Happy Birthday Odisha CM: ଏଥର ବି ଖାଁ ଖାଁ ନବୀନ ନିବାସ, ଜାଣନ୍ତୁ କାହିଁକି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1396863

Happy Birthday Odisha CM: ଏଥର ବି ଖାଁ ଖାଁ ନବୀନ ନିବାସ, ଜାଣନ୍ତୁ କାହିଁକି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

Happy Birthday Odisha CM:  ଲେଖକରୁ ରାଜନୀତିରେ ପ୍ରବେଶ କରି ଜଣେ ଅପ୍ରତିଦ୍ୱନ୍ଦୀ ଓ ପ୍ରିୟ ଶାସକ ପାଲଟିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପରେ ଓଡିଶା ରାଜନିତୀରେ ଘୋଟି ଆସିଥିଲା କଳା ବାଦଲ। ୧୯୯୭ରେ ଓଡିଶା ରାଜନିତୀରେ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଘଟିଲା। ୨୪ ବର୍ଷର ରାଜନୈତିକ ଇତିହାସ ଭିତରେ ପ୍ରଥମେ ନବୀନ ପଟ୍ଟନାୟକ ଆସିକା ଲୋକସଭାର ସାଂସଦ ନିର୍ବାଚିତ ହେବା ପରେ କେନ୍ଦ୍ରମନ୍ତ୍ରୀ ଏବଂ ଗତ ୨୨ ବର୍ଷ ଧରି ନିରବଛିନ୍ନ ଭାବରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ସହ ୧ ନମ୍ବର ମୁଖ୍ୟମନ୍ତ୍ରୀର ସମ୍ମାନ ମଧ୍ୟ ହାସଲ କରିଛନ୍ତି।

Happy Birthday Odisha CM: ଏଥର ବି ଖାଁ ଖାଁ ନବୀନ ନିବାସ, ଜାଣନ୍ତୁ କାହିଁକି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

Happy Birthday Odisha CM, ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୭ ବର୍ଷ ବୟସରେ ପାଦ ଥାପିଛନ୍ତି। ଓଡିଶାର ପ୍ରିୟ ତଥା ଦେଶର ନଂ-୧ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କିନ୍ତୁ ଏହାରି ମଧ୍ୟରେ ନବୀନ ଫ୍ୟାନ୍ସଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। କାରଣ ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଜନ୍ମଦିନ ପାଳିବେ ନାହିଁ। କୋରୋନା ମହାମାରୀ ତଥା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଗତ ବର୍ଷ ଗୁଡିକରେ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ଜନ୍ମଦିନ ପାଳନ କରିନାହାନ୍ତି। ତେବେ ଆଜି ମଧ୍ୟ ନବୀନ ନିବାସ ନ ଆସିବା ପାଇଁ ସେ ତାଙ୍କ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି। 

୨୦୨୨ ଅକ୍ଟୋବର ୧୬ ତାରିଖ (ରବିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୬ ପୁରି ୭୭ ଚାଲିବ। କିନ୍ତୁ ଏଥର ମଧ୍ୟ ସେ ନବୀନ ନିବାସରେ ଜନ୍ମଦିନ ପାଳିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ନବୀନ ନିବାସ ଫାଙ୍କା ରହିବ। ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କ ବ୍ୟତୀତ ସେଠାରେ ଅନ୍ୟ କେହି ରହିବେ ନାହିଁ। ସବୁଥର ପରି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛନ୍ତି। ସେ ତାଙ୍କ ଜନ୍ମଦିନକୁ ରାଜ୍ୟବାସୀଙ୍କ ବିକାଶ ପାଇଁ ଉତ୍ସର୍ଗ କରିଛନ୍ତି। ତେବେ ସେ କାହିଁକି ନବୀନ ନିବାସରେ ନିଜ ଜନ୍ମଦିନ ପାଳିବେ ନାହିଁ ତାହାକୁ ନେଇ ସମସ୍ତଙ୍କ ପ୍ରଶ୍ନ। ସେ Make in Odisha Conclave ’22ରେ ଭାଗନେବା ପାଇଁ ନିବେଶକଙ୍କୁ ନିମନ୍ତ୍ରଣ କରିବା ପାଇଁ ହାଇଦ୍ରାବାଦ ଗସ୍ତ କରୁଛନ୍ତି।

Also Read: ନବୀନ@77: ଜଣେ ବିଚକ୍ଷଣ ଏବଂ ଅପ୍ରତିଦ୍ୱନ୍ଦୀ ଅପରାଜେୟ ରାଜନେତା

 

ପ୍ରକୃତରେ ସୋମବାର ତେଲେଙ୍ଗାନାରେ Make in Odisha କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, Hyderabad ଗସ୍ତରେ ଯାଉଛନ୍ତି। ସେଥିପାଇଁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଛୁମାନଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣୀ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। Federation of Indian Chambers of Commerce and Industry (FICCI) ସହଯୋଗରେ ହେବାକୁ ଥିବା Make in Odisha Conclave ’22 ପାଇଁ ସୋମବାର ହାଇଦ୍ରାବାଦରେ Odisha Investors’ Meet କାର୍ଯ୍ୟକ୍ରମ ଆୟୋଜନ ହେଉଛି।

Odisha Investors’ Meet କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରବିବାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ ହାଇଦ୍ରାବାଦ ଗସ୍ତ କରିବ। ଏହି ଟିମରେ ଉଦ୍ୟୋଗ ଓ MSMS ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଓ  Start-Up Odishaର କାର୍ଯ୍ୟନିର୍ବାହୀ ଅଧିକାରୀ ଓମକାର ରାୟ ପ୍ରମୁଖ ଅଛନ୍ତି। ମୁମ୍ବାଇ ଓ ବେଙ୍ଗାଲୁରୁରେ ସଫଳତାର ସହ Odisha Investors’ Meet ଆୟୋଜନ ପରେ ହାଇଦ୍ରାବାଦରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ IT, ସ୍ୱାସ୍ଥ୍ୟ ସେବା, ଔଷଧ, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ପୁନଃବିନିଯୋଗ ଶକ୍ତି ଓ ଡାଟା ସେଣ୍ଟର ପରି କ୍ଷତ୍ରକୁ ଗୁରୁତ୍ୱ ଦିଆଯାଇଛି।

Also Read: ଧର୍ମ ମାସରେ ପୂଣ୍ୟ ଅର୍ଜିଲେ ସରକାର, ଉଚ୍ଛେଦ କଲେ ଚୁକ୍ତି ଭିତ୍ତିକ ପ୍ରଥା

ଭାରତର ନମ୍ବର ୱାନ, ଏବଂ ସବୁଠାରୁ ଲମ୍ବା ସମୟ ଧରି ରାଜ୍ୟର  ଲଗାତାର ମୁଖ୍ୟମନ୍ତ୍ରୀ ପଦରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। ଆଜି ହେଉଛି ତାଙ୍କ ଜନ୍ମଦିନ। ୭୬ ବର୍ଷ ବୟସରେ ପାଦ ଥାପିଛନ୍ତି  ନବୀନ। ୧୬ ଅକ୍ଟୋବର ୧୯୪୬ରେ କଟକ ଠାରେ ମୁଖ୍ୟମନ୍ତ୍ରୀ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଓ ଜୀୟାନ ଦେବୀଙ୍କ ସନ୍ତାନ ନବୀନ ବାବୁ। ଜନ୍ମଦିନର ଦିନକ ପୂର୍ବରୁ ରାଜ୍ୟରୁ ସରକାରୀ ଚାକିରିରେ ଠିକା ନିଯୁକ୍ତିକୁ ଉଚ୍ଛେଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିରେ ରାଜ୍ୟର ୭୦୦୦୦ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ରାଜସ୍ୱ ଉପରେ ୧୩୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ଅତିରିକ୍ତ ଭାର ପଡିବ।