Political Yatra: କଂଗ୍ରେସ ରାସ୍ତା ଆପଣାଇଛନ୍ତି କି ଅନ୍ୟ ଦଳ?
Advertisement
Article Detail0/zeeodisha/odisha1378575

Political Yatra: କଂଗ୍ରେସ ରାସ୍ତା ଆପଣାଇଛନ୍ତି କି ଅନ୍ୟ ଦଳ?

Padayatra of Indian Politician: ରାହୁଲ ଗାନ୍ଧୀ କିମ୍ବା ନବୀନ ପଟ୍ଟନାୟକ ଅଥବା ପ୍ରଶାନ୍ତ କିଶୋର ରାଜନୀତି ସହ ଜଡିତ ରହିଥିବା ଏହି ବ୍ୟକ୍ତିତ୍ୱଙ୍କ ପୂର୍ବରୁ ଅନେକ ରାଜନେତା ସେମାନଙ୍କର ପଦଯାତ୍ରା କରି ସାରିଛନ୍ତି। 

Political Yatra:  କଂଗ୍ରେସ ରାସ୍ତା ଆପଣାଇଛନ୍ତି କି ଅନ୍ୟ ଦଳ?

Political Yatra of Politician: ପାଖେଇ ଆସିଲାଣି ନିର୍ବାଚନ ମାହୋଲ। ସମୟ ପାଖେଇ ଆସୁଥିବାରୁ ଆରମ୍ଭ ହୋଇଯଇଛି ରାଜନେତାଙ୍କ ରାଜନୈତିକ ଯାତ୍ରା। ଆଜିର ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସୋସିଆଲ ମିଡିଆ ଯୁଗରେ ମଧ୍ୟ ରାଜନେତା ଜନସମ୍ପର୍କ ବଢାଇବାର ପୁରୁଣା ରଣତୀତିକୁ ଆପଣାଇଛନ୍ତି। ଗତ ମାସରେ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୩୫୭୦ କିଲୋମିଟର ଲମ୍ବା ଭାରତ ଯାତ୍ରା ଆରମ୍ଭ କରିଛନ୍ତି। ଅନ୍ୟପଟେ ରବିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ଏକ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି। କେବେଳ ଓଡ଼ିଶା ନୁହେଁ ବିହାରରେ ମଧ୍ୟ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଅବସ୍ଥିତ ଗାନ୍ଧୀ ଆଶ୍ରମରୁ  ତାଙ୍କର ୩୫୦୦ କିଲୋମିଟର ଲମ୍ବା ପଦଯାତ୍ରା ଆରମ୍ଭ କରିଛନ୍ତି।  

ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ (BJD Supremo Naveen Patnaik) ରାଜଧାନୀ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ନିକଟରେ ଏକ ଜନସମ୍ପର୍କ (BJD Jan Sampark Padayatra) କାର୍ଯ୍ୟକ୍ରମ ଆରମ୍ଭ କରି ଦଳୀୟ ନେତା କର୍ମକର୍ତ୍ତାଙ୍କୁ ଓଡିଶାର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ତାଙ୍କର ପଦଯାତ୍ରା ସମୟରେ ବିହାରର ପ୍ରତ୍ୟେକ ପଞ୍ଚାୟତ ତଥା ବ୍ଲକ ଠାରେ ପହଞ୍ଚିବାକୁ ଚେଷ୍ଟା କରିବେ। ଯାହା ସମ୍ପୂର୍ଣ୍ଣ ହେବାକୁ ୧୨-୧୫ ମାସ ସମୟ ଲାଗିଯିବ। ଭିଡିହରୱା ଗାନ୍ଧୀ ଆଶ୍ରମରୁ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି ଯେଉଁଠାରୁ ମହାତ୍ମା ଗାନ୍ଧୀ ୧୯୧୭ ମସିହାରେ ତାଙ୍କର ପ୍ରଥମ ସତ୍ୟଗ୍ରାହ ଆନ୍ଦୋଳନ ଆରମ୍ଭ କରିଥିଲେ। ନିର୍ବାଚନ ରଣନୀତିଜ୍ଞ ଏବଂ ତାଙ୍କ ସମର୍ଥକ ପଦଯାତ୍ରା ଆରମ୍ଭ କରିବାବେଳେ ରାସ୍ତାରେ ଲୋକେ ସେମାନଙ୍କୁ ସ୍ୱାଗତ କରିଛନ୍ତି।

ଗତ ସେପ୍ଟମ୍ବର ୭ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ (Congress Leader Rahul Gandhi) ନେତୃତ୍ୱରେ ଆରମ୍ଭ କରିଥିବା ଭାରତ ଯୋଡ଼ ଯାତ୍ରା ଅକ୍ଟୋବର ୩ ତାରିଖ ସୋମବାର ୨୬ ଦିନ ପୂରଣ ହୋଇଛି। ସୋମବାର ଏହି ଯାତ୍ରା ତାମିଲନାଡ଼ୁ ଏବଂ କେରଳ ଦେଇ କର୍ଣ୍ଣାଟକରେ ପହଞ୍ଚିଛି। ଏନେଇ ଦଳ ପକ୍ଷରୁ କୁହାଯାଇଛ ଭାରତୀୟ ରାଜନୀତି ଲାଗି ଏହି ଯାତ୍ରା ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତ ଏବଂ ଦଳର ନବୀକରଣ ପାଇଁ ଏକ ନିର୍ଣ୍ଣାୟକ ସୁଯୋଗ।

କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଜନ ସୁରାଜ ଅଭିଯାନ (Jan Suraj Abhiyan) ନାମରେ ନିଜ ରାଜ୍ୟ ବିହାରରେ ଏକ ପଦଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଥିଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଏନେଇ ସେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ତାଙ୍କର ପଦଯାତ୍ରା ବାବଦରେ ଅବଗତ କରାଇଥିଲେ। ଯଦିଓ ଜନ ସୁରାଜ ଯାତ୍ରା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଛି ଭାରତ ଯୋଡ଼ ଯାତ୍ରା। ଦଳ ପକ୍ଷରୁ ଆରମ୍ଭ ହୋଇଯାଇଥିବା ଏହି ଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ସାମିଲ ହେବା ନେଇ ଖବର ମିଳିଛି।

Also Read; Political Trip: ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଛି ରାଜନୈତିକ ଯାତ୍ରା, ରାହୁଲ ଗାନ୍ଧୀଙ୍କୁ ମିଳିବ ଲାଭ?

ରାହୁଲ ଗାନ୍ଧୀ କିମ୍ବା ନବୀନ ପଟ୍ଟନାୟକ ଅଥବା ପ୍ରଶାନ୍ତ କିଶୋର ରାଜନୀତି ସହ ଜଡିତ ରହିଥିବା ଏହି ବ୍ୟକ୍ତିତ୍ୱଙ୍କ ପୂର୍ବରୁ ଅନେକ ରାଜନେତା ସେମାନଙ୍କର ପଦଯାତ୍ରା (Padayatra of Indian Politician) କରି ସାରିଛନ୍ତି। ପଦ ଯାତ୍ରା କରିଥିବା ରାଜନେତା ହେଉଛନ୍ତି ଦେଶର ୨ ପୂ୍ର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଏବଂ ରାଜୀବ ଗାନ୍ଧୀ, ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ରାଜଶେଖର ରେଡ୍ଡୀ, ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ସେହିପରି କେନ୍ଦ୍ରରେ କ୍ଷମତାସୀନ ବିଜେପି ପକ୍ଷରୁ ଜନ ଆର୍ଶୀର୍ବାଦ ଯାତ୍ରା ଆୟୋଜନ କରାଯାଇଥିଲା। ଯେଉଁଥିରେ ୩୯ ଜଣ କେନ୍ଦ୍ରମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନେ ଦେଶର ୨୨ ରାଜ୍ୟର ୨୧୨ ଲୋକସଭା ଆସନ ପରିଦର୍ଶନ କରି କେନ୍ଦ୍ର ସରକାରଙ୍କ ନୀତି ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ।