Indian Politics: କ'ଣ ଏହି ଇଲେକ୍ଟ୍ରୋରାଲ ବଣ୍ଡ? ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ
Advertisement

Indian Politics: କ'ଣ ଏହି ଇଲେକ୍ଟ୍ରୋରାଲ ବଣ୍ଡ? ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ

Electoral Bond India: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଗତ ୨୦୧୮ ବର୍ଷରେ ନିର୍ବାଚନ ବଣ୍ଡ ଉପସ୍ଥାପନ କରିଥିଲେ। ନିର୍ବାଚନ ବଣ୍ଡ  ହେଉଛି ଏପରି ଏକ ଯୋଜନା ଯାହା ଦ୍ୱାରା କୌଣସି ଅନୁଷ୍ଠାନ କିମ୍ବା କୌଣସି ବ୍ୟକ୍ତି ଅଜ୍ଞାତ ଭାବରେ ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନ କରିବାର ଅନୁମତି ଦେଇଥାଏ।

 

Indian Politics: କ'ଣ ଏହି ଇଲେକ୍ଟ୍ରୋରାଲ ବଣ୍ଡ? ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ

What is Electoral Bond: ଗତ ୨୦୧୮ ବର୍ଷରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ନିର୍ବାଚନ ବଣ୍ଡ ଉପସ୍ଥାପନ କରିଥିଲେ। ଇଲେକ୍ଟୋରାଲ୍ ବଣ୍ଡ ଅର୍ଥାତ ନିର୍ବାଚନ ବଣ୍ଡ  ହେଉଛି ଏପରି ଏକ ଯୋଜନା ଯାହା ଅନୁଷ୍ଠାନ କିମ୍ବା କୌଣସି ବ୍ୟକ୍ତିକୁ ଅଜ୍ଞାତ ଭାବରେ ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନ କରିବାର ଅନୁମତି ଦେଇଥାଏ। ନିର୍ବାଚନ ବଣ୍ଡ ବିରୋଧରେ ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତ ନିର୍ବାଚନ ଆୟୋଗଙ୍କୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ବଣ୍ଡ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ କେତେ ଟଙ୍କାର ପାଣ୍ଠି ପାଇଛନ୍ତି ତାହାର ତଥ୍ୟ ଉପସ୍ଥାପନ କରିବାକୁ କହିଛନ୍ତି। ଦେଶରେ ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠି ଯୋଗାଣ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ମୋଦି ସରକାର ନିର୍ବାଚନ ବଣ୍ଡ ଘୋଷଣା କରିଥିଲେ।

ଯେକୌଣସି ଭାରତୀୟ ନାଗରିକ କିମ୍ବା କମ୍ପାନୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ନିର୍ବାଚନ ବଣ୍ଡ କିଣି ପାରିବେ। ବଣ୍ଡ ଜାରି ହୋଇଥିବା ତାରିଖ ଠାରୁ ୧୫ ଦିନ ପାଇଁ ଏହାକୁ ବୈଧ ବୋଲି ଗ୍ରହଣ କରାଯାଏ। ନିର୍ବାଚନ ବଣ୍ଡ ବିରୋଧରେ ଦାଏର ହୋଇଥିବା ଆବେଦନରେ କୁହାଯାଇଛି ଯେ ୯୯ ପ୍ରତିଶତରୁ ଅଧିକ ଦାନ ଶାସକ ଦଳ ନିର୍ବାଚନ ବଣ୍ଡ ମାଧ୍ୟମରେ ଗ୍ରହଣ କରିଛି। ଏହି ମାମଲାରେ ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଯେ କ'ଣ ୧% ଲାଭ କରୁଥିବା କମ୍ପାନୀ ମଧ୍ୟ ୧ କୋଟି ଟଙ୍କାର ରାଜନୈତିକ ଚାନ୍ଦା ଦାନ କରିପାରିବ?

ନିର୍ବାଚନ ବଣ୍ଡ କିଏ କିଣି ପାରିବ?
ଦେଶର ଯେକୌଣସି ନାଗରିକ କିମ୍ବା କର୍ପୋରେଟ୍ ସଂସ୍ଥା ଦ୍ୱାରା ନିର୍ବାଚନ ବଣ୍ଡ କ୍ରୟ କରିପାରିବେ। ଯେଉଁଥିରେ ଯେକୌଣସି ବ୍ୟକ୍ତି, କମ୍ପାନୀ, ସୋସାଇଟି କିମ୍ବା ଟ୍ରଷ୍ଟ ସାମିଲ ରହିଛି। ବିଦେଶୀ କମ୍ପାନୀ କିମ୍ବା ନାଗରିକଙ୍କୁ ନିର୍ବାଚନ ବଣ୍ଡ କିଣିବାର ଅନୁମତି ନାହିଁ।

