Israel Spy Agency: ମୋସାଦ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ମହିଳା Agent A
Advertisement
Article Detail0/zeeodisha/odisha1314802

Israel Spy Agency: ମୋସାଦ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ମହିଳା Agent A

Israel Intelligence Agency Mossad: ମୋସାଦ ହେଉଛି ଇସ୍ରାଏଲର ମୁଖ୍ୟ ଜାତୀୟ ଗୁପ୍ତଚର ସଂସ୍ଥା। ମୋସାଦ ଦେଶର ସାମରିକ ଗୁପ୍ତଚର ସଂସ୍ଥା ଏବଂ ଦେଶର ଘରୋଇ ସୁରକ୍ଷା ସଂସ୍ଥା ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିଥାଏ।

Israel Spy Agency: ମୋସାଦ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ମହିଳା Agent A

Israel Intelligence Agency Mossad: ବିଶ୍ୱର ଦୁର୍ଦ୍ଦଶ ଗୁଇନ୍ଦା ସଂସ୍ଥା ଭାବେ ଜଣାଶୁଣା ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ। ହେଲେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ମୋସାଦ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି ଇସ୍ରାଏଲ। ଭାରତରେ ଅବସ୍ଥାପିତ ଇସ୍ରାଏଲ ଦୂତାବାସ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ ଜରିଆରେ ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ମୋସାଦ ମୁଖ୍ୟ ଥିଲେ ୟୋଶୀ କୋହେନ। ତାଙ୍କ କାର୍ଯ୍ୟକାଳ ଗତ ବର୍ଷ ଜୁନ ମାସରେ ସମାପ୍ତ ହୋଇଥିଲା।

ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ମୋସାଦ (Mossad) ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯିବା ମାମାଲାରେ ଭାରତରେ ଅବସ୍ଥାପିତ ଇସ୍ରାଏଲ ଦୂତାବାସ (Israeli Embassy in India) ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ଏକ ଐତିହାସିକ ନିଯୁକ୍ତି। Agent A ମୋସାଦ ଇତିହାସରେ (Mossad History) ହେଉଛନ୍ତି ପ୍ରଥମ ମହିଳା ଯିଏକି ଜଣେ ଗୁପ୍ତଚର ସଂସ୍ଥାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ମଜାଲ ତୋଭ, ଶୁଭ ଭାଗ୍ୟ (Mazal Tov) Good Luck!' । ଇସ୍ରାଏଲର ସରକାରୀ ଭାଷା ହିବ୍ରୁ ରେ ମଜାଲ ତୋଭ ଶବ୍ଦର ଅର୍ଥ ହେଉଛି ଶୁଭେଚ୍ଛା।

ଗୁଇନ୍ଦା ସଂସ୍ଥା ନିର୍ଦ୍ଦେଶକ (Mossad Diector) ଭାବେ ଯେଉଁ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି ତାଙ୍କ ନାମ କ'ଣ ତାହା କୁହାଯାଇ ନାହିଁ। ଟ୍ୱିଟର ଯୋଗେ ତାଙ୍କର ଯେଉଁ ଫଟୋ ସେୟାର କରାଯାଇଛି ତାହା ଅସ୍ପଷ୍ଟ ରହିଛି। ମିଡିଆ ରିପୋର୍ଟ ଅନୁସାରେ ଗୁପ୍ତଚର ରଣନୀତିରେ Agent A ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ବ୍ୟତୀତ ଇସ୍ରାଏଲ୍ ଜଣେ ମହିଳାଙ୍କୁ ଗୁପ୍ତଚରଙ୍କୁ (Israeli Women Spy) ଇରାନ ଡେସ୍କ (Mossad Iran Desk) ମୁଖ୍ୟ ଦାୟିତ୍ୱ ପ୍ରଦାନ କରିଛି। ଇରାନ ଡେସ୍କ ଦାୟିତ୍ୱ ଏବେ Agent K ଙ୍କ କାନ୍ଧରେ ରହିବ। ଇରାନ ପକ୍ଷରୁ କରାଯାଉଥିବା ଆଣବିକ କାର୍ଯ୍ୟକ୍ରମ (Iran Nuclear Program) ଉପରେ ଇସ୍ରାଏଲ୍ ସର୍ବଦା ସତର୍କ ନଜର ରଖିଛି।

Also Read: ଇସ୍ରାଏଲ ମନ୍ତ୍ରଣାଳୟକୁ ଉପହାର ପଠାଇ ଚର୍ଚ୍ଚାରେ ଚୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ

ମୋସାଦ ହେଉଛି ଇସ୍ରାଏଲର ମୁଖ୍ୟ ଜାତୀୟ ଗୁପ୍ତଚର ସଂସ୍ଥା (National Intelligence Agency of Israel)। ମୋସାଦ ହେଉଛି ଇସ୍ରାଏଲର ସାମରିକ ଗୁପ୍ତଚର ସଂସ୍ଥା (Israeli Military Intelligence Aman) ଏବଂ ଦେଶର ଘରୋଇ ସୁରକ୍ଷା ସଂସ୍ଥା (Internal Security Agency Shin Bet) ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିଥାଏ। ଆତଙ୍କବାଦୀ ବିରୋଧୀ କାର୍ଯ୍ୟ, ଗୁପ୍ତଚର ଖବର ସଂଗ୍ରହ, ଗୁଇନ୍ଦା ଅଭିଯାନ ପାଇଁ ଏହି ଏଜେନ୍ସି ଦାୟୀ ରହେ। ମୋସାଦ ମୁଖ୍ୟ ସଂସ୍ଥାର କାର୍ଯ୍ୟ ବାବଦରେ ସିଧାସଳଖ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥାନ୍ତି। 

ଅନ୍ୟ ଇସ୍ରାଏଲ୍ ସୁରକ୍ଷା ଏଜେନ୍ସି (Israel Security Agency) ପରି, ମୋସାଦ ଭଳି ଗୁଇନ୍ଦା ସଂସ୍ଥାର ଉଦ୍ଦେଶ୍ୟ, ଭୂମିକା, ଅଭିଯାନ, ଶକ୍ତି ଏବଂ ବଜେଟ୍ ବାବଦରେ କୌଣସି ଆଇନ ମାଧ୍ୟମରେ ତଥ୍ୟ ପ୍ରକାଶ କରାଯାଇ ନାହିଁ। ଗତ ୧୯୪୯ ମସିହା ଡିସେମ୍ବର ୧୩  ମୋସାଦ ଗଠିତ ହୋଇଥିଲା। ଏହା  ପ୍ରଥମ ଇସ୍ରାଏଲ ପ୍ରଧାନମନ୍ତ୍ରୀ (First Israeli Prime Minister) ଡେଭିଡ ବେନ ଗୁରିଆନଙ୍କ (David Ben Gurion) ଦ୍ୱାରା ଗଠିତ ହୋଇଥିଲା। ଯାହାର ପ୍ରଥମ ନିର୍ଦ୍ଦେଶକ ରହିଥିଲେ ରିୟୂବେନ ଶୀଲୋଆହ।