Heart Attack: ଥଣ୍ଡା ଦିନରେ ବଢ଼ୁଛି ହୃଦଘାତ ଆଶଙ୍କା, ପାଖରେ ରଖନ୍ତୁ ଏହି ଔଷଧ, ବଞ୍ଚିଯିବ ଜୀବନ..
Advertisement
Article Detail0/zeeodisha/odisha2597357

Heart Attack: ଥଣ୍ଡା ଦିନରେ ବଢ଼ୁଛି ହୃଦଘାତ ଆଶଙ୍କା, ପାଖରେ ରଖନ୍ତୁ ଏହି ଔଷଧ, ବଞ୍ଚିଯିବ ଜୀବନ..

heart attack in winter: ବର୍ତ୍ତମାନ ସମୟରେ ହୃଦଘାତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଡକ୍ଟର ଏଥିପାଇଁ ଏକ କିଟ୍ ପ୍ରସ୍ତୁତ କରିଛନ୍ତି, ଏଥିରେ ସାମିଲ୍ କରାଯାଇଥିବା ଔଷଧ ହୃଦଘାତକୁ ରୋକିପାରେ ବୋଲି ଦାବି କରାଯାଇଛି।

Heart Attack: ଥଣ୍ଡା ଦିନରେ ବଢ଼ୁଛି ହୃଦଘାତ ଆଶଙ୍କା, ପାଖରେ ରଖନ୍ତୁ ଏହି ଔଷଧ, ବଞ୍ଚିଯିବ ଜୀବନ..

Heart attack in winter: ଭାରତରେ ହୃଦଘାତ ମାମଲା ଦୃତ୍ତ ଗତିରେ ବଢ଼ି ଚାଲିଛି। ଏକ ରିପୋର୍ଟ୍ ଅନୁଯାୟୀ, ବର୍ଷ ୨୦୨୨ ରେ ଭାରତରେ ହୃଦଘାତରେ ୩୨,୪୫୭ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଦେଶରେ ସିବିଡି ପାଇଁ ହୋଇଥିବା ମୃତ୍ୟୁ ହାର ପ୍ରତି ୧,୦୦,୦୦୦ ବ୍ୟକ୍ତିରେ ୨୭୨ ଅଟେ। ଭାରତରେ ଅଳ୍ପ ଆୟୁରେ ମଧ୍ୟ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ଆର୍ଟରି କୋରୋନରି ଆକ୍ରାନ୍ତଙ୍କ ମାମଲା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। 

ହୃଦଘାତ ଆସିଲେ ମୃତ୍ୟୁର ଅନେକ ଆଶଙ୍କା ରହିଥାଏ। ସମସ୍ୟା ହେଉଛି ଏହାର ଲକ୍ଷଣ ସମ୍ପର୍କରେ ସମୟ ପୁର୍ବରୁ ଜଣା ପଡ଼େ ନାହିଁ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି ହୃଦଘାତ ଆସିବା ସମୟରେ ଆପଣ ରୋଗୀଙ୍କୁ ସାମାନ୍ୟ ସାହଯ୍ୟ କରି ବଞ୍ଚାଇ ପାରିବେ ?

କାନପୁରର ଲକ୍ଷ୍ମିପତ୍ ସିଙ୍ଘାନିଆ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ କାର୍ଡିଆକ୍ ସର୍ଜରୀ ହୃଦରୋଗୀଙ୍କ ପାଇଁ ଏକ ଆବଶ୍ୟକୀୟ କିଟ୍ ପ୍ରସ୍ତୁତ କରିଛନ୍ତି। ଏହି କିଟର ନାମ ହେଉଛି 'ରାମ୍ କିଟ୍' । ଏହି କିଟ୍‌ରେ ତିନୋଟି ଏପରି ଔଷଧ ଅଛି ଯାହାକୁ ହୃଦଘାତ ସମୟରେ ରୋଗୀକୁ ଦିଆଗଲେ, ତାଙ୍କ ଜୀବନ ବଞ୍ଚିପାରିବ । ଟିଓଆଇ ରିପୋର୍ଟ୍ ଅନୁଯାୟୀ, ଛାବନୀ ହସ୍ପିଟାଲର ନିର୍ଦ୍ଦେଶକ ଡ. ଏସ.କେ ପାଣ୍ଡେ କହିଛନ୍ତି, ରାମ୍ କିଟରେ ତିନୋଟି ଔଷଧ ସାମିଲ୍ ଅଛି (ଇକୋସ୍ପ୍ରିନ, ରୋସୁଭାଷ୍ଟେଟିନ୍ ଏଵଂ ସୋର୍ବିଟ୍ରେଟ୍ ) ।

ଏହି ଔଷଧ ହୃଦରୋଗରେ ପୀଡ଼ିତ ଯେକୌଣସି ବ୍ୟକ୍ତିଙ୍କୁ ତୁରନ୍ତ ଆରାମ ପ୍ରଦାନ କରିଥାଏ । ଯେଉଁମାନଙ୍କୁ ଜରୁରୀକାଳୀନ ସାହାଯ୍ୟର ଆବଶ୍ୟକତା ଥାଏ, ସେମାନଙ୍କ ପାଇଁ ରାମ କିଟ୍ ଲାଭଦାୟକ ହେବ। ଏହା ଜୀବନ ମଧ୍ୟ ରକ୍ଷା କରିପାରିବ, କାରଣ ଶୀତଦିନେ ହୃଦରୋଗ ଏବଂ ଷ୍ଟ୍ରୋକର ମାମଲା ଅଧିକ ଦେଖିବାକୁ ମିଳେ।

ଏହି କିଟ୍‌ରେ ଥିବା ଔଷଧ ରକ୍ତକୁ ପତଳା କରି, ଶିରାରେ ଥିବା ଅବରୋଧକୁ ସଫା କରି ଏବଂ ହୃଦ୍‌ରୋଗୀଙ୍କୁ ଶୀଘ୍ର ଆରାମ ଦେଇ ଜୀବନ ବଞ୍ଚାଇବାର କ୍ଷମତା ରଖେ। ଡାକ୍ତର କହିଛନ୍ତି, ମାତ୍ର ୭ ଟଙ୍କା ମୂଲ୍ୟର ଏହି କିଟ୍ ଗରିବରୁ ଅତି ଗରିବ ଲୋକଙ୍କୁ ଦୃଷ୍ଟିରେ ରଖି ତିଆରି କରାଯାଇଛି।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

Also Read- Sahara India Refund Start: ବ୍ୟାଙ୍କ ଖାତାକୁ ଆସିବା ଆରମ୍ଭ ହେଲାଣି ସାହାରା ଟଙ୍କା !

Also Read- Weekly Finance Horoscope: ଚାକିରି ଏବଂ ବ୍ୟବସାୟ ପାଇଁ କିପରି ରହିବ ନୂଆ ସପ୍ତାହ ? ପଢ଼ନ୍ତୁ ରାଶିଫଳ