'ମୁଁ ସମୁଦ୍ର, ନିଶ୍ଚୟ ଫେରି ଆସିବି...' ଉଦ୍ଧବ ସରକାରଙ୍କ ପତନ ପରେ ଭାଇରାଲ ହେଉଛି ଫଡନାଭିସଙ୍କ ପୁରୁଣା ଟ୍ୱିଟ
Advertisement
Article Detail0/zeeodisha/odisha1238313

'ମୁଁ ସମୁଦ୍ର, ନିଶ୍ଚୟ ଫେରି ଆସିବି...' ଉଦ୍ଧବ ସରକାରଙ୍କ ପତନ ପରେ ଭାଇରାଲ ହେଉଛି ଫଡନାଭିସଙ୍କ ପୁରୁଣା ଟ୍ୱିଟ

Maharashtra Political Crisis: କିନ୍ତୁ ସମନ୍ୱୟର ଅଭାବ ଯୋଗୁଁ ଶିବସେନା ଓ ବିଜେପି ମଧ୍ୟରେ ମତଭେଦ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ଶିବସେନା ବିଜେପି ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲା । ଏହା ପରେ ରାଜ୍ୟର ତୃତୀୟ ତଥା ଚତୁର୍ଥ ମାନ୍ୟତା ପ୍ରାପ୍ତ ଦଳ ଏନସିପି ଓ କଂଗ୍ରେସର ସହଯୋଗରେ ଶିବସେନା ରାଜ୍ୟରେ ସରକାର ଗଠନ କରିଥିଲା ।

'ମୁଁ ସମୁଦ୍ର, ନିଶ୍ଚୟ ଫେରି ଆସିବି...' ଉଦ୍ଧବ ସରକାରଙ୍କ ପତନ ପରେ ଭାଇରାଲ ହେଉଛି ଫଡନାଭିସଙ୍କ ପୁରୁଣା ଟ୍ୱିଟ

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ରର ରାଜନୈତିକ ଝଡ଼ ଥମିବାରେ ଲାଗିଛି । ଆଗାମୀ ଦିନରେ ବିଜେପି (BJP) ରାଜ୍ୟରେ ସରକାର ଗଢ଼ିବ, ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି । ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (Devendra Fadnavis) ଙ୍କ ଏକ ପୁରୁଣା ଟ୍ୱିଟ୍ ଭାଇରାଲ ହେଉଛି । ୨୦୧୯ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେତେବେଳେ ବିଜେପି ଓ ଶିବସେନା (Shiv Sena) ମିଶି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ନିର୍ବାଚନରେ ବିଜେପି ୧୦୫ଟି ଆସନ ଜିତିବା ପରେ ରାଜ୍ୟରେ ସବୁଠାରୁ ବଡ଼ ଦଳ ହୋଇଥିବାବେଳେ ଶିବସେନା ୫୬ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ସେହି ସମୟରେ ମହାରାଷ୍ଟ୍ରରେ ପୁଣି ଥରେ ବିଜେପି ସରକାର ଗଠନ ହେବ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ମନେ କରାଯାଉଥିଲା ।

କିନ୍ତୁ ସମନ୍ୱୟର ଅଭାବ ଯୋଗୁଁ ଶିବସେନା ଓ ବିଜେପି ମଧ୍ୟରେ ମତଭେଦ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ଶିବସେନା ବିଜେପି ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲା । ଏହା ପରେ ରାଜ୍ୟର ତୃତୀୟ ତଥା ଚତୁର୍ଥ ମାନ୍ୟତା ପ୍ରାପ୍ତ ଦଳ ଏନସିପି ଓ କଂଗ୍ରେସର ସହଯୋଗରେ ଶିବସେନା ରାଜ୍ୟରେ ସରକାର ଗଠନ କରିଥିଲା । ଆଉ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେଙ୍କୁ ଦାୟିତ୍ୱ ମିଳିଥିଲା ।

ଏଥି ସହିତ ୨୦୧୮ ମସିହାରେ ବିଜେପିରୁ ଇସ୍ତଫା ଦେବା ପରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ନାନା ପଟୋଲେଙ୍କୁ ଡିସେମ୍ବର ୧, ୨୦୧୯ ରବିବାର ଦିନ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବରେ ନିର୍ବାଚିତ କରାଯାଇଥିଲା । ସେହି ସମୟରେ ମହାରାଷ୍ଟ୍ରର ପୂର୍ବତନ ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ନିଜ ହୃଦୟର ଯନ୍ତ୍ରଣାକୁ କବିତା ଶୈଳୀରେ ପ୍ରକାଶ କରି କହିଥିଲେ, "ମେରା ପାଣି ଉତରତେ ଦେଖ୍, ମେରା କିନାରେ ପେ ଘର ମତ ବନା ଲେନା, ମେଂ ସମନ୍ଦର ହୁଁ, ଲୋଟ କର ଜରୁର ଆଉଙ୍ଗା ।"

ବର୍ତ୍ତମାନ ମହାରାଷ୍ଟ୍ରରେ ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ସରକାର ପତନ ହେବ ବୋଲି କଳ୍ପନାଜଳ୍ପନା ଚାଲିଥିଲା । ଯାହା ଉପରେ ଅନ୍ତିମ ମୋହର ଉଦ୍ଧବ ଠାକରେଙ୍କ ସିଏମ ପଦରୁ ଇସ୍ତଫା ଦେବା ମାତ୍ରେ ଲାଗିଯାଇଛି । ଏଥି ସହିତ ଏକନାଥ ସିନ୍ଦେ ଗ୍ରୁପ ସହାୟତାରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିପାରେ ।

ବର୍ତ୍ତମାନ ବୁଧବାର ଶିବସେନା ନେତା ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେବା ପରେ ବିଜେପି ପାଇଁ ସରକାର ଗଢ଼ିବା ବାଟ ସଫା ହୋଇଯାଇଛି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ବିଧାନସଭାରେ ଦେଇଥିବା ପୂର୍ବତନ ମହାରାଷ୍ଟ୍ର ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢ଼ନ୍ତୁ:-ଉଦୟପୁର ହତ୍ୟା ମାମଲାରେ PAK ଲିଙ୍କ୍ ଉପରେ ପାକିସ୍ତାନରୁ ଆସିଲା ବୟାନ, ଜାଣନ୍ତୁ କ'ଣ କହିଲା

ଏହା ବି ପଢ଼ନ୍ତୁ:-ଫ୍ଲୋର ଟେଷ୍ଟରେ ଯଦି ୧୬ ବିଧାୟକ ନ ଦିଅନ୍ତି ଭୋଟ ତ କାହାକୁ ମିଳିବ ସଂଖ୍ୟାଗରିଷ୍ଠତା, ଜାଣନ୍ତୁ ଏଠାରେ...

ଏହା ବି ପଢ଼ନ୍ତୁ:-ଅଗ୍ନିବୀରଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା କହିଲେ ମମତା ବାନାର୍ଜୀ, ଚାକିରି ଦେବାକୁ ମନା କଲେ ଦିଦି