IND vs SL: କାହିଁକି ହଠାତ୍ ଟିମ୍ ଇଣ୍ଡିଆରୁ ବାଦ୍ ପଡିଲେ ଜସପ୍ରୀତ ବୁମ୍ରା? ରୋହିତ ଶର୍ମା ଦେଲେ ଏହି ଜବାବ
Advertisement

IND vs SL: କାହିଁକି ହଠାତ୍ ଟିମ୍ ଇଣ୍ଡିଆରୁ ବାଦ୍ ପଡିଲେ ଜସପ୍ରୀତ ବୁମ୍ରା? ରୋହିତ ଶର୍ମା ଦେଲେ ଏହି ଜବାବ

Rohit Sharma On Jasprit Bumrah: ଆଘାତ ଯୋଗୁଁ ଦୀର୍ଘଦିନ ଧରି ଦଳରୁ ବାଦ ପଡିଥିବା ବୁମ୍ରାଙ୍କୁ ବିସିସିଆଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରିଥିଲା, ମାତ୍ର କିଛି ଦିନ ଅନ୍ତରାଳରେ ସେ ପୁଣିଥରେ ଦଳରୁ ବାଦ୍ ପଡିଛନ୍ତି ।

ସୌ: ସୋସିଆଲ ମିଡିଆ

Rohit Sharma On Jasprit Bumrah injury: ଗତ ୬ଦିନ ମଧ୍ୟରେ ଜସପ୍ରୀତ ବୁମ୍ରାଙ୍କୁ ସହ ବହୁତ ଅନ୍ୟାୟ ହୋଇଥିବା କୁହାଯାଉଛି । କିଛିଦିନ ପୂର୍ବରୁ ବିସିସିଆଇ (BCCI) ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ (Team India) ସାମିଲ କରିଥିଲା, ମାତ୍ର ୬ଦିନ ପରେ ବିସିସିଆଇ ତାଙ୍କୁ କୌଣସି ମ୍ୟାଚ ନ ଖେଳାଇ ଦଳରୁ ବାହାର କରିଦେଇଛି । ବୁମ୍ରା ଟିମ୍ ଇଣ୍ଡିଆକୁ ଏଣ୍ଟ୍ରି କରି କୌଣସି ମ୍ୟାଚ ନ ଖେଳି ପୁଣିଥରେ ବାଦ ପଡ଼ିବାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଭାରତୀୟ ଦ୍ରୁତ ବୋଲର ବୁମ୍ରାଙ୍କ ସହ କିଛି ଅନ୍ୟାୟ ହୋଇଥିବାକୁ ନେଇ କ୍ୟାପଟେନ ରୋହିତ ଶର୍ମାଙ୍କ ନିଜର ପ୍ରଥମ ବୟାନ ଦେଇଛନ୍ତି । କହିରଖୁଛୁ ଯେ ଜାନୁଆରୀ ୧୦ ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ ।

ପ୍ରଥମ ଦିନିକିଆ ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ବୁମ୍ରାଙ୍କ ସମ୍ପର୍କରେ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବୁମ୍ରା ଜାତୀୟ କ୍ରିକେଟ୍ ଏକାଡେମୀରେ କଠିନ ପରିଶ୍ରମ କରୁଥିଲେ, କିନ୍ତୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ତାଙ୍କର ବହୁତ ଯତ୍ନ ନେବା ଆବଶ୍ୟକ ।

ଅଧିନାୟକ ବୁମ୍ରାଙ୍କ ହଠାତ୍ ବାହାରକୁ ଯିବାର କାରଣ ମଧ୍ୟ କହିଥିଲେ । ରୋହିତ କହିଛନ୍ତି ଯେ ଯେତେବେଳେ ବୁମ୍ରା ଏନସିଏରେ ବୋଲିଂ କରୁଥିଲେ ସେତେବେଳେ ସେ ତାଙ୍କର ଅଣ୍ଟାରେ ଅସୁବିଧା ଅନୁଭବ କରିଥିଲେ । ରୋହିତଙ୍କ ସାମ୍ବାଦିକ ସମ୍ମିଳନୀ କରିବାର କିଛି ସମୟ ପୂର୍ବରୁ ବିସିସିଆଇ ବୁମ୍ରାଙ୍କ ସିରିଜରୁ ବାଦ ପଡ଼ିବାକୁ ନେଇ ନିଶ୍ଚିତ କରିଥିଲା ।  ବିସିସିଆଇ ଏହି ଭାରତୀୟ ବୋଲରଙ୍କୁ ଆଉ କିଛି ସମୟ ଦରକାର ବୋଲି କହିଛି ।

ବୁମ୍ରା ଦୀର୍ଘ ସମୟ ଧରି କ୍ରିକେଟ ଗ୍ରାଉଣ୍ଡରୁ ବାହାରେ ଅଛନ୍ତି । ସେପ୍ଟେମ୍ବରରେ ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ ଦଳରୁ ବାଦ ପଡିଥଲେ । ଆହତ କାରଣରୁ ବୁମ୍ରା ବିଶ୍ୱକପ ମଧ୍ୟ ଖେଳିପାରିନଥିଲେ । ସେ ଏନସିଏରେ ନିଜ ଫିଟନେସରେ କାମ କରିଥିଲେ, ଯାହା ପରେ ଏକାଡେମୀ ତାଙ୍କୁ ଫିଟ୍ ଘୋଷଣା କରିଥିଲା ​​। ଏନସିଏରୁ ସବୁଜ ସଙ୍କେତ ପାଇବା ପରେ ହିଁ ସେ ବିସିସିଆଇ ଦ୍ୱାରା ସେ ଦଳରେ ଚୟନ ହୋଇଥିଲେ କିନ୍ତୁ ମାତ୍ର କିଛି ଦିନ ମଧ୍ୟରେ ପୁଣିଥରେ ସେ ଦଳରୁ ବାଦ୍ ପଡିଛନ୍ତି ।

ଏହା ବି ପଢନ୍ତୁ: Hockey World Cup 2023: ୧୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍, ଜାଣନ୍ତୁ ଏହା ସହ ଜଡିତ ୧୦ ଟି ଖାସ୍ କଥା

ଏହା ବି ପଢନ୍ତୁ: Ishant Sharma: ରୋହିତ ଶର୍ମା ଏହି ଖେଳାଳିଙ୍କ ବର୍ବାଦ ହେଉଥିବା କ୍ୟାରିୟରର କାରଣ! ବର୍ତ୍ତମାନ ଅବସର ନେବାକୁ ବାଧ୍ୟ

ଏହା ବି ପଢନ୍ତୁ: Rahul Tripathi: ଭାରତକୁ ମିଳିଲା ଆଉ ଏକ ସୂର୍ଯ୍ୟକୁମାର ଯାଦବ, ଗୋଟିଏ ଇଂନିସରେ ଦେଖିବାକୁ ମିଳିଲା ଭବିଷ୍ୟତର ଟ୍ରେଲର!