BJP PLC Merger: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ
Advertisement
Article Detail0/zeeodisha/odisha1358358

BJP PLC Merger: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

Captain Amarinder Singh: ଦଳକୁ ବିଜେପିରେ ବିଲୟ କରି ପଞ୍ଜାବ ରାଜନୀତିରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି କ୍ୟାପ୍ଟେନ। ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଲଣ୍ଡନରୁ ଫେରିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି।

BJP PLC Merger: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

Punjab Politics: ସେପ୍ଟମ୍ବର ୧୯ ତାରିଖ ସୋମବାର ପରିବାର ସଦସ୍ୟ ଏବଂ ସମର୍ଥକଙ୍କ ସହ ବିଜେପି ହାତ ଧରିବେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ କ୍ୟାପ୍ଟେନ ଅମରିନ୍ଦର ସିଂହ। ସୂତ୍ରରୁ ମିଳିଥିବା ଖବର ଅନୁସାରେ କ୍ୟାପ୍ଟେନ ତାଙ୍କ ଦଳକୁ କେନ୍ଦ୍ରରେ କ୍ଷମତାସୀନ ବିଜେପିରେ ବିଲୟ କରିବେ। ବିଜେପି-ପଞ୍ଜାବ ଲୋକ କଂଗ୍ରେସ ବିଲୟ ବେଳେ ବରିଷ୍ଠ ନେତା ଉପସ୍ଥିତି ରହିବେ।

ସୋମବାର ହେବାକୁ ଯାଉଥିବା ଦଳର ବିଲୟ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ (BJP National President JP Nadda) ଭେଟିଛନ୍ତି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ (Former Punjab Chief Minister) ତଥା ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ (Punjab Lok Congress) କ୍ୟାପ୍ଟେନ ଅମରିନ୍ଦର ସିଂହ (Captain Amarinder Singh)। ଗତ ବର୍ଷ ସେପ୍ଟମ୍ବରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ (Congress) ଛାଡିଥିଲେ କ୍ୟାପ୍ଟେନ। ଏହା ପରେ ସେ ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ପିଏଲସି (PLC) ନାମରେ ଏକ ନୂଆ ଦଳ ଗଠନ କରିଥଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ (Punjab Assembly Election 2022) ପିଏଲସି. ବିଜେପି ଏବଂ ଶିରୋମଣି ଅକାଳୀ ଦଳ ସଂଯୁକ୍ତ (PLC-BJP-Shiromani Akali Dal (Sanyukt) ସହ ମେଣ୍ଟ କରି ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଯଦିଓ ଏହି ନିର୍ବାଚନରେ କୌଣସି ପିଏଲସି ପ୍ରାର୍ଥୀ ଜିତିପାରି ନଥିଲେ। ଏପରିକି ଦଳର ଅଧ୍ୟକ୍ଷ କ୍ୟାପ୍ଟେନ ନିଜର ପାରମ୍ପରିକ ପଟିଆଲା ସିଟି ଆସନରୁ (Patiala City Assembly Constituency) ପରାସ୍ତ ହୋଇଥିଲେ।

ପୂର୍ବରୁ ପିଏଲସି ମୁଖପାତ୍ର ପ୍ରୀତପାଲ ସିଂହ ବାଲିଆୱାଲ କହିଥିଲେ ଯେ ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ କ୍ୟାପ୍ଟେନ ସୋମବାର ୧୯ ତାରିଖ ସୋମବାର ବିଜେପି ହାତ ଧରିବେ। ତାଙ୍କ ସହ ତାଙ୍କ ପୁଅ ରାନିନ୍ଦର ସିଂହ ଏବ ଝିଅ ଜୟ ଇନ୍ଦର କୌର ବିଜେପି ହାତ  ଧରିବେ ବୋଲି ସୂତ୍ରରୁ ପ୍ରକାଶ। ତାଙ୍କ ସହ ରାଜ୍ୟର ଅନ୍ୟ କିଛି ନେତା ମଧ୍ୟ ଯୋଗଦେବେ। ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରନୀତି କୌର (Preneet Kaur) ବର୍ତ୍ତମାନ ପଟିଆଲା ଲୋକସଭା ଆସନର (Patiala Lok Sabha Constituency) କଂଗ୍ରେସ ସାଂସଦ (Congress MP)।

Also Read: Punjab Politics: ବିଜେପିରେ ବିଲୟ ହେବ ଏହି ଦଳ, ଅନେକ ପୂର୍ବତନ ବିଧାୟକ ହେବେ ସାମିଲ

ଦଳକୁ ବିଜେପିରେ ବିଲୟ କରି (BJP PLC Merger) ପଞ୍ଜାବ ରାଜନୀତିରେ (Punjab Politics) ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି କ୍ୟାପ୍ଟେନ। ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଲଣ୍ଡନରୁ ଫେରିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଚଳିତ ମାସ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଶାହଙ୍କୁ ଭେଟିବା ପରେ କ୍ୟାପ୍ଟେନ କହିଛନ୍ତି ଯେ ସେ ଜାତୀୟ ସୁରକ୍ଷା, ପଞ୍ଜାବରେ ଡ୍ରଗ୍ସ-ଆତଙ୍କବାଦ ମାମଲା ବୃଦ୍ଧି ଏବଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ପ୍ରସଙ୍ଗରେ ମୁଁ ଅର୍ଥପୂର୍ଣ୍ଣ ଆଲୋଚନା କରିଛନ୍ତି। ପଞ୍ଜାବ ପଟିଆଲା ରାଜ ପରିବାରର (Punjab Patiala Royal Family) ସଦସ୍ୟ ହେଉଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ। ଯିଏକି ୨ ଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି।