ନେତାଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଛି। ରାଜ୍ୟରେ କୌଣସି ରାଜନୈତିକ ଖେଳ ହେବାକୁ ଯାଉଛି କି? "ଅପରେସନ୍ ଲୋଟସ୍" ଆରମ୍ଭ ହେବ କି? ଏହି ପ୍ରଶ୍ନ ଏବେ ଝାଡାଖଣ୍ଡ ରାଜନୀତିରେ ଚର୍ଚ୍ଚାରେ ବିଷୟ ପାଲଟିଛି।

ରାଜନୈତିକ ସଂକଟ ମଧ୍ୟରେ ହାଇଦ୍ରାବାଦ ସ୍ଥାନାନ୍ତର ହେବେ ମହାମେଣ୍ଟ ବିଧାୟକ
ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଶାସକ ମହାମେଣ୍ଟର ସମସ୍ତ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇପାରେ। ପାଗ ବଦଳିବା ପରେ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ​​ବିମାନ ଯୋଗେ ବିଧାୟକଙ୍କୁ ହାଇଦ୍ରାବାଦ ପଠାଯିବ। ବର୍ତ୍ତମାନ ଦୃଶ୍ୟମାନତା ହେତୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ସନ୍ଧ୍ୟା ପର୍ଯ୍ୟନ୍ତ ମହାମେଣ୍ଟରେ ସାମିଲ ହୋଇଥିବା ସମସ୍ତ ଦଳର ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ। ବିଧାୟକଙ୍କୁ ହାଇଦ୍ରାବାଦ ପଠାଯିବା ପଛରେ ଏକ ବିଶେଷ କାରଣ ଅଛି। କାରଣ ବର୍ତ୍ତମାନ ତେଲେଙ୍ଗାନା କଂଗ୍ରେସ ସରକାର ଦ୍ୱାରା ଶାସିତ ହେଉଛି। ଅତୀତରେ ମଧ୍ୟ ଏଭଳି ଘଟଣାକ୍ରମ ଦେଖିବାକୁ ମିଳିଛି। ଯେଉଁଠି ରାଜନୈତିକ ସଂକଟ ମଧ୍ୟରେ ଅନେକ ରାଜ୍ୟରେ ସରକାର ଗାଦିଚ୍ୟୁତ ହୋଇଛି। ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ କୌଣସି ବଡ଼ ଧରଣର ଅଘଟଣ ଘଟୁ ତାହା ଚାହିଁବେ ନାହିଁ ହେମନ୍ତ ସୋରେନ କିମ୍ବା ତାଙ୍କ ପିତା ଶିବୁ ସୋରେନ ଅଥବା ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ। ଏଭଳି ପରିସ୍ଥିତିରେ ମହାମେଣ୍ଟ ବିଧାୟକଙ୍କୁ ହାଇଦ୍ରାବାଦ ସେମାନଙ୍କ ପାଇଁ ଏକ ସୁରକ୍ଷିତ ଦୁର୍ଗ ଭଳି ହେବ।

କାହାକୁ ଅପେକ୍ଷା କରିଛନ୍ତି ରାଜ୍ୟପାଳ?
ଝାଡ଼ଖଣ୍ଡ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନେଇ  କଂଗ୍ରେସ ପ୍ରଶ୍ନ ଉଠାଇଛି। ଏନେଇ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ କାହିଁକି ଚମ୍ପେଇ ସୋରେନଙ୍କୁ ଶପଥ ନେବା ରାଜଭବନରୁ କୌଣସି ନିମନ୍ତ୍ରଣ ମିଳି ନାହିଁ? ରାଷ୍ଟ୍ରପତି ଶାସନକୁ ଅପେକ୍ଷା କରାଯାଇଛି କି? ଗୋଟିଏ ପଟେ ରାଜ୍ୟରେ ରାଜନୈତିକ ସଂକଟ ଜାରି ରହିଥିବା ବେଳେ ଅନ୍ୟପଟେ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଅପେକ୍ଷା କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଅନ୍ୟପକ୍ଷରେ ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବ ଜେଏମଏମ ନେତା ହେମନ୍ତ ସୋରେନଙ୍କ ସମର୍ଥନରେ ଆସିଛନ୍ତି।

ନୀତିଶ କୁମାରଙ୍କ ଉଦାହରଣ ଦେଲା କଂଗ୍ରେସ?
ଝାଡ଼ଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି। ଏନେଇ ସେ କହିଛନ୍ତି ଯେ ବିହାରରେ ନୀତୀଶ କୁମାର ଇସ୍ତଫା ଦେବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଭାବେ ପୁନର୍ବାର ଶପଥ ଗ୍ରହଣ କରିଥିଲେ। ହେଲେ ଝାଡଖଣ୍ଡରେ ଜେଏମଏମ-କଂଗ୍ରେସ ମେଣ୍ଟ ପାଖରେ ୪୭-୪୮ ଜଣ ବିଧାୟକ ଅଛନ୍ତି। ସରକାର ଗଠନ ଲାଗି ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ରହିଥିବା ସତ୍ତ୍ୱେ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ରାଜଭବନ ପକ୍ଷରୁ କୌଣସି ନିମନ୍ତ୍ରଣ ମିଳିନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ହେମନ୍ତ ସୋରେନ ନିକଟରେ ଦିଲ୍ଲୀ ଆସିଥିଲେ, ସେତେବେଳେ କୁହାଯାଇଥିଲା ଯେ ସେ ଅଭିଷେକ ମନୁ ସିଂଘଭିଙ୍କ ଠାରୁ ଆଇନଗତ ପରାମର୍ଶ ନେବାକୁ ଆସିଛନ୍ତି। ବର୍ତ୍ତମାନ ଅଭିଷେକ ମନୁ ସିଂଘଭି ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା କ’ଣ ଚିନ୍ତା କରୁଛନ୍ତି ତାହା ଦେଶ ଜାଣିବାକୁ ଚାହୁଁଛି। ଏହି ପ୍ରସଙ୍ଗର ରାଜନୈ ତିକ ଦିଗ ଅତ୍ୟନ୍ତ ଅଶୁଭ ଏବଂ ନିନ୍ଦନୀୟ।' ସେ ପଚାରଛନ୍ତି ରାଜ୍ୟପାଳ କାହିଁକି ଅପେକ୍ଷା କରି ରହିଛନ୍ତି? କ'ଣ ଆପଣ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶାକୁ ଅପେକ୍ଷା କରିଛନ୍ତି? କ'ଣ ଆପଣ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତିକ? ଆପଣ ୪୭-୪୮ ବିଧାୟକଙ୍କ ସମର୍ଥନକୁ ପରିବର୍ତ୍ତନ କରିବେ କି?

ଜାନୁଆରୀ ୩୧ ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବେଆଇନ ଅର୍ଥ କାରବାର ମାମଲାରେ ଜେଏମଏମ ନେତା ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବୁଧବାର ଗିରଫ କରିବା ପୂର୍ବରୁ ହେମନ୍ତ ସୋରେନଙ୍କୁ ତାଙ୍କ ଘରେ ଘନ ଘନ ଜେରା କରିଥିଲା ଇଡ଼ି। ହେମନ୍ତ ସୋରେନଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପରିବହନ ମନ୍ତ୍ରୀ ଚମ୍ପେଇ ସୋରେନଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା।