Jharkhand Politics କାହିଁକି ଖୋଲୁନାହିଁ ବନ୍ଦ ଲଫାପା? ଜବାବ ରଖିଲେ ରାଜ୍ୟପାଳ
Advertisement

Jharkhand Politics କାହିଁକି ଖୋଲୁନାହିଁ ବନ୍ଦ ଲଫାପା? ଜବାବ ରଖିଲେ ରାଜ୍ୟପାଳ

Jharkhand Political Turmoil: ରାଜନୈତିକ ଅସ୍ଥିରତା ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ପଦ ରହିବ ନା ନାହିଁ ତାହା ଏବେ ସନ୍ଦେହ ଘେରରେ ରହିଛି।

Jharkhand Politics କାହିଁକି ଖୋଲୁନାହିଁ ବନ୍ଦ ଲଫାପା? ଜବାବ ରଖିଲେ ରାଜ୍ୟପାଳ

Jharkhand Political Crisis: ରାଜ୍ୟରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ପଦ ରହିବ ନା ନାହିଁ ତାହା ଏବେ ସନ୍ଦେହ ଘେରରେ ରହିଛି। ରାଜ୍ୟରେ କ୍ଷମତାସୀନ ମେଣ୍ଟ ସରକାରକୁ ବଞ୍ଚାଇବାର ଆହ୍ୱାନ ମଧ୍ୟରେ ଦଳର ସମସ୍ତ ନେତା କେବଳ ମୁଖ୍ୟମନ୍ତ୍ରୀ ସୋରେନ ରହିବେ ନା ନାହିଁ ଜାଣିବାକୁ ଆଗ୍ରହୀ ଅଛନ୍ତି।

ହେଲେ ଯେତେବେଳେ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ସୁପାରିଶ ବାବଦରେ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈଶଙ୍କୁ (Jharkhand Governor Ramesh Bais) ପ୍ରଶ୍ନ କରାଗଲା ସେତେବେଳେ ସେ ଏକ ମଜାଳିଆ ଢଙ୍ଗରେ ଏହି ପ୍ରଶ୍ନର ଉତ୍ତର ରଖିଥିଲେ। ଏନେଇରାଜ୍ୟପାଳ କହିଛନ୍ତି ଯେ ନିର୍ବାଚନ ଆୟୋଗ ପାଖରୁ ପଠା ଯାଇଥିବା ଏହି ଲଫାପା ଉପରେ ଅଠା ଲେପନ ହୋଇଛି ଯେ ତାହା ଖୋଲୁନାହିଁ। 

ନିକଟରେ ରାଜ୍ୟରେ ଆୟୋଜିତ ହୋଇଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈଶ। ହେଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଯେତେବେଳେ ସାମ୍ବାଦିକ ତାଙ୍କୁ ଏହି ପ୍ରସଙ୍ଗରେ ପଚାରା ଯାଇଥିଲା, ସେତେବେଳେ ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖି ଉପରୋକ୍ତ ବୟାନ ଦେଇଛନ୍ତି ରାଜ୍ୟପାଳ। 

ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ବିବୃତ୍ତି ମଧ୍ୟ ଏହି ପ୍ରସଙ୍ଗରେ ଆସିଛି। ଯେଉଁଥିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ (Jharkhand CM Hemant Soren) ବିଧାନସଭା ସଦସ୍ୟତା ବାତିଲ ପ୍ରସଙ୍ଗରେ ନିର୍ବାଚନ କମିଶନ ଦ୍ୱାରା ପଠାଯାଇଥିବା ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇବା ପାଇଁ ରାଜ୍ୟପାଳ ବାଧ୍ୟ ନୁହିଁନ୍ତି।

ନିର୍ବାଚନ ଆୟୋଗ ଏହି ସୂଚନା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ତାଙ୍କ ଚିଠିର ଉତ୍ତର ଭାବରେ ପ୍ରଦାନ କରିଛନ୍ତି, ଯାହା ମାଧ୍ୟମରେ ସଦସ୍ୟତା ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ଉଦ୍ଦେଶ୍ୟର ଏକ ନକଲ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ନିର୍ବାଚନ ଆୟୋଗ ଦ୍ୱାରା ଏହା ସ୍ପଷ୍ଟ ହୋଇଛି ଯେ ସମ୍ବିଧାନର ଧାରା 192 (2) ଅନୁଯାୟୀ ଏହା ଦୁଇଟି ସାମ୍ବିଧାନିକ ଅନୁଷ୍ଠାନ ମଧ୍ୟରେ ମାମଲା। ରାଜ ଭବନ ଆଦେଶ ପୂର୍ବରୁ ଆୟୋଗ ରାଜ ଭବନକୁ ପଠାଇଥିଲେ। ଏହି ମାମଲାରେ ଏକ ନକଲ ଦେବା ସମ୍ବିଧାନର ଉଲ୍ଲଂଘନ ବୋଲି କୁହାଯିବ।

Also Read: Jharkhand Politics: ବହୁମତ ସାବ୍ୟସ୍ତ କରିବା ପରେ ମୁହାଁମୁହିଁ ଶାସକ-ବିରୋଧି

ଗତ ଅଗଷ୍ଟ ୨୫ ତାରିଖରେ ନିର୍ବାଚନ ଆୟୋଗ (Election Commission of India) ରାଜ୍ୟପାଳଙ୍କ ନିକଟକୁ ଏକ ଲଫାପା ପଠାଇଛନ୍ତି। ବିଧାନସଭା ସଦସ୍ୟତା ରଦ୍ଦ ମାମଲାର ରାଜଭବନକୁ ପଠାଯାଇଥିବା ଲଫାପାରେ ନିର୍ବାଚନ ଆୟୋଗ କ'ଣ ନିର୍ଦ୍ଦେଶ ଦେଇଛନ୍ତି ତାହା ଜାଣିବାକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈଶଙ୍କୁ ଭେଟି ସାରିଛନ୍ତି। ଏହି ଲଫାପା ଆସିବାକୁ ୨୩ ଦିନ ବିତି ଯାଇଥିଲେ ମଧ୍ୟ ଏଥିରେ କ'ଣ ଲେଖା ଯାଇଛି ତାହା ଜଣା ପଡିନାହିଁ।  କେବଳ ଶାସକ ମେଣ୍ଟରେ ସାମିଲ ଥିବା ଜେଏମଏମ-କଂଗ୍ରେସ ନୁହେଁ ବରଂ ବିରୋଧି ଦମଧ୍ୟ ଉତ୍ସାହର ସହିତ ଏହି ଲଫାପା ଖୋଲିବାକୁ ଅପେକ୍ଷା କରି ରହିଛନ୍ତି।