Congress President Election: ଦଳରେ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ
Advertisement
Article Detail0/zeeodisha/odisha1347430

Congress President Election: ଦଳରେ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ

Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେବାକୁ ଯାଉଥିବା ଦଳୀୟ ନେତା କର୍ମକର୍ତ୍ତାଙ୍କ ତାଲିକା ସାର୍ବଜନୀନ କରିବାକୁ ଅନୁରୋଧ କରିଛନ୍ତି ଦଳର ୫ ଜଣ ଲୋକସଭା ସାଂସଦ। ହେଲେ  ଦଳୀୟ ସାଂସଦଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ।

Congress President Election: ଦଳରେ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ

Congress President Election: ବେଶ ଲମ୍ବା ସମୟ ଅତିକ୍ରମ କରିଯିବା ପରେ କଂଗ୍ରେସ ଦଳରେ ହେବାକୁ ଯାଉଛି ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ। ହେଲେ ଏହାର ସ୍ୱଚ୍ଛତା ଏବଂ ନିରପେକ୍ଷତା ଉପରେ କ୍ରମାଗତ ଭାବେ ପ୍ରଶ୍ନ ଉଠିବାରେ ଲାଦିଛି। ବର୍ତ୍ତମାନ ଦଳର ୫ ଜଣ ସାଂସଦ ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀଙ୍କୁ ଚିଠି ଲେଖି ଦଳୀୟ ଅଧ୍ୟକ୍ଷ ନିର୍ବାଚନର ସ୍ୱଚ୍ଛତା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦଳର ଅଧ୍ୟକ୍ଷ ନିର୍ବାଚନରେ ​ଭୋଟ୍ ଦେବାକୁ ଯାଉଥିବା ଦଳୀୟ ନେତା କର୍ମକର୍ତ୍ତାଙ୍କ ତାଲିକା ପ୍ରକାଶ ନ କରିବାକୁ ନେଇ  କଂଗ୍ରେସ ସାଂସଦ ପ୍ରଶ୍ନ ଉଠାଇଛନ୍ତି। 

କଂଗ୍ରେସ ସାଂସଦ ଶଶୀ ଥରୁର (Shashi Tharoor), ମନୀଷ ତିୱାରୀ (Manish Tewari), କାର୍ତ୍ତି ଚିଦାମ୍ବରମ୍ (Karti Chidambaram), ପ୍ରଦ୍ୟୁତ ବାରଦୋଲୋଇ (Pradyut Bordoloi) ଏବଂ ଅବଦୁଲ ଖାଲିକ୍ (Abdul Khaliq) ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀଙ୍କୁ (Congress Election Authority Chief Madhusudan Mistry) ଗତ ୬ ତାରିଖରେ ଏକ ପତ୍ର ଲେଖିଥିଲେ। ପତ୍ର ଲେଖିଥିବା ୫ ଜଣ ସାଂସଦଙ୍କ (Congress MP) ମଧ୍ୟରେ ମନୀଷ ତିୱାରୀ ଏବଂ ଶଶୀ ଥରୁର ଦଳର ଅସନ୍ତୁଷ୍ଟ ଗୋଷ୍ଠୀ G23 (Congress G23 Group) ସହ ଜଡିତ ଅଛନ୍ତି। ଏହି ପତ୍ର ଲେଖାଯିବାର ପର ଦିନ ଅର୍ଥାତ ସେପ୍ଟମ୍ବର ୭ ତାରିଖରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ (Rahul Gandhi) ନେତୃତ୍ୱରେ ଭାରତ ଯୋଡ ଯାତ୍ରା (Bharat Jodo Yatra) ଆରମ୍ଭ କରିଛି କଂଗ୍ରେସ (Congress)। 

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେବାକୁ ଯାଉଥିବା ଦଳୀୟ ନେତା କର୍ମକର୍ତ୍ତାଙ୍କ ତାଲିକା ସାର୍ବଜନୀନ କରିବାକୁ ଅନୁରୋଧ କରିଛନ୍ତି ଦଳର ୫ ଜଣ ଲୋକସଭା ସାଂସଦ। ହେଲେ  ଦଳୀୟ ସାଂସଦଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀ। ଭୋଟର ତାଲିକା ପ୍ରକାଶ ତାଲିକା ପ୍ରକାଶ କରିଛନ୍ତି ମନା କରିଦେଇଛନ୍ତି ମିସ୍ତ୍ରୀ। ପତ୍ର ଲେଖିଥିବା ସାଂସଦ କହିଛନ୍ତି ଯେ ଦଳର ଦସ୍ତାବିଜ କୁ ଏପରି ଢଙ୍ଗରେ ଜାରି କରାଯାଉ ଯାହାର କୌଣସି ପ୍ରକାରେ ଅପବ୍ୟବହାର କରାଯାଇ ପାରିବ ନାହିଁ।

Also Read: New Congress President: କଂଗ୍ରେସ ଅଧ୍ୟକ୍ଷଙ୍କ ନାଁ ହେଲା ଘୋଷଣା!, ଅଶୋକ ଗେହୋଲତ ଦେଲେ ବଡ଼ ବୟାନ

ପତ୍ର ଲେଖିଥିବା ସାଂସଦ କହିଛନ୍ତି ଯେ, ଆମେ ଏହି ମତାମତ ରଖିବାକୁ ଚାହୁଁ ଯେ, ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ନ ହେବା ପର୍ଯ୍ୟନ୍ତ, ରାଜ୍ୟ କଂଗ୍ରେସ କମିଟି ସହ  ଜଡିତ ନିର୍ବାଚକ ମଣ୍ଡଳ ଏବଂ ଏହି ନିର୍ବାଚନରେ ମତାଦାନ କରିବାକୁ ଯାଉଥିବା ଦଳୀୟ ନେତା କର୍ମକର୍ତ୍ତାଙ୍କ ତାଲିକା ନିର୍ବାଚନ ଲଢିବାକୁ ଯାଉଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଉ। 

ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା (Congress Leader Anand Sharma) ମଧ୍ୟ ଗତ ମାସରେ ଦଳର ଅଧ୍ୟକ୍ଷ ନିର୍ବାଚନରେ ମତଦାନ କରିବାକୁ ଯାଉଥିବା ମତଦାତାଙ୍କ ତାଲିକା ପ୍ରକାଶ କରିବା ପ୍ରସଙ୍ଗ ଉଠାଇଥିଲେ। ହେଲେ ଦଳର ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ନିରପେକ୍ଷ, ସ୍ୱଚ୍ଛ ଏବଂ ଦଳର ସମ୍ବିଧାନ ଅନୁଯାୟୀ ହେବ। ଦଳୀୟ ସମ୍ବିଧାନ ଅନୁଯାୟୀ ନିର୍ବାଚକମଣ୍ଡଳ ତାଲିକା ସାର୍ବଜନୀନ କରାଯାଇ ପାରିବ ନାହିଁ। ଯଦିଓ ଅଧ୍ୟକ୍ଷ ପଦ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଦାବି ଅନୁଯାୟୀ ଏହାକୁ ଉପଲବ୍ଧ କରାଯାଇ ପାରିବ।

Also Read: Congress President Election: କିପରି ହେବ ଦଳୀୟ ଅଧ୍ୟକ୍ଷ ନିର୍ବାଚନ? ଜବାବ ଦେଲେ କଂଗ୍ରେସ ନେତା ଅଜୟ ମାକେନ

କଂଗ୍ରେସ ଦଳର ନିର୍ବାଚନ ପ୍ରାଧିକରଣ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ୨୦୨୨ (Congress Party President Election 2022) ପାଇଁ ଦଳୀୟ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।  ଧାର୍ଯ୍ୟ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ୨୨ ସେପ୍ଟେମ୍ବରରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ୨୪ ସେପ୍ଟେମ୍ବରରୁ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ। ଯଦି ଦଳର ଅଧ୍ୟକ୍ଷ ନିର୍ବାଚନ କେବଳ ଜଣେ ମାତ୍ର ପ୍ରାର୍ଥୀ ନିର୍ବାଚନ ଲଢନ୍ତି, ତାହେଲେ ତାଙ୍କୁ ପରଦିନ ନିର୍ବାଚିତ ଘୋଷଣା କରାଯିବ। ଯଦି ଏକାଧିକ ପ୍ରାର୍ଥୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢନ୍ତି ତାହେଲେ ଆସନ୍ତା ୧୭ ଅକ୍ଟୋବରରେ ସେମାନଙ୍କ ମଧ୍ୟରେ ମତଦାନ ଅନୁଷ୍ଠିତ ହେବ। ଅଧିକ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯିବ।