Hyderabad: ଦଶହରା ବେଳେ ଅଘଟଣ, ଦେବୀ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ ବୁର୍ଖା ପିନ୍ଧା ମହିଳା
Advertisement
Article Detail0/zeeodisha/odisha1370521

Hyderabad: ଦଶହରା ବେଳେ ଅଘଟଣ, ଦେବୀ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ ବୁର୍ଖା ପିନ୍ଧା ମହିଳା

Durga Mandap Vandalization: ଏହି ଘଟଣାରେ ପ୍ରତିକ୍ରିୟା ରଖି ହାଇଦ୍ରାବାଦ ପୋଲିସ ସେଣ୍ଟ୍ରାଲ ଜୋନ ଡିସିପି  କହିଛନ୍ତି ଯେ ମଙ୍ଗଳବାର ସକାଳେ ୨ ଜଣ ବୁର୍ଖା ପିନ୍ଧା ମୁସଲମାନ ମହିଳା ଖୈରତାବାଦ ଠାରେ ଅବସ୍ଥିତ ଏକ ଦୁର୍ଗା ପୂଜା ମଣ୍ଡପରେ ଭଙ୍ଗାରୁଜା କରିଛନ୍ତି।

Hyderabad: ଦଶହରା ବେଳେ ଅଘଟଣ, ଦେବୀ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ ବୁର୍ଖା ପିନ୍ଧା ମହିଳା

Durga Pandal Vandalization: ଦୁର୍ଗା ପୂଜା ବେଳେ ହାଇଦ୍ରାବାଦ ଖୈରାବାଦ ଠାରେ ଘଟିଯାଇଛି ଅଘଟଣ। ଏଠାରେ ମାଆ ଦୁର୍ଗାଙ୍କ ପ୍ରତିମା ଭାଙ୍ଗି ଦେଇଛନ୍ତି ୨ ଜଣ  ବୁର୍ଖା ପିନ୍ଧା ମହିଳା। ଏହି ମାମଲାରେ ଏତିକିରେ ଶେଷ ହୋଇନାହିଁ। ମାଆ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିବା ପରେ ବୁର୍ଖା ପିନ୍ଧା ମହିଳା ଦୁର୍ଗାପୂଜା ମଣ୍ଡପରେ ନିଆଁ ଲାଗାଇ ଦେଇଛନ୍ତି। ନବରାତ୍ରୀ ଅବସରରେ ଏଭଳି କାଣ୍ଡ ଭିଆଇଛନ୍ତି ଉପଦ୍ରବୀ। ସକାଳ ସମୟରେ ଏହି ବୁର୍ଖା ପିନ୍ଧା ମହିଳା ଦୁ୍ର୍ଗା ପୂଜା ମଣ୍ଡପରେ ପ୍ରବେଶ କରି ଏଠାରେ ଭଙ୍ଗାରୁଜା କରିଥିବାର ଖବର ମିଳିଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ହାଇଦ୍ରାବାଦ ପୋଲିସ ସେଣ୍ଟ୍ରାଲ ଜୋନ ଡିସିପି ରାଜେଶ (Hyderabad Police Central Zone DCP Rajesh) କହିଛନ୍ତି ଯେ ମଙ୍ଗଳବାର ସକାଳେ ୨ ଜଣ ବୁର୍ଖା ପିନ୍ଧା ମୁସଲମାନ ମହିଳା ଖୈରତାବାଦ (Hyderabad City Khairatabad Area) ଠାରେ ଅବସ୍ଥିତ ଏକ ଦୁର୍ଗା ପୂଜା ମଣ୍ଡପରେ (Durga Puja Pandal) ପ୍ରବେଶ କରି ଏଠାରେ ମାଆ ଦୁର୍ଗାଙ୍କ ମୂର୍ତ୍ତିକୁ ଭଙ୍ଗାରୁଜା (Vandalization of Goddess Durgas Idol) କରିଛନ୍ତି।

ଏହି ଘଟଣାରେ ଜଣେ ମହିଳାଙ୍କୁ କୌଣସି ଏକ ଉପକରଣ ନେଇ ଯାଉଥିବାର ଦେଖିବାକୁ ମିଳିଛି। ସେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି। ହେଲେ ସ୍ଥାନୀୟ ଲୋକ ଉଭୟଙ୍କୁ ଧରି ସୈଦାବାଦ ଥାନାକୁ ହସ୍ତାନ୍ତର କରିଛନ୍ତି। ଏନେଇ ହାଇଦ୍ରାବାଦ ପୋଲିସ (Hyderabad Police) ପକ୍ଷରୁ କୁହାଯାଇଛି ଯେ ଆମେ ସେମାନଙ୍କ ବିବରଣୀ ଯାଞ୍ଚ କରିବାକୁ ଚେଷ୍ଟା କରୁଛୁ। ସେମାନେ ବହୁତ ଅଜବ ଧରଣର ବ୍ୟବହାର କରୁଛନ୍ତି।  ଏହି ଘଟଣାରେ ତଦନ୍ତ ଚାଲିଛି।

Also Read: Vadodara: ଗଣେଶ ପୂଜା ବେଳେ ସାମ୍ପ୍ରଦାୟିକ ସଂଘର୍ଷ, ୧୩ ଅଟକ

ଦଶହରା (Dussehra) ଅବସରରେ ହାଇଦ୍ରାବାଦ ସହରରେ ଅନେକ ଦୁର୍ଗା ପୂଜା ମଣ୍ଡପ (Durga Puja Mandap) କରାଯାଇଛି। ହେଲେ ମଙ୍ଗଳବାର ସକାଳେ ହଠାତ୍ ୨ ଜଣ ବୁର୍ଖା ପିନ୍ଧା ମହିଳା ପୂଜା ମଣ୍ଡପରେ ପ୍ରବେଶ କରି ଏଠାରେ ମାଆ ଦୁର୍ଗାଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ସେମାନେ ମୂର୍ତ୍ତିର ଅନେକ ଅଂଶ ଭାଙ୍ଗି ଦେଇଛନ୍ତି। ଯଦିଓ ଏଭଳି କାଣ୍ଡ ଭିଆଇଥିବା ଉପଦ୍ରବୀଙ୍କୁ ଧରି ନେଇ ସେମାନଙ୍କୁ ପୋଲିସ ହାତକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକ। 

କେବଳ ଦୁର୍ଗା ପୂଜା ନୁହେଁ ବରଂ ଗଣେଶ ପୂଜା ଅବସରରେ ଗୁଜୁରାଟ ଭଦୋଦରା ସହରରେ (Gujarat Vadodara City ) ଘଟିଯାଇଥିଲା ଏଭଳି ସମାନ ଧରଣର ଘଟଣା। ଯେଉଁଠି ଗଣେଶ ଶୋଭାଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ହେବା ସହ ହୋଇଥିଲା ପଥର ମାଡ଼। ଏଠାରେ ଗଣେଶ ଶୋଭାଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ହୋଇଥିଲା ସାମ୍ପ୍ରଦାୟିକ ସଂଘର୍ଷ। ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ପୋଲିସ (Gujarat Police) ପକ୍ଷରୁ କୁହାଯାଇଛି ଯେ ସାମ୍ପ୍ରଦାୟିକ ସଂଘର୍ଷ ସମୟରେ ପଥର ମାଡ଼ କରାଯାଇଥିଲା। ହେଲେ ଶୋଭାଯାତ୍ରା ବେଳେ ପଥର ଫିଙ୍ଗି କାରଣରୁ କୌଣସି ଲୋକ ଆହତ ହୋଇନାହାଁନ୍ତି। ଏହି ଘଟଣାରେ ପୋଲିସ ପ୍ରାୟ ୧୩ ଜଣ ଲୋକଙ୍କୁ ଅଟକ ରଖିଥିଲା।