Shocking News: ତ୍ରୟୋଦଶ କାର୍ଯ୍ୟକ୍ରମ ପାଇଁ ଆଦାୟ ହେଉଥିଲା ଚାନ୍ଦା, ଏପରି ହେଲା ପର୍ଦ୍ଦାଫାଶ
Advertisement

Shocking News: ତ୍ରୟୋଦଶ କାର୍ଯ୍ୟକ୍ରମ ପାଇଁ ଆଦାୟ ହେଉଥିଲା ଚାନ୍ଦା, ଏପରି ହେଲା ପର୍ଦ୍ଦାଫାଶ

Uttar Pradesh: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ନେତାଜୀଙ୍କ ତ୍ରୟୋଦଶ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ହୋଇଥିବା ଚାନ୍ଦା ବାବଦରେ ହୋଇଛି ବଡ ଧରଣର ପର୍ଦ୍ଦାଫାଶ। 

Shocking News: ତ୍ରୟୋଦଶ କାର୍ଯ୍ୟକ୍ରମ ପାଇଁ ଆଦାୟ ହେଉଥିଲା ଚାନ୍ଦା, ଏପରି ହେଲା ପର୍ଦ୍ଦାଫାଶ

Mulayam Singh Yadav: ଉତ୍ତର ପ୍ରଦେଶ ଜୈନପୁର ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜିଲ୍ଲାରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ତ୍ରୟୋଦଶ କାର୍ଯ୍ୟକ୍ରମ ନାମରେ ଚାନ୍ଦା ଆଦାୟ କରାଯାଉଥିଲା। ଚାନ୍ଦା ଦେଇଥିବା ଲୋକଙ୍କୁ ରସିଦ ମଧ୍ୟ ଦିଆଯାଉଥିଲା। ଏହି ଘଟଣା ସେତେବେଳେ ପର୍ଦ୍ଦାଫାଶ ହୋଇଥିଲା ଯେତେବେଳେ ଏହା  ସୋସିଆଲ ମିଡିଆ ଜରିଆରେ ଏହି କାର୍ଯ୍ୟକ୍ରମର ରସିଦ ଭାଇରାଲ ହୋଇଥିଲା। ପରେ ସମାଜବାଦୀ ପାର୍ଟି ଏହି ଘଟଣା ବାବଦରେ ଅବଗତ ହୋଇଥିଲା। ପରେ ଦଳର ଚାପରେ ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। ଏପରିକି ଏହି କାର୍ଯ୍ୟକ୍ରମ ପାଇଁ ହୋଲ୍ଡିଂ ଲଗା ଯାଇଥିବାର ଖବର ମଧ୍ୟ ମିଳିଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରସିଦରେ ଏହି କାର୍ଯ୍ୟକ୍ରମ ଆୟୋଜକଙ୍କ ନାମ ମଧ୍ୟ ଲେଖାଯାଇଛି। ରସିଦରେ ସମସ୍ତ ମାଡିୟାହୁଁ ବାସିନ୍ଦାଙ୍କୁ ଏହି କାର୍ଯ୍ୟକ୍ରମର ଆୟୋଜକ ଭାବେ ଦର୍ଶାଯାଇଛି। ଭାଇରାଲ ହେଉଥିବା ରସିଦ ଅନୁଯାୟୀ ଜଣେ ବ୍ୟକ୍ତି ୫୦୦୦ ଟଙ୍କାର ଚାନ୍ଦା ଦେଇଛନ୍ତି। ତାଙ୍କୁ ରସିବ ମଧ୍ୟ ପ୍ରଦାନ କରାଯାଇଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। 

ୟେଉଁଥିରେ ଲେଖାଯାଇଛି ଯେ ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ (Mulayam Singh Yadav) ତ୍ରୟୋଦଶ କାର୍ଯ୍ୟକ୍ରମ ୨୨ ଅକ୍ଟୋବରରେ ଜୌନପୁର ଜିଲ୍ଲାର (Jaunpur District) ମାଡିୟାହୁଁସ୍ଥିତ ପାଲି ବିଜୌରା ଗ୍ରାମରେ ଅନୁଷ୍ଠିତ ହେବ। ରସିଦରେ ପ୍ରାପ୍ତକର୍ତ୍ତା ଭାବରେ ଜଗଦୀଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଦସ୍ତଖତ ମଧ୍ୟ ରହିଛି। ହେଲେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ଭାଇରାଲ ରସିଦରେ ଧରତୀପୁତ୍ର ମୁଲାୟମ ସିଂହ ଯାଦବଙ୍କ ତ୍ରୟୋଦଶ କାର୍ଯ୍ୟକ୍ରମରେ ଆୟୋଜିତ ହେଉଥିବା ବ୍ରହ୍ମଭୋଜ କଥା ଲେଖାଯାଇଛି। ଏହା ସହିତ ଆୟୋଜକ ତାଲିକାରେ ମାଡିୟାହୁଁ ଅଞ୍ଚଳର ସମସ୍ତ ବାସିନ୍ଦା ବୋଲି ଲେଖାଯାଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଡିହ ବାବ ମନ୍ଦିର ଠାରେ ଆୟୋଜିତ ହୋଇଥାନ୍ତା। ହେଲେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। 

ତ୍ରୟୋଦଶ କାର୍ଯ୍ୟକ୍ରମ ନାମରେ ରସିଦ କାଟୁଥିବା ଜଗଦୀଶ ଯାଦବ କହିଛନ୍ତି ଯେ ଗ୍ରାମବାସୀଙ୍କ ସହାୟତାର ପ୍ରତି ବର୍ଷ ଡିହ ବାବ ମନ୍ଦିର ଠାରେ ଏକ ବାର୍ଷିକ ଭୋଜି ଆୟୋଜିତ ହୋଇଥାଏ। ହେଲେ ଏଠାକାର ଲୋକେ ଚଳିତ ବର୍ଷ ମୁଲାୟମ ସିଂବ ଯାଦବ ଯାଦବଙ୍କ ତ୍ରୟୋଦଶ କାର୍ଯ୍ୟ କରିବାକୁ ଚାହୁଁଥିଲେ। ମୁଁ କେବଳ ଏହି କାର୍ଯ୍ୟକ୍ରମର ଆୟୋଜକ ନଥିଲି। ବରଂ ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ। 

ଅକ୍ଟୋବର ୧୦ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Uttar Pradesh Chief Minister) ତଥା ନେତାଜୀ (Netaji) ନାମରେ ଜଣାଶୁଣା ମୁଲାୟମ ସିଂହ ଯାଦବ। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଦୀର୍ଘ ୧୮ ଦିନ ଧରି ସେ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ଠାରେ ଚିକିତ୍ସାଧିନ ରହିଥିଲେ। 

ଗତ ୧୦ ତାରିଖ ସକାଳ ପ୍ରାୟ ୮ଟା ୧୬ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ନିଶ୍ୱାସ ନେବାରେ ଅସୁବିଧା ଏବଂ ରକ୍ତ ଚାପ କମିବା ପରେ ଅଗଷ୍ଟ ୨୨ ତାରିଖରେ ନେତାଜୀଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ଅକ୍ଟୋବର ୧ ତାରିଖରେ ଆସିୟୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଏକ ଡାକ୍ତରୀ ଟିମର ତତ୍ତ୍ୱାବଧାନରେ ଥିଲେ। ହେଲେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।