Odisha Election 2024: ‘ବିଜେପି ପ୍ରାର୍ଥୀ ଅଧିକ ଧନୀ, ଅଧିକା ଅପରାଧିକ ମାମଲାରେ ସମ୍ପୃକ୍ତ’
Advertisement
Article Detail0/zeeodisha/odisha2247848

Odisha Election 2024: ‘ବିଜେପି ପ୍ରାର୍ଥୀ ଅଧିକ ଧନୀ, ଅଧିକା ଅପରାଧିକ ମାମଲାରେ ସମ୍ପୃକ୍ତ’

Odisha Election 2024: ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୨୦ ତାରିଖରେ ଭୋଟଗ୍ରହଣ କରାଯିବ। ଏଥିରେ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟଗ୍ରହଣ ହେବ। ଏଥିଲାଗି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ସମୁଦାୟ ୨୬୫ ପ୍ରାର୍ଥୀ ବିଧାନସଭାରେ ବିଧାୟକ ହେବାକୁ ଲଢ଼ୁଛନ୍ତି। 

Odisha Election 2024: ‘ବିଜେପି ପ୍ରାର୍ଥୀ ଅଧିକ ଧନୀ, ଅଧିକା ଅପରାଧିକ ମାମଲାରେ ସମ୍ପୃକ୍ତ’

Odisha Election 2024: ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୨୦ ତାରିଖରେ ଭୋଟଗ୍ରହଣ କରାଯିବ। ଏଥିରେ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟଗ୍ରହଣ ହେବ। ଏଥିଲାଗି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ସମୁଦାୟ ୨୬୫ ପ୍ରାର୍ଥୀ ବିଧାନସଭାରେ ବିଧାୟକ ହେବାକୁ ଲଢ଼ୁଛନ୍ତି। ଏହି ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଅନୁସାରେ ୮୭ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେଥିରୁ ୭୦ ଜଣ ଜଘନ୍ୟ ଅପରାଧିକ ମାମଲାରେ ଛନ୍ଦି ହୋଇଛନ୍ତି। ୯୫ଜଣ କୋଟିପତି ମଇଦାନରେ ଥିବା ବେଳେ ଜଣେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୩କୋଟି ୯୮ ଲକ୍ଷରୁ ଅଧିକ ବୋଲି ଆସୋସିଏସନ୍‍ ଫର ଡେମୋକ୍ରାଟିକ୍‍ ରିଫର୍ମ ( ଏଡିଆର) ପକ୍ଷରୁ କୁହାଯାଇଛି।

କୋଟିପତି ପ୍ରାର୍ଥୀ:

ବଡ଼ ରାଜନୀତିକ ଦଳଗୁଡ଼ିକୁ ହିସାବକୁ ନେଲେ ବିଜେପିର ପ୍ରାର୍ଥୀମାନଙ୍କ ପାଖରେ ସର୍ବାଧିକ ସମ୍ପତ୍ତି ଓ ଅପରାଧିକ ରେକର୍ଡ ରହିଛି। ସମୁଦାୟ ୩୫ ବିଧାନସଭା ଆସନ ଲାଗି ୩୫ ଜଣ ପ୍ରାର୍ଥୀ ନିଜର ସମ୍ପତ୍ତି ମୂଲ୍ୟ ଦର୍ଶାଇଛନ୍ତି। ଏହି ଅନୁସାରେ ଜଣେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ହେଉଛି ବିଜେପି ୧୩ କୋଟି ୧୧ ଲକ୍ଷ ଟଙ୍କା। ସେହିପରି   ୩୫ଜଣ  ବିଜେଡି ପ୍ରାର୍ଥୀଙ୍କ ସମ୍ପତ୍ତି ଦେଖିଲେ ଜଣାଯାଏ ଯେ ଜଣେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ହେଉଛି ୧୨ କୋଟି ୯ ଲକ୍ଷ। କିନ୍ତୁ ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୨ କୋଟି ୯୫ ଲକ୍ଷ ଟଙ୍କା।

ସର୍ବାଧିକ ଧନୀ:

ସର୍ବାଧିକ ଧନୀ ହେଉଛନ୍ତି ବିଜେପିର ଦିଲ୍ଲୀପ ରାୟ। ସେ ରାଉରକେଲା ବିଧାନସଭା ମଣ୍ଡଳୀ ଲାଗି ବିଜେପି ଟିକଟରେ ଲଢ଼ୁଛନ୍ତି। ତାଙ୍କର ସମୁଦାୟ ସମ୍ପତ୍ତି ମୂଲ୍ୟ ହେଉଛି ପ୍ରାୟ ୩୧୩ କୋଟି। ତାଙ୍କ ତଳକୁ ରହିଛନ୍ତି ବଲାଙ୍ଗୀରର କଳିକେଶ ସିଂହ ଦେଓ । ତାଙ୍କ ନାଁରେ ୭୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାମଲାରେ ଯଥେଷ୍ଟ ତଳେ ଅଛନ୍ତି। ଉଭୟ ହିଞ୍ଜିଳି ଓ କଣ୍ଟା ବାଞ୍ଜିରୁ ଲଢ଼ୁଥିବା ନବୀନଙ୍କ ନାଁରେ ୭୧ କୋଟି ଟଙ୍କାର ସମ୍ପତ୍ତି ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

ନିଃସ୍ବ ପ୍ରାର୍ଥୀ:

ସ୍ୱାଧୀନ ପ୍ରାର୍ଥୀ ସୋହନ ସିପ୍‍କାଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ। ସେ କଣ୍ଟାବାଞ୍ଜିରୁ ପ୍ର୍ରାର୍ଥୀ ହୋଇଛନ୍ତି। ସେହିପରି ବୌଦ୍ଧରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ସାହୁ, କଣ୍ଟାବାଞ୍ଜିରୁ ଅଭିରାମ ଧାରୁଆ  ଏବଂ ବଲାଙ୍ଗୀରରୁ ପ୍ରାର୍ଥୀ ହୋଇଥିବା ସତ୍ୟନାରାୟଣ ବହିଦାରଙ୍କ ନାମରେ କୌଣସି ସ୍ଥାବର ସମ୍ପତ୍ତି ନାହିଁ। ସେମାନଙ୍କ ପାଖରେ ୧୧ହଜାର ଟଙ୍କାରୁ କମ୍‍ ଟଙ୍କା ରହିଥିବା କୁହାଯାଇଛି।

ଋଣୀ ପ୍ରାର୍ଥୀ:

ପ୍ରାର୍ଥୀଙ୍କ ଭିତରେ ସବୁଠାରୁ ଅଧିକ ଋଣ କରିଛନ୍ତି ଦିପାଳୀ ଦାସ। ସେ ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କ ନାଁରେ ୧୯ କୋଟିର ଋଣ ପଡ଼ିଛି। ତାଘଙକ୍ ତିଳକୁ କଳିକେଶଙ୍କ ନାଁରେ ୮ କୋଟି ଟଙ୍କା ପଡ଼ିଥିବା ବେଳେଟିଟିଲାଗଡ଼ରୁ ବିଜେପି ପ୍ରାର୍ଥୀ ନବୀନ କୁମାର ଜୈନ ବିଭିନ୍ନ ସଂସ୍ଥାଠୁ ୪ କୋଟିରୁ ଅଧିକ ଟଙ୍କାର ଋଣ ନେଇଛନ୍ତି।

ଅପରାଧିକ ରେକର୍ଡ:

ବିଜେପିର ୩୫ବିଧାୟକ ପ୍ରାର୍ଥୀଙ୍କ ଭିତରୁ ୨୦ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି କଂଗ୍ରେସର ୧୨ ଏବଂ ବିଜେଡିର  ୮ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ରେକର୍ଡ ରହିଛି। ଏହିପରି ମାମଲାରେ ଥିବା ୨ଜଣଙ୍କୁ ଆପ୍‍ ମଧ୍ୟ ପ୍ରାର୍ଥୀ କରିଥିବା ଏଡିଆର ରିପୋର୍ଟରେ କୁହାଯାଇଛି।

୩୫ ବିଧାନସଭା ମଣ୍ଡଳୀରୁ ୧୪ଟି ଅର୍ଥାତ୍‍ ୪୦ ପ୍ରତିଶତ ବିଧାନସଭା ଆସନରେ ୩ରୁ ଅଧିକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ରେକର୍ଡ ରହିଛି। ଏହିସବୁ ନିର୍ବାଚନ ମଣ୍ଡଳୀକୁ ‘ରେଡ୍‍ ଆଲର୍ଟ’ ମଣ୍ଡଳୀ ଭାବେ ନାମିତ କରିଛି ଏଡିଆର।

ସୁପ୍ରିମ କୋର୍ଟ ଏହିଭଳି ଅପରାଧିକ ପ୍ରାର୍ଥୀଙ୍କୁ ଟିକଟ ନଦେବାକୁ ରାଜନୀତିକ ଦଳଗୁଡ଼ିକୁ ପଅ୍ରୋତ୍ସାହିତ କରିଥିଲେ। ଏପରିକି ସେମାନେ ଅପରାଧିକ ରେକର୍ଡ ଥିବା ପ୍ରାର୍ଥୀଙ୍କୁ ଟିକଟ ଦେବା ବେଳେ କାହିଁକି ତାଙ୍କୁ ବିଛିଲେ ତାହା ଉଲ୍ଳଖ କରିବାକୁ କୁହାଯାଇଛି। ଏହି ମର୍ମରେ ରାଜନୀତିକ ଦଳଗୁଡ଼ିକ ସେମାନଙ୍କ ପାଖରେ ପ୍ରତିଭା, ଯୋଗ୍ୟତା ଥିବାରୁ ତାଙ୍କୁ ବାଛିଥିବା ଉଲ୍ଳେଖ କରିଛନ୍ତି।

ଆଜି ଭୁବନେଶ୍ୱରଠାରେ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି ଇଲେକ୍ସନ୍‍ ଓ୍ୱାଚ୍‍ ଆବାହକ ରଞ୍ଜନ ମହାନ୍ତି। ତାଙ୍କ ସହ ବରିଷ୍ଠ ପ୍ରଶାସନ ସହଦେବ ସାହୁ ମଧ୍ୟ ଉପସ୍ଥିତ ଥିଲେ।