କ'ଣ କୌଣସି କମ୍ପାନୀ ଏହାର ସମ୍ପୂର୍ଣ୍ଣ ଲାଭକୁ ରାଜନୈତିକ ପାଣ୍ଠି ଆକାରରେ ପ୍ରଦାନ କରିପାରିବ?
ଦେଶରେ ନିର୍ବାଚନ ବଣ୍ଡ ଯୋଜନା ଆରମ୍ଭ ହେବା ପୂର୍ବରୁ କମ୍ପାନୀ ପାଇଁ ଏକ ସୀମା ଧାର୍ଯ୍ୟ କରାଯାଇଥିଲା ଯେ ସେମାନେ ଏକ ରାଜନୈତିକ ଦଳକୁ କେତେ ଟଙ୍କାର ପାଣ୍ଠି ପ୍ରଦାନ କରିପାରିବେ? ଏହି ନିୟମ ଅନୁଯାୟୀ କୌଣସି କମ୍ପାନୀ ଏହାର ୩ ବର୍ଷର ହାରାହାରି ନିଟ୍ ଲାଭର ମାତ୍ର ୭.୫% ରାଜନୈତିକ ଦଳକୁ ପାଣ୍ଠି ଭାବରେ ଦେଇପାରିବେ। ମାତ୍ର ଗତ ୨୦୧୮ ବର୍ଷରେ ନିର୍ବାଚନ ବଣ୍ଡ ଯୋଜନା ଜାରି ହେବା ପରେ ଏନେଇ ଜାରି ହୋଇଥିବା ଧାର୍ଯ୍ୟ ସୀମା ରଦ୍ଦ ହୋଇଥିଲା। ବର୍ତ୍ତମାନ ନିର୍ବାଚନ ବଣ୍ଡ ଯୋଜନା ମାଧ୍ୟମରେ କୌଣସି ଏକ କମ୍ପାନୀ ରାଜନୈତିକ ଦଳକୁ ମାଗଣା ପାଣ୍ଠି ଦେଇପାରିବେ। ହେଲେ ୨୦୧୮ ପୂର୍ବରୁ ରାଜନୈତିକ ଦଳକୁ ଦିଆଯାଇଥିବା ଦାନ କମ୍ପାନୀ ବୋର୍ଡ ଦ୍ୱାରା ଅନୁମୋଦିତ ହେବାର ଆବଶ୍ୟକତା ରହିଥିଲା। ଆହୁରି ମଧ୍ୟ କମ୍ପାନୀ କରିଥିବା ଲାଭ ଏବଂ କ୍ଷତି ବିଷୟରେ ସୂଚନା ଦେବାର ଆବଶ୍ୟକ ରହିଥିଲା। ମାତ୍ର ବର୍ତ୍ତମାନ ଏହି ନିୟମ ପ୍ରଯୁଜ୍ୟ ହେଉନାହିଁ।

ରାଜନୈତିକ ଦଳଙ୍କୁ ପାଣ୍ଠି ଦେବା ପାଇଁ କିପରି ବ୍ୟବହୃତ ହୋଇଥାଏ ନିର୍ବାଚନୀ ବଣ୍ଡ?
ଯେତେବେଳେ କୌଣସି କମ୍ପାନୀ ଏକ ନିର୍ବାଚନ ବଣ୍ଡ କ୍ରୟ କରେ, ସେତେବେଳେ ଏହାକୁ ଲୋକ ପ୍ରତିନିଧି ଅଧିନିୟମ, ୧୯୫୧ ଅନୁଯାୟୀ ଯେକୌଣସି ପଞ୍ଜୀକୃତ ରାଜନୈତିକ ଦଳକୁ ଦେଇପାରେ। ଦେଶର ଯେକୌଣସି ରାଜନୈତିକ ଦଳ ସମ୍ପୃକ୍ତ ଏସବିଆଇ ଶାଖାରେ ବଣ୍ଡ ଜମା କରି ଦଳୀୟ କାର୍ଯ୍ୟକ୍ରମ ପାଇଁ ଟଙ୍କା ପାଇପାରିବେ।

କାହିଁକି ସମାଲୋଚିତ ହେଉଛି ନିର୍ବାଚନ ବଣ୍ଡ?  
ନିର୍ବାଚନ ବଣ୍ଡ ଉପରେ ପ୍ରତିକ୍ରିୟା ରଖି ସମାଲୋଚକ କହିଛନ୍ତି ଯେ ନିର୍ବାଚନ ବଣ୍ଡ ଯୋଜନା ମାଧ୍ୟମରେ ମିଳୁଥିବା ନିର୍ବାଚନ ପାଣ୍ଠି ସ୍ୱଚ୍ଛ ରହିବା ଆବଶ୍ୟକ। ହେଲେ ନିର୍ବାଚନ ବଣ୍ଡ ଏହାର ଠିକ୍ ବିପରୀତ କାର୍ଯ୍ୟ କରିଛି। ଏନେଇ ସମାଲୋଚକଙ୍କ କହିବା କଥା ନିର୍ବାଚନ ବଣ୍ଡ, ସରକାରଙ୍କ ପାଇଁ ବିରୋଧିଙ୍କ ଗୁଇନ୍ଦା ଗିରି କରିବା ଲାଗି ଏକ ଅସ୍ତ୍ର ହୋଇଯାଇଛି। ନିର୍ବାଚନ ବଣ୍ଡ ଷ୍ଟେଟ ବ୍ୟାଙ୍କ ଦ୍ୱାରା ବିକ୍ରି ହୋଇଥାଏ। ଯାହାର ଅର୍ଥ ହେଉଛି ସରକାର,  ବିରୋଧି ଦଳକୁ କିଏ ପାଣ୍ଠି ଯୋଗାଉଛି ତାହା ଜାଣିପାରିବେ। ସୁପ୍ରିମକୋର୍ଟ ଠାରେ ବିରୋଧି  ନିର୍ବାଚନ ବଣ୍ଡ ବିରୋଧରେ ନିଜର ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ଏହା ସରକାରଙ୍କୁ ବଡ଼ ବ୍ୟବସାୟୀଙ୍କୁ ବ୍ଲାକମେଲିଂ କରିବାକୁ କିମ୍ବା ଶାସକ ଦଳକୁ ସମର୍ଥନ କରିବା ପାଇଁ ସେମାନଙ୍କ ଉପରେ ଚାପ ପକାଇବାକୁ ଏକ ଉପାୟ ଦେଇଥାଏ।