Bihar Cabinet Expansion: ସମର୍ଥନ ସତ୍ତ୍ୱେ ମହାମେଣ୍ଟ ସରକାରର ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଲେ ବାମ ଦଳ
Advertisement
Article Detail0/zeeodisha/odisha1305311

Bihar Cabinet Expansion: ସମର୍ଥନ ସତ୍ତ୍ୱେ ମହାମେଣ୍ଟ ସରକାରର ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଲେ ବାମ ଦଳ

Bihar Cabinet Expansion:  ମହାମେଣ୍ଟରେ ସାମିଲ ରହିଥିବା ବାମ ଦଳର କୌଣସି ବିଧାୟକଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ।  ବାମ ଦଳ ହିସାବରେ  ସିପିଆଇଏମଏଲ ପାଖରେ ୧୨, ସିପିଆଇ ପାଖରେ ୨ ଏବଂ ସିପିଏମ ପାଖରେ ୨ ଜଣ ବିଧାୟକ ରହିଛନ୍ତି। 

Bihar Cabinet Expansion: ସମର୍ଥନ ସତ୍ତ୍ୱେ ମହାମେଣ୍ଟ ସରକାରର ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଲେ ବାମ ଦଳ

Bihar Cabinet Expansion: ଅଗଷ୍ଟ ୧୬ ତାରିଖ ମଙ୍ଗଳବାର ହୋଇଛି ବିହାର କ୍ୟାବିନେଟ ସମ୍ପ୍ରସାରଣ। ମଙ୍ଗଳବାର ମହାମେଣ୍ଟ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୩୧ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରରେ ହୋଇଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଆରଜେଡି କୋଟାରୁ ୧୬, ଜେଡିୟୁ କୋଟାରୁ ୧୧, କଂଗ୍ରେସ କୋଟାରୁ ୨, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା କୋଟାରୁ ୧ ଏବଂ ଅନ୍ୟ ଜଣେ ସ୍ୱାଧିନ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହାମେଣ୍ଟରେ (Bihar Grand Alliance) ସାମିଲ ରହିଥିବା ବାମ ଦଳର କୌଣସି ବିଧାୟକଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ। ମହାମେଣ୍ଟରେ ସାମିଲ ହୋଇଥିବା ଦଳ ହେଉଛନ୍ତି ଜେଡିୟୁ (JDU), ଆରଜେଡି (RJD), କଂଗ୍ରେସ (Congress), ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (Hindustani Awam Morcha), ସିପିଏମ (CPM), ସିପିଆଇ (CPI), ସିପିଆଇଏମଏଲ (CPIML)। 

Also Read: Bihar Cabinet Expansion: ୨୦୨୪ ଲୋକସଭା ନିର୍ବାଚନ ଉପରେ ରଖାଯାଇଛି ସ୍ୱତନ୍ତ୍ର ଧ୍ୟାନ

 

ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରକୁ (Bihar Grand Alliance Govt)  ୧୬୪ ବିଧାୟକଙ୍କ ସମର୍ଥନ ରହିଛି। ଆସନ୍ତା ୨୪ ତାରିଖ ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବ ରାଜ୍ୟରେ କ୍ଷମତାସୀନ ମହାମେଣ୍ଟ ସରକାର। ମୋଟ ୨୪୩ ବିହାର ବିଧାନସଭାରେ (Bihar Assembly) ବହୁମତ ସାବ୍ୟସ୍ତ କୌଣସି ଦଳକୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ବହୁମତ ସାବ୍ୟସ୍ତ କରିବା ଲାଗି ଆବଶ୍ୟକୀୟ ବିଧାୟକ ସଂଖ୍ୟା ଠାରୁ ମହାଗଠବନ୍ଧନ ପାଖରେ ଅଧିକ ୪୨ ଜଣ ବିଧାୟକଙ୍କ ସମର୍ଥନ ରହିଛି। ମହାଗଠବନ୍ଧ ସରାକରରେ ସାମିଲ ହେବାକୁ ଯାଉଥିବା ଦଳ ଏବଂ ସେମାନଙ୍କ ବିଧାୟକ ସଂଖ୍ୟା ହେଉଛି...

  • ଆରଜେଡି: ୭୯
  • ଜେଡିୟୁ: ୪୫
  • କଂଗ୍ରେସ: ୧୯
  • ସିପିଆଇଏମଏଲ: ୧୨
  • ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା: ୪
  • ସିପିଆଇ:  ୨
  • ସିପିଏମ: ୨
  • ସ୍ୱାଧିନ:  ୧ 
  • ମୋଟ: ୧୬୪ 

ମହାମେଣ୍ଟ ସରକାରରେ ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି। ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରରେ ହୋଇଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ରାଜ୍ୟର ଜାତିଗତ ସମୀକରଣ ଉପରେ ଧ୍ୟାନ ଦିଆାଯାଇଛି। ବିହାର ମହାମେଣ୍ଟ ସରକାରରେ ହୋଇଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ପଛୁଆ ବର୍ଗ ଏବଂ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗର ୧୭ ଜଣ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ ସାଧାରଣ ବର୍ଗ, ୫ ଅନୁସୂଚିତ ଜାତି ଏବଂ ୫ ମୁସଲମାନଙ୍କୁ ସ୍ଥାନ ମିଳିଛି। ମହାମେଣ୍ଟ ସରକାରରେ ୮ ଯାଦବ, ୪ ଅତି ପଛୁଆ ବର୍ଗ, ୨ କୁଶୱାହା, ୨ କୁର୍ମୀ, ୩ ରାଜପୁତ, ୨ ଭୂମିହାର, ଜଣେ ବ୍ରାହ୍ମଣ ଏବଂ ଅନ୍ୟ ଜଣେ କାୟସ୍ଥ ବର୍ଗର ନେତାଙ୍କୁ ମନ୍ତ୍ରୀ କରାଯାଇଛି। ମନ୍ତ୍ରିମଣ୍ଡଳରେ ଅତି ପଛୁଆ ବର୍ଗର ଜଣେ ଧୁନିଆ ପସମାନ୍ଦା ବର୍ଗର ମୁସଲମାନ ନେତାଙ୍କୁ ଆରଜେଡି କୋଟାରୁ ମନ୍ତ୍ରୀ କରାଯାଇଛି।   

ମହାମେଣ୍ଟ ସରକାରରେ ସାମିଲ ରହିଥିବା ୩ ପ୍ରମୁଖ ମେଣ୍ଟ ସହଯୋଗୀ ଦଳ ହେଉଛନ୍ତି ଜେଡିୟୁ, ଆରଜେଡି, କଂଗ୍ରେସ। ଏହି ୩ ଦଳ ଜାତିଗତ ସମୀକରଣ ଆଧାରରେ ଦଳୀୟ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଯଦି ଆରଜେଡି କଥା କୁହାଯାଏ ତାହେଲେ ଦଳୀୟ କୋଟାରୁ ୭ ଜଣ ଯାଦବ ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି। ଏହା ବ୍ୟତୀତ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗର ଜଣେ, ପଛୁଆ ବର୍ଗର ଜଣେ ଏବଂ ସାଧାରଣ ବର୍ଗର ଜଣେ  ଏପରି ସର୍ବମୋଟ ୩ ଜଣ ମୁସଲମାନଙ୍କୁ ମନ୍ତ୍ରୀ କରାଯାଇଛି। ଏହା ବ୍ୟତୀତ ୨ ଅତି ପଛୁଆ ବର୍ଗ, ୨ ଅନୁସୂଚିତ ଜାତି, ଜଣେ କୁଶୱାହା, ଜଣେ ଭୂମିହାର, ଜଣେ ରାଜପୁତ ଏବଂ ଜଣେ ବୈଶ୍ୟ ସମ୍ପ୍ରଦାୟର ବିଧାୟକ ମହାମେଣ୍ଟ ସରକାରରେ ମନ୍ତ୍ରୀ ହୋଇଛନ୍ତି।

Also Read: Bihar Cabinet Expansion: ଶପଥ ନେଲେ ୩୧ ମନ୍ତ୍ରୀ, ବଣ୍ଟା ହେଲା ବିଭାଗ

 

ଯଦି ଜେଡିୟୁ କଥା କୁହାଯାଏ ତାହାଲେ ଦଳ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳରେ ଦଳୀୟ ନେତାଙ୍କୁ ସ୍ଥାନ ଦେଇଛନ୍ତି। ଏନେଇ ୨ କୁର୍ମି,  ଜଣେ ଯାଦବ, ଜଣେ ମୁସଲମାନ, 2 ଅତି ପଛୁଆ ବର୍ଗ, ୨ ଅନୁସୂଚିତ ଜାତି, ଜଣେ କୁଶୱାହା, ଜଣେ ଭୂମିହାର, ଜଣେ ବ୍ରାହ୍ମଣ ଏବଂ ରାଜପୁତଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛି ଦଳ। ଅନ୍ୟପଟେ କଂଗ୍ରେସ କୋଟାରୁ ଜଣେ ମୁସଲମାନ ଏବଂ ଅନ୍ୟ ଜଣେ ଅନୁସୂଚିତ ଜାତିର ବିଧାୟକ ଦଳୀୟ କୋଟାରୁ ମନ୍ତ୍ରୀ ହୋଇଛନ୍ତି। ଜିତାନ ରାମ ମାଞ୍ଝିଙ୍କ ଦଳ ହିନ୍ଦୁସ୍ତାନୀ ମୋର୍ଚ୍ଚା ପକ୍ଷରୁ ଅନୁସୂଚିତ ଜାତିର ଜଣେ ବିଧାୟକ ମହାମେଣ୍ଟ ସରକାରରେ ମନ୍ତ୍ରୀ ହୋଇଛନ୍ତି।