TS Singhdeo: ଭଉଣୀ ଆଶା କୁମାରୀଙ୍କ ଭୋଟ ମାଗିଲେ ଟିଏସ ସିଂହଦେଓ
Advertisement

TS Singhdeo: ଭଉଣୀ ଆଶା କୁମାରୀଙ୍କ ଭୋଟ ମାଗିଲେ ଟିଏସ ସିଂହଦେଓ

TS Singh Deo Asha Kumari: ଭଉଣୀ ଆଶା କୁମାରୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଭାଇ ଟି.ଏସ୍ ସିଂହ ଦେଓ। 

TS Singhdeo: ଭଉଣୀ ଆଶା କୁମାରୀଙ୍କ ଭୋଟ ମାଗିଲେ ଟିଏସ ସିଂହଦେଓ

Himachal Pradesh Assembly Election 2022: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ  ୨୦୨୨ ପାଇଁ ନିର୍ବାଚନ ପ୍ରଚାର। ଏହି କ୍ରମରେ ଛତିଶଗଡ ମନ୍ତ୍ରୀ ଟି.ଏସ୍ ସିଂହ ଦେଓ ମଧ୍ୟ ତାଙ୍କ ଭଉଣୀ ତଥା କଂଗ୍ରେସ ପ୍ରାର୍ଥୀ ଆଶା କୁମାରୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ମନ୍ତ୍ରୀ ସିଂହଦେଓ ଡେଲହାଉସୀ ଆସନରେ ନିର୍ବାଚନ କରିଛନ୍ତି। ଯେଉଁ ଆସସରେ ତାଙ୍କ ଭଉଣୀ ଆଶା କୁମାରୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭଉଣୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ବେଳେ ହିମାଚଳର ଲୋକ କଳାକାରଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି।

ବିଗତ ୧୦ ବର୍ଷ ଡେଲହାଉସୀ ଆସନରୁ (Dalhousie Assembly Constituency) ପ୍ରତିନିଧିତ୍ୱ କରୁଛନ୍ତି କଂଗ୍ରେସ ନେତ୍ରୀ ଆଶା କୁମାରୀ (Congress Leader Asha Kumari)। ଗତ ୨୦୧୨ (Himachal Pradesh Election 2012) ଏବଂ ୨୦୧୭ ନିର୍ବାଚନରେ (Himachal Pradesh Election 2017) ସେ ହିମାଚଳ ପ୍ରଦେଶ ବିଧାନସଭାକୁ (Himachal Pradesh Legislative Assembly) ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ (Himachal Pradesh Assembly Election 2022) ଆଶା କୁମାରୀ  ଡେଲହାଉସୀ ନିର୍ବାଚନମଣ୍ଡଳୀରୁ କ୍ରମାଗତ ଭାବେ ତୃତୀୟ ଥର ପାଇଁ କଂଗ୍ରେସ ପ୍ରାର୍ଥୀ (Dalhousie Seat Congress Seat) ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଗତ ୨୦୧୨ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ରେଣୁ ଚଢାଙ୍କୁ ପରାସ୍ତ କରିଥିଲେ। ଏହି ନିର୍ବାଚନରେ ​​ଆଶା କୁମାରୀଙ୍କୁ ୨୫ ହଜାର ୫୪୧ ଏବଂ ରେଣୁ ଚଢାଙ୍କୁ ୧୮ ହଜାର ୧୭୬ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ୨୦୧୭ ନିର୍ବାଚନରେ ବିଜେପି (BJP) ଜବରଦସ୍ତ ପ୍ରସ୍ତୁତି ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଦଳ ଏହି ଆସନରେ ପ୍ରାର୍ଥୀ ବଦଳାଇ ଡିଏସ୍ ଠାକୁର ଟିକେଟ ଦେଇଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ କଂଗ୍ରେସ ନେତ୍ରୀ ଆଶା କୁମାରୀ ବହୁତ କମ ଭୋଟ ବ୍ୟବଧାନରେ ପୁଣି ଥରେ ଏହି ସିଟ୍ ଦଖଲ କରିବାରେ ସଫଳ ହୋଇଥିଲେ। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ୨୪ ହଜାର ୨୨୪ ଏବଂ ବିଜେପି ପ୍ରାର୍ଥୀଙ୍କୁ ୨୩ ହଜାର ୬୬୮ ଖଣ୍ଡ ଭୋଟ ମିଳିଥିଲା। 

Also Read: Chhattisgarh Congress Govt: ନିଜ ସରକାରର ଲାଗି ସମସ୍ୟା ବଢାଇଲେ ମନ୍ତ୍ରୀ ଟିଏସ ସିଂହଦେଓ

 

କ୍ରମାଗତ ଭାବେ ତୃତୀୟ ଥର ପାଇଁ ଡେଲହାଉସୀ ଆସନନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଆଶା କୁମାରୀ। ଅନ୍ୟପଟେ ବିଜେପି ପୁନର୍ବାର ଡିଏସ ଠାକୁରଙ୍କୁ ପ୍ରାର୍ଥୀ କରିଛି। ଏହି ନିର୍ବାଚନକୁ ତ୍ରିକୋଣୀୟ କରିବାକୁ ଆମ୍ ଆଦମୀ ପାର୍ଟି (Aam Aadmi Party) ଚେଷ୍ଟା କରୁଛି। ଦଳ ଏଠାରେ ମନୀଷ ସରିନଙ୍କୁ ପ୍ରାର୍ଥୀ କରିଛି।

ଉଉଣୀ ଆଶା କୁମାରୀଙ୍କୁ କଡ଼ା ମୁକାବିଲା କରୁଥିବାର ଦେଖି ଭାଇ ଟି.ଏସ୍ ସିଂହ ଦେଓ (Chhattisgarh Minister TS Singh Deo) ତାଙ୍କ ପାଇଁ  ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏପରିକି ଭଉଣୀ ପାଇଁ ଭାଇ କଂଗ୍ରେସ କର୍ମକର୍ତ୍ତାଙ୍କ ସହ ଡେଲହାଉସୀ ଆସନରେ ପ୍ରଚାର କରୁଛନ୍ତି। ଭଉଣୀକୁ ତୃତୀୟ ସୁଯୋଗ ଦେବା ପାଇଁ ଲୋକଙ୍କୁ ନିବେଦନ କରୁଛନ୍ତି ଭାଇ। ବର୍ତ୍ତମାନ ତାଙ୍କୁ ହିମାଚଳ ଲୋକ କଳାକାରଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।