ପୁରୀରେ କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିଆନଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼
Advertisement
Article Detail0/zeeodisha/odisha1185789

ପୁରୀରେ କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିଆନଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼

ରିପୋର୍ଟ -ମଳୟ ରଞ୍ଜନ ମହାନ୍ତି.
କେନ୍ଦ୍ର ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡି ଉପରେ ଛାତ୍ର କଂଗ୍ରେସ ତଫରୁ  କାଳି ମାଡ଼ କରାଯାଇଛି l ଦରଦାମ ବୃଦ୍ଧି ପ୍ରତିବାଦରେ ଲଗାତାର ଛାତ୍ର କଂଗ୍ରେସ ତରଫରୁ ଏହି ଭଳି ପ୍ରତିବାଦ ହେଉଥିବା ଦେଖିବାକୁ ମିଳୁଛି l ଚାରି ପାଞ୍ଚଦିନ ତଳେ ପ୍ରଦେଶ ଛାତ୍ର କଂଗ୍ରେସ ପ୍ରତିବାଦ ସ୍ୱରୂପ, ବିଜେପିର ରାଷ୍ଟ୍ରୀୟ ପ୍ରଵକ୍ତା ସମ୍ବିତ ପାତ୍ରଙ୍କ ପୁରୀ ଗ୍ରସ୍ତ ସମୟରେ ତାଙ୍କ ଗାଡି ଉପରକୁ ମଧ୍ୟ କାଳି ମାଡ଼ କରିଥିଲା l 

ପୁରୀରେ କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିଆନଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼

ଖବରରୁ ଜଣାପଡିଛି  ଯେ , ଛାତ୍ର କଂଗ୍ରେସ ପୁରୀ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ଅଗସ୍ତିନ ଜୋସେଫ, ସାହିଲ ମହାନ୍ତି, ସୋମନାଥ ନାୟକ, ହେମନ୍ତ ପ୍ରଧାନ ଓ ସନ୍ଦୀପ ବିଶ୍ୱାଳ ସମୂହ ଛାତ୍ର ନେତା ଗଣ ଏକାଠି ହୋଇ ପୁରୀ ମାର୍କେଟ ଛକ ଠାରେ କେନ୍ଦ୍ର ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀଙ୍କ ଉପରକୁ ସିଧା  କାଳି ମାଡ କରିଛନ୍ତି | ଦରଦାମ ବୃଦ୍ଧି ସହ ଛାତ୍ର ଓ ଯୁବ ମାରଣ ନୀତିକୁ ବିରୋଧ କରି ଛାତ୍ର କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇଛି l କେନ୍ଦ୍ରର ଗରିବ ମାରଣ ନୀତି ଦରଦାମ ବୃଦ୍ଧିର ସ୍ଲୋଗାନ ଦେଇ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଉପରେ କାଳୀ ମାଡ କରିଛି l 

ଲଗାତାର ଭାବରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ଗ୍ୟାସ ଏବଂ ତୈଳ ଦର ବୃଦ୍ଧି ପ୍ରତିବାଦରେ ଏହି ଆନ୍ଦୋଳନ ଜାରି ରଖିଛି l ଚାରି ଦିନ ତଳେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପୁରୀ ଝାଡେଶ୍ୱରୀ ଠାରେ ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ କରିବା ସହିତ କାଳି ମାଡ କରାଯାଇଥିଲା। ଆଗାମୀ ଦିନରେ ଓଡିଶା ଗସ୍ତରେ ଯେଉଁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତା ଆସିବେ ସମସ୍ତଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଛାତ୍ର କଂଗ୍ରେସ ପୂର୍ବରୁ ସୂଚନା ଦେଇଥିଲା। ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ, ପେଟ୍ରୋଲ ଡିଜେଲ ମୂଲ୍ୟ ହ୍ରାସ କରିନାହାଁନ୍ତି, ସେ ପର୍ଯ୍ୟନ୍ତ ବିଜେପିର ତମାମ ନେତା ଙ୍କ ଉପରେ ଛାତ୍ର କଂଗ୍ରେସ କାଳି ମାଡ଼ କରିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ଚେତାବନୀ ଦେଇଥିଲେ।

ଆଜି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀଙ୍କ ପୁରୀ ଗ୍ରସ୍ତ ସମୟରେ ପୂର୍ବ ଚେତାବନୀ ଅନୁସାରେ ଛାତ୍ର କଂଗ୍ରେସ କାଳି ମାଡ଼ କରିଥିବା ଜଣାପଡିଛି lଏଥିସହିତ ପ୍ରଦେଶ ଛାତ୍ର କଂଗ୍ରେସ ପୁଣି ଚେତାବନୀ ଜାରି କରିବା ସହିତ ଆଗାମୀ ଦିନରେ ଦର ଦାମ ବୃଦ୍ଧି ଉପରେ ରୋକ ନ ଲାଗିବା ଯାଏ ଏହି ପ୍ରତିବାଦ ଜାରି ରହିବ ବୋଲି କୁହା ଯାଇଛି l ବର୍ତ୍ତମାନ ଯାଏ, ଏହି ଘଟଣା ସମ୍ପର୍କରେ ବିଜେପିର କିଛି ପ୍ରତିକ୍ରିୟା ଆସି ନାହିଁ l