ନୂଆ ନୁହେଁ କଂଗ୍ରେସରେ ଅନ୍ତଃକନ୍ଦଳ, ଇନ୍ଦିରାଙ୍କଠୁ ଆରମ୍ଭ କରି ସୋନିଆ ଏପରି ବିଦ୍ରୋହକୁ କରିଥିଲେ କାବୁ; କିନ୍ତୁ ରାହୁଲ କାହିଁକି ହେଉଛନ୍ତି ଅସଫଳ
Advertisement
Article Detail0/zeeodisha/odisha1322920

ନୂଆ ନୁହେଁ କଂଗ୍ରେସରେ ଅନ୍ତଃକନ୍ଦଳ, ଇନ୍ଦିରାଙ୍କଠୁ ଆରମ୍ଭ କରି ସୋନିଆ ଏପରି ବିଦ୍ରୋହକୁ କରିଥିଲେ କାବୁ; କିନ୍ତୁ ରାହୁଲ କାହିଁକି ହେଉଛନ୍ତି ଅସଫଳ

 Congress Leadership Crisis: ଏଠାରେ ବିଶେଷ କଥା ହେଉଛି କଂଗ୍ରେସ ଛାଡିଥିବାବେଳେ ଏହି ସମସ୍ତ ବରିଷ୍ଠ ନେତାମାନେ କଂଗ୍ରେସ ନେତୃତ୍ୱକୁ ବିଶେଷ କରି ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ଟାର୍ଗେଟ କରିଛନ୍ତି । ଇସ୍ତଫା ପତ୍ରରେ ସମସ୍ତେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ଦଳର ନେତାଙ୍କ ପ୍ରତି ଉଦାସୀନତା ଦେଖାଉଛନ୍ତି ଓ ସେ ଅନଭିଜ୍ଞ ଲୋକଙ୍କ ଚାରିପଟେ ଘେରି ରହିଛନ୍ତି ।

ନୂଆ ନୁହେଁ କଂଗ୍ରେସରେ ଅନ୍ତଃକନ୍ଦଳ, ଇନ୍ଦିରାଙ୍କଠୁ ଆରମ୍ଭ କରି ସୋନିଆ ଏପରି ବିଦ୍ରୋହକୁ କରିଥିଲେ କାବୁ; କିନ୍ତୁ ରାହୁଲ କାହିଁକି ହେଉଛନ୍ତି ଅସଫଳ

ନୂଆଦିଲ୍ଲୀ: Congress Leadership Crisis: ବିଗତ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ନେତୃତ୍ୱ ସଙ୍କଟ (Congress Leadership Crisis) ମଧ୍ୟ ଦେଇ ଗତି କରୁଛି । ଦଳ ନିର୍ବାଚନରେ କ୍ରମାଗତ ଭାବେ ପରାଜୟର ସାମ୍ନା କରୁଛି । ଏହାସହ କଂଗ୍ରେସ (Congress) ର ଅନେକ ବଡ଼ ବଡ଼ ଚେହେରା ମଧ୍ୟ ଦଳ ଛାଡିବାରେ ଲାଗିଛନ୍ତି । ବିଗତ ଦିନରେ ଗୁଲାମ ନବୀ ଆଜାଦ (Ghulam Nabi Azad) ମଧ୍ୟ କଂଗ୍ରେସଠାରୁ ନିଜକୁ ଅଲଗା କରିନେଇଛନ୍ତି । ତାଙ୍କ ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, କପିଲ ସିବଲ, ଜିତିନ ପ୍ରସାଦ ଏବଂ ହାର୍ଦ୍ଦିକ ପଟେଲଙ୍କ ପରି ଅନେକ ବଡ଼ ନେତା ମଧ୍ୟ କଂଗ୍ରେସକୁ ବିଦାୟ ଜଣାଇଛନ୍ତି ।

ଏଠାରେ ବିଶେଷ କଥା ହେଉଛି କଂଗ୍ରେସ ଛାଡିଥିବାବେଳେ ଏହି ସମସ୍ତ ବରିଷ୍ଠ ନେତାମାନେ କଂଗ୍ରେସ ନେତୃତ୍ୱକୁ ବିଶେଷ କରି ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ଟାର୍ଗେଟ କରିଛନ୍ତି । ଇସ୍ତଫା ପତ୍ରରେ ସମସ୍ତେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ଦଳର ନେତାଙ୍କ ପ୍ରତି ଉଦାସୀନତା ଦେଖାଉଛନ୍ତି ଓ ସେ ଅନଭିଜ୍ଞ ଲୋକଙ୍କ ଚାରିପଟେ ଘେରି ରହିଛନ୍ତି ।

ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସ ଅନ୍ତରୀଣ ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ପାଞ୍ଚ ପୃଷ୍ଠାର ଚିଠି ପଠାଇ ତାଙ୍କ ଇସ୍ତଫା ଘୋଷଣା କରିଥିଲେ । ଗୁଲାବ ନବୀ ଆଜାଦ ତାଙ୍କ ଚିଠିରେ ରାହୁଲ ଗାନ୍ଧୀ ଓ ତାଙ୍କର ଘନିଷ୍ଠ ବନ୍ଧୁମାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି । ଗୁଲାମ ନବୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ବିଶେଷ କରି ୨୦୧୩ରେ ଦଳର ଉପାଧ୍ୟକ୍ଷ ହେବା ପରେ କଂଗ୍ରେସ ମଧ୍ୟରେ ପରାମର୍ଶର ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଛି ।

ସେହିପରି ୬ ବର୍ଷ ଧରି କଂଗ୍ରେସର ସାଥ୍ ଦେଇଥିବା ହରିୟାଣାର ହିସାର ଜିଲ୍ଲାର ଆଦମପୁର ବିଧାନସଭା ଆସନରୁ କୁଲଦୀପ ବିଷ୍ଣୋଇ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ସେ କଂଗ୍ରେସ ନେତୃତ୍ୱ ବିଶେଷ କରି ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ଅସନ୍ତୁଷ୍ଟ ଥିଲେ । ସେ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିବାର ସମୟ  ମାଗିଥିଲେ ମଧ୍ୟ ସେ ତାହା ପାଇ ନଥିଲେ । ଏହା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଅଗଷ୍ଟ ୩ରେ ଚଣ୍ଡିଗଡ଼ରେ ବିଧାୟକ ପଦରୁ ଇସ୍ତଫା ଦେଇ ସେ କହିଥିଲେ ଯେ, କଂଗ୍ରେସ ଆଉ ଏବେ ରାଜୀବ ଗାନ୍ଧୀ ଓ ଇନ୍ଦିରା ଗାନ୍ଧୀଙ୍କ ଦଳ ହୋଇ ରହି ନାହିଁ । ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ ।

ଏହି ଘଟଣାକ୍ରମ ସହିତ ଯୋଡ଼ି ଏହା ଜାଣିବାର ବିଷୟ ଯେ ଏପରି ପ୍ରଥମ ଥର ପାଇଁ କଂଗ୍ରେସ (Congress) ରେ ଘଟୁନାହିଁ । ୧୩୪ ବର୍ଷର ପୁରୁଣା ଦଳରେ ଏହା ଅନେକ ଥର ଘଟିଛି, ଯେତେବେଳେ ଅନ୍ତଃକନ୍ଦଳ କିମ୍ବା ବିଦ୍ରୋହର ପରିସ୍ଥିତି ଦେଖାଦେଇଛି, ସେତେବେଳେ ଏହାକୁ ସମ୍ଭାଳି ନିଆଯାଇଛି । ଏଥର କୁହାଯାଉଛି ଯେ କଂଗ୍ରେସ ଇତିହାସର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଛି । ନେହେରୁ-ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଚର୍ଚ୍ଚା ଜୋର ଧରିଛି । ଏଭଳି ପରିସ୍ଥିତିରେ ଆପଣଙ୍କୁ କହିବାକୁ ଯାଉଛୁ କେବେ କେବେ କଂଗ୍ରେସ ମଧ୍ୟରେ ନେତୃତ୍ୱ ସଙ୍କଟ ଦେଖାଯାଇଥିଲା ଓ ଦଳ ଏହାକୁ କିପରି ସମ୍ଭାଳି ଥିଲା ।

ଜାନୁଆରୀ ୧୯୬୬:  ଯେତେବେଳେ ଇନ୍ଦିରା ଗାନ୍ଧୀ (Indira Gandhi) ହୋଇଥିଲେ ପ୍ରଧାନମନ୍ତ୍ରୀ 

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦେହାନ୍ତ ପରେ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ପ୍ରାୟ ଦୁଇ ବର୍ଷ ମଧ୍ୟରେ ତାସକେଣ୍ଟରେ ଐତିହାସିକ ଚୁକ୍ତି ପରେ ତାଙ୍କର ମଧ୍ୟ ନିଧନ ହୋଇଥିଲା । ତା’ପରେ ଦଳର ଶୀର୍ଷ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା । ଶାସ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ମୋରାର୍ଜୀ ଦେସାଇ ଆଗରେ ଥିଲେ ।

କିନ୍ତୁ ସେତେବେଳେ ଦଳର ବରିଷ୍ଠ ନେତାମାନେ ନେହେରୁଙ୍କ ଝିଅ ଇନ୍ଦିରା ଗାନ୍ଧୀଙ୍କ ନାଁ ଆଗକୁ କରିଥିଲେ । ଆଉ ନେହେରୁ ପରିବାରକୁ ଗୁରୁତ୍ୱ ଦେବାର ପରମ୍ପରା ଆରମ୍ଭ ହୋଇଥିଲା । ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସମର୍ଥନ ସଂଗ୍ରହ କରିବାରେ କାମାରାଜ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କଂଗ୍ରେସ ଭିତରେ ଇନ୍ଦିରା ୧୮୦ ଭୋଟରେ ଦେସାଇ ଠାରୁ ଜିତିଥିଲେ । କିଛି ଦିନ ପରେ ଇନ୍ଦିରା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦ: ଗାନ୍ଧୀ ପରିବାରର ଅତି ନିକଟତର ହେବାଠାରୁ ପିଏମ ମୋଦିଙ୍କ ପ୍ରଶଂସା ପର୍ଯ୍ୟନ୍ତ, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା ବିଷୟରେ

ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୨୮ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ନଭେମ୍ବର ୧୯୬୯: ଆହୁରି ମଜଭୁତ ହେଲେ ଇନ୍ଦିରା

୧୯୬୭ର ସାଧାରଣ ନିର୍ବାଚନରେ ​​କଂଗ୍ରେସକୁ ବଡ଼ ଝଟକା ଲାଗିଥିଲା । ପରେ ଦେଶର ପ୍ରାୟ ଅଧା ରାଜ୍ୟରେ ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଥିଲା । ଏଭଳି ପରିସ୍ଥିତିରେ ପ୍ରାୟ ଚାରିମାସ ଧରି ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଅନ୍ତଃକନ୍ଦଳ ଦେଖାଦେଇଥିଲା । ତତ୍କାଳୀନ କଂଗ୍ରେସ ଦଳର ମୁଖ୍ୟ ନିଜାଲିଙ୍ଗାପ୍ପା ନଭେମ୍ବର ୧୯୬୯ରେ ଇନ୍ଦିରା ଗାନ୍ଧୀଙ୍କୁ 'ମୁକ କଣ୍ଡେଇ' ବା 'ଗୁଙ୍ଗି ଗୁଡ଼ିଆ' କହି ଦଳରୁ ବିତାଡିତ କରିଥିଲେ । ଯାହା ପରେ ଦଳର ବରିଷ୍ଠ ନେତା ଅର୍ଥାତ ସିଣ୍ଡିକେଟ୍ ଦୁଇଟି ଗୋଷ୍ଠୀରେ ବିଭାଜିତ ହୋଇଯାଇଥିଲେ, ସେଥିମଧ୍ୟରୁ ଗୋଟିଏ ଗୋଷ୍ଠୀ ଇନ୍ଦିରାଙ୍କ ସପକ୍ଷରେ ଥିଲା ।

ଏହାର କିଛି ସମୟ ପୂର୍ବରୁ ଇନ୍ଦିରା ଭିଭି ଗିରିଙ୍କୁ ରାଷ୍ଟ୍ରପତି କରିବା ପାଇଁ ଏକ ଛୋଟ ଲଢ଼େଇ ଜିତିଥିଲେ । ଯେତେବେଳେ ତାଙ୍କୁ ଦଳରୁ ବିତାଡିତ କରାଯାଇଥିଲା, ସେତେବେଳେ ତାଙ୍କୁ କଂଗ୍ରେସ ସଂସଦୀୟ ଦଳ ବୈଠକରେ ବହୁ ସମର୍ଥନ ମିଳିଥିଲା । ଫଳସ୍ୱରୂପ, ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏବଂ ଇନ୍ଦିରା କୌଣସି ପ୍ରକାରେ ବାମ ଦଳ ଏବଂ ଡିଏମକେ ସହାୟତାରେ ତାଙ୍କ ସରକାରକୁ ରକ୍ଷା କରିଥିଲେ । ଇନ୍ଦିରା ନେତୃତ୍ୱାଧୀନ କଂଗ୍ରେସ ୧୯୭୧ର ସାଧାରଣ ନିର୍ବାଚନରେ ​​ଜିତି ବଡ଼ ସଫଳତା ହାସଲ କରିଥିଲା ।

ମେ ୧୯୮୭: ଭିପି ସିଂଙ୍କ ବିଦ୍ରୋହ 

କଂଗ୍ରେସ ଦଳ ମଧ୍ୟରେ ଆଉ ଏକ ବଡ଼ ଅନ୍ତଃକନ୍ଦଳ ଦେଖାଦେଇଥିଲା । ବୋଫର୍ସ କାଣ୍ଡରେ ଦୁର୍ନୀତିର ଅଭିଯୋଗରେ ମେ ୧୯୮୭ରେ ରାଜୀବ ଗାନ୍ଧୀ ସରକାରରୁ ତତ୍କାଳୀନ ଅର୍ଥମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ବା ଭିପି ସିଂଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ପରେ ଦଳରୁ ବାଦ ପଡିବା ପରେ ଭିପି ସିଂ ଜନତା ଦଳ ଗଠନ କରି ରାଜୀବ ଗାନ୍ଧୀ ସରକାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ ।

ଅନ୍ୟପଟେ ଶାହା ବାନୋ ମାମଲାରେ ଇସ୍ତଫା ଦେଇଥିବା ପୂର୍ବତନ କଂଗ୍ରେସ ମନ୍ତ୍ରୀ ଆରିଫ ମହମ୍ମଦ ଖାନଙ୍କ ସମେତ ଓଡିଶାର ବିଜୁ ପଟ୍ଟନାୟକ, କର୍ଣ୍ଣାଟକର ରାମକୃଷ୍ଣ ହେଗଡେଙ୍କ ଭଳି ରାଜ୍ୟର ବଡ଼ ନେତା ମଧ୍ୟ ସିଂଙ୍କ ଦଳରେ ଯୋଗ ଦେଇଥିଲେ । ୧୯୮୯ ନିର୍ବାଚନରେ ​​ରାଜୀବ ଗାନ୍ଧୀଙ୍କ କଂଗ୍ରେସ ପରାସ୍ତ ହେବା ସହ ବିଜେପିର ସମର୍ଥନରେ ନ୍ୟାସନାଲ ଫ୍ରଣ୍ଟ ସରକାର ଗଠନ କରିଥିଲା । ​​ଆଉ ଭିପି ସିଂ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ମାର୍ଚ୍ଚ ୧୯୮୮: କେସରୀଙ୍କ ବିଦାୟ, ସୋନିଆ ଗାନ୍ଧୀଙ୍କ ଏଣ୍ଟ୍ରି

ରାଜୀବ ଗାନ୍ଧୀଙ୍କ ହତ୍ୟା ପରଠାରୁ ସୋନିଆ ଗାନ୍ଧୀ (Sonia Gandhi) ରାଜନୀତିରେ ପ୍ରବେଶ କରିବାର ଚାପ ମଧ୍ୟ ଦେଇ ଗତି କରୁଥିଲେ । କିନ୍ତୁ ୧୯୯୮ ସାଧାରଣ ନିର୍ବାଚନ ପୂର୍ବରୁ ୧୯୯୭ର ଶେଷରେ ସୋନିଆ ଘୋଷଣା କରିଥିଲେ ