ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ବିଜେପି ଓ କଂଗ୍ରେସକୁ ମିଳିବ କେତେ ଆସନ? ପିଏମ ମୋଦିଙ୍କୁ କିଏ ଦେଉଛନ୍ତି ଟକ୍କର, ଜାଣନ୍ତୁ ସବୁକିଛି
Advertisement

ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ବିଜେପି ଓ କଂଗ୍ରେସକୁ ମିଳିବ କେତେ ଆସନ? ପିଏମ ମୋଦିଙ୍କୁ କିଏ ଦେଉଛନ୍ତି ଟକ୍କର, ଜାଣନ୍ତୁ ସବୁକିଛି

India TV Opinion Poll 2022: ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କିଏ ବିକଳ୍ପ ଭାବେ ମନେ କରାଯାଉଛି ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯାଇଛି । ରାହୁଲ ଗାନ୍ଧୀ ଏହି ରେସରେ ସବୁଠାରୁ ଆଗରେ ଅଛନ୍ତି, ଆଗାମୀ ଭବିଷ୍ୟତରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ପାରନ୍ତି । 

ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ବିଜେପି ଓ କଂଗ୍ରେସକୁ ମିଳିବ କେତେ ଆସନ? ପିଏମ ମୋଦିଙ୍କୁ କିଏ ଦେଉଛନ୍ତି ଟକ୍କର, ଜାଣନ୍ତୁ ସବୁକିଛି

ନୂଆଦିଲ୍ଲୀ: India TV Opinion Poll 2022: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରୁ ଦେଶର ସବୁଠାରୁ ଲୋକପ୍ରିୟ ନେତା, ଏଥିରୁ କୌଣସି ଦ୍ୱିମତ ନାହିଁ । ଅନେକ ନିର୍ବାଚନ ଫଳାଫଳରୁ ଏହା ପ୍ରମାଣିତ ହୋଇସାରିଛି । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ​​ସେ ପ୍ରଚଣ୍ଡ ବିଜୟ ସହ ସରକାର ଗଠନ କରିଥିଲେ । କିନ୍ତୁ ପ୍ରଥମେ କୋରୋନା ମହାମାରୀ ଓ ବର୍ତ୍ତମାନ ବିରୋଧୀଙ୍କ ଦ୍ୱାରା ମୁଦ୍ରାସ୍ଫୀତି-ବେକାରୀ ସମସ୍ୟା ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ଲୋକସଭା ନିର୍ବାଚନରେ ​​ପୁଣି ଥରେ ସରକାର ଗଠନ କରିପାରିବ କି? ନା ବିରୋଧୀ ମୋଦିଙ୍କୁ କ୍ଷମତାରୁ ବେଦଖଲ କରିବାକୁ ସମର୍ଥ ହେବେ? ନିକଟରେ ହୋଇଥିବା ଏକ ସର୍ଭେରେ ଏହା ଉପରେ ଆକଳନ କରାଯାଇଛି ।

ଇଣ୍ଡିଆ ଟିଭି ମ୍ୟାଟେରିଜ୍ ସର୍ଭେ କହିଛି ଯେ, ଯଦି ଆଜି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୬୨ ଆସନ ଜିତିପାରେ, ତେବେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୯୭ ଆସନରେ ଅଟକି ଯିବ । ଅଣ ଏନଡିଏ ଓ ଅଣ ୟୁପିଏ ଦଳକୁ ୮୪ଟି ଆସନ ମିଳିପାରେ । କେବଳ ବିଜେପିକୁ ହିଁ ୨୯୨ଟି ଆସନ ମିଳିପାରେ ବୋଲି ଏହି ସର୍ଭେରେ ଅନୁମାନ କରାଯାଇଛି, ଯାହା ସରକାର ଗଢ଼ିବା ପାଇଁ ୨୭୨ର ମ୍ୟାଜିକ ନମ୍ୱର ଠାରୁ ଅଧିକ । ସେପଟେ କଂଗ୍ରେସର ଆସନ ସଂଖ୍ୟା କମି ୩୯ରେ ପହଞ୍ଚିପାରେ । ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କିଏ ବିକଳ୍ପ ଭାବେ ମନେ କରାଯାଉଛି ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯାଇଛି । ରାହୁଲ ଗାନ୍ଧୀ ଏହି ରେସରେ ସବୁଠାରୁ ଆଗରେ ଅଛନ୍ତି, ଆଗାମୀ ଭବିଷ୍ୟତରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ପାରନ୍ତି । 

ଯେତେବେଳେ ଲୋକଙ୍କୁ ପଚରାଯାଇଥିଲା ଯେ ସେମାନେ ୨୦୨୪ରେ ପିଏମ ମୋଦିଙ୍କ ପାଇଁ ଚ୍ୟାଲେଞ୍ଜର ଭାବେ କାହାକୁ ଦେଖୁଛନ୍ତି, ୨୩ ପ୍ରତିଶତ ଲୋକ ସହମତ ହୋଇଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ବିକଳ୍ପ ଭାବରେ ଠିଆ ହୋଇପାରନ୍ତି । ଏଥି ସହିତ, ଏହି ପ୍ରଶ୍ନର ଉତ୍ତରରେ ଦ୍ୱିତୀୟ ନମ୍ବର ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୧୯ ପ୍ରତିଶତ ଲୋକ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଚ୍ୟାଲେଞ୍ଜର ଭାବେ ଦେଖୁଛନ୍ତି । ୧୧ ପ୍ରତିଶତ ଲୋକ କହିଛନ୍ତି ଯେ ମମତା ବାନାର୍ଜୀ ଏକ ବିକଳ୍ପ ଭାବରେ ଉଭା ହୋଇପାରନ୍ତି । ୮ ପ୍ରତିଶତ ଲୋକ ନୀତିଶ କୁମାରଙ୍କୁ ଜଣେ ଚ୍ୟାଲେଞ୍ଜର ମନେ କରୁଥିବାବେଳେ ୮ ପ୍ରତିଶତ ସୋନିଆ ଗାନ୍ଧୀ, ୬ ପ୍ରତିଶତ ଏମ.କେ ଷ୍ଟାଲିନ, ୫ ପ୍ରତିଶତ ଲୋକ ଶରଦ ପାୱାରଙ୍କୁ ଚ୍ୟାଲେଞ୍ଜର ବୋଲି ଭାବନ୍ତି । ୪ ପ୍ରତିଶତ ଲୋକ ଚନ୍ଦ୍ରଶେଖର ରାଓଙ୍କୁ ଚ୍ୟାଲେଞ୍ଜର ବୋଲି ମନେ କରନ୍ତି । ୪ ପ୍ରତିଶତ ପ୍ରିୟଙ୍କା ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କୁ ୨ ପ୍ରତିଶତ ଏହା ପାଇଁ ଯୋଗ୍ୟ ଭାବନ୍ତି ।

ଏହା ବି ପଢ଼ନ୍ତୁ:-ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ଓଡ଼ିଶାରେ ନବୀନଙ୍କ ଚାଲିବ ଯାଦୁ ନା ବିଜେପି ମାରିବ ବାଜି, ଜାଣନ୍ତୁ କାହାକୁ ମିଳିବ କେତେ ଆସନ

ଏହା ବି ପଢ଼ନ୍ତୁ:-ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତାଙ୍କ ଘରୁ ମିଳିଲା ସେକ୍ସ ଟୟ!

ଏହା ବି ପଢ଼ନ୍ତୁ:-ଗାଡ଼ିରେ କମ୍ ପେଟ୍ରୋଲ ଥିବାରୁ ଟ୍ରାଫିକ ପୋଲିସ କାଟିଲା ଚାଲାଣ, ଡ୍ରାଇଭର ବି ଆଶ୍ଚର୍ଯ୍ୟ; ଫେସବୁକରେ ପୋଷ୍ଟ କଲେ ସ୍ଲିପ୍

 

ଇଣ୍ଡିଆ ଟିଭି ସର୍ଭେରେ କୁହାଯାଇଛି ଯେ, ଦେଶର ୪୮ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଏଥି ସହିତ ୧୧ ପ୍ରତିଶତ ଲୋକ ଏହି ପଦରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ଚାହୁଁଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୮ ପ୍ରତିଶତ ଲୋକ ପସନ୍ଦ କରନ୍ତି । ୭ ପ୍ରତିଶତ ଲୋକ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରନ୍ତି । ୬ ପ୍ରତିଶତ ମାୟାବତୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ମନେ କରୁଥିବାବେଳେ ୬ ପ୍ରତିଶତ ଲୋକ ଶରଦ ପାୱାରଙ୍କୁ ପ୍ରଧାନମନ୍ତ୍ରୀ ଦେଖିବାକୁ ଚାହୁଁଛନ୍ତି । ଏଥି ସହିତ, AAP ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଦୌଡ଼ରେ ବହୁ ପଛରେ ଦେଖିବାକୁ ମିଳିଛି । ୪ ପ୍ରତିଶତ ଲୋକ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ବୋଲି ମନେ କରିଛନ୍ତି । ନୀତିଶ କୁମାରଙ୍କୁ ୪ ପ୍ରତିଶତ, କେ ଚନ୍ଦ୍ରଶେଖର ରାଓଙ୍କୁ ୩ ପ୍ରତିଶତ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ୨ ପ୍ରତିଶତ ଲୋକ ପିଏମ ପଦ ପାଇଁ ପସନ୍ଦ କରିଛନ୍ତି ।