Uttarakhand: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନଭୟ ଆଡକୁ ମାଡି ଆସିଲା ହାତୀ, ତାପରେ...
Advertisement

Uttarakhand: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନଭୟ ଆଡକୁ ମାଡି ଆସିଲା ହାତୀ, ତାପରେ...

Elephant Attack in Uttarakhand: ଗତ କାଲି ସନ୍ଧ୍ୟାରେ ଅଚାନକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନଭୟ ଆଡକୁ ମାଡି ଆସିଥିଲା ଏକ ହାତୀ। କେବଳ କନଭୟ ନୁହେଁ ଲୋକଙ୍କୁ ମଧ୍ୟ ଅଟକାଇ ଦେଇଥିଲା ହଠାତ ଦୃଶ୍ୟମାନ ହୋଇଥିବା ଏହି ହାତୀ।

Uttarakhand: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନଭୟ ଆଡକୁ ମାଡି ଆସିଲା ହାତୀ, ତାପରେ...

Trivendra Singh Rawat: ବୁଧବାର ସନ୍ଧ୍ୟାରେ ଏକ ଅଜବ ଧରଣର ସମସ୍ୟାର ସାମ୍ନା କରିଥିଲେ ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ। ଗତ କାଲି ସନ୍ଧ୍ୟାରେ ଅଚାନକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନଭୟ ଆଡକୁ ମାଡି ଆସିଥିଲା ଏକ ହାତୀ। କେବଳ କନଭୟ ନୁହେଁ ଲୋକଙ୍କୁ ମଧ୍ୟ ଅଟକାଇ ଦେଇଥିଲା ହଠାତ ଦୃଶ୍ୟମାନ ହୋଇଥିବା ଏହି ହାତୀ।

କନଭୟ (Convoy) ମଧ୍ୟରେ ଥାଇ ହାତୀକୁ ଦେଖିବା ପରେ ନିଜକୁ ବଞ୍ଚାଇବାକୁ ତ୍ରିବେନ୍ଦ୍ର ସିଂହ ରାୱତ (Trivendra Singh Rawat) ଏକ ବଡ଼ ପଥର ଉପରେ ଚଢି ଯାଇଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଫାଙ୍କା ଗୁଳିଚାଳନା (Blank Firing) କରିବା ସହ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରି ଉତ୍ତରାଖଣ୍ଡ ବନ ବିଭାଗ କର୍ମଚାରୀ ହାତୀକୁ (Elephant) ଘଉଡ଼ାଇ ଥିଲେ। 

ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ (Former Uttrakhand Chief Minister) ତ୍ରିବେନ୍ଦ୍ର ସିଂହ ରାୱତ କୋଟଦ୍ୱାର (Kotdwar) ମଝିରେ ପୌଡ଼ି ଠାରୁ କୋଟଦ୍ୱାର ଅଭିମୁଖେ ଆସୁଥିଲେ। ବୁଧବାର ସନ୍ଧ୍ୟା ୫-୬ ଟା ସମୟରେ ଟୁଟ ଗଦେରା ନିକଟସ୍ଥ ଜଙ୍ଗଲରୁ ହଠାତ୍ ଏକ ହାତୀ ରାସ୍ତା ଉପରକୁ ଆସି ଯାଇଥିଲା। ଏହି କାରଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନଭୟ ଅଟକି ଯାଇଥିଲା। ହାତୀ ରାସ୍ତାକୁ ଆସିବା କିଛି ସମୟ ପର୍ଯ୍ୟନ୍ତ ସେ ତାଙ୍କ ଗାଡି଼ରେ ବସି ରହିଥିଲେ। ହେଲେ ଯେତେବେଳେ ହାତୀ ତାଙ୍କ କନଭୟ ନିକଟତର ହେବାକୁ ଲାଗିଲା, ସେତେବେଳେ ରାୱତ ନିଜ ସାଥୀଙ୍କ ଗାଡି ଛାଡି ଦେଇ ପାହାଡ ଉପରକୁ ଚଢି ଯାଇଥିଲେ।

ହାତୀ କାରଣରୁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହଯୋଗୀ ପ୍ରୀତିରାଜ ଚୌହାନ ଗାଡିରୁ ଓହ୍ଲାଇବା ପାହାଡ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିଲେ। ଏହି ହାତୀ ଆକ୍ରମଣକାରୀ (Attacking Elephant) ବୋଲି ଯେତେବେଳେ ଜଙ୍ଗଲ ବିଭାଗ ଅଧିକାରୀ ଖବର ପାଇଥିଲେ ସେତେବେଳେ ସେମାନଙ୍କ ସମସ୍ୟା ଆହୁରି ବଢି ଯାଇଥିଲା। ତରବରିଆ ଭାବେ ଜଙ୍ଗଲ ବିଭାଗ କର୍ମଚାରୀ (Uttarakhand Forest Department Staff) ବାଣ ଫୁଟାଇ ଏବଂ ଫାଙ୍କା ଗୁଳିଚାଳନା କରି କୌଣସି ପ୍ରକାରେ ହାତୀକୁ ଜଙ୍ଗଲ ଆଡକୁ ଘଉଡାଇ ଦେଇଥିଲେ। ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନଭୟ ରାଜପଥ ଦେଇ ଆଗକୁ ବଢିଲା ସେତେବେଳେ ଜଙ୍ଗଲ ବିଭାଗ କର୍ମଚାରୀ ଆଶ୍ୱସ୍ତି ପାଇଥିଲେ।

Also Read: କାର ଆଗକୁ ଅଚାନକ ମାଡ଼ି ଆସିଲା ଷଣ୍ଢ; ଭିଡ଼ିଓ ସେୟାର କ'ଣ କହିଲେ ସମାଜବାଦୀ ପାର୍ଟି ସୁପ୍ରିମୋ

ବାସ୍ତବରେ କୋଟଦ୍ୱାର-ଦୁଗଡ୍ଡା ମଧ୍ୟରେ ରହିଥିବା ରାଜପଥ ଉପରକୁ ହାତୀ ଆସି ଯାଇଥାନ୍ତି। ବୁଧବାର ସନ୍ଧ୍ୟାରେ ହଠାତ ଏକ ହାତୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କନଭୟ ଆଡକୁ ମାଡ଼ି ଆସିଥିଲା। ଏହା ପରେ ଜଙ୍ଗଲ ବିଭାଗକୁ (Uttarakhand Forest Department) ଖବର ଦିଆଯାଇଥିଲା। ଖବର ପାଇ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇ ଦେଇଥିଲେ। ହାତୀ କାରଣରୁ ଏହି ରାଜପଥ ପ୍ରାୟ ଅଧ ଘଣ୍ଟା ପାଇଁ ଜାମ୍ ହୋଇଯାଇଥିଲା। କୋଟୱାର ଠାରେ ପହଞ୍ଚିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି ଯେ ଜିଲ୍ଲା ଗଠନ କରିବା ପରିବର୍ତ୍ତେ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।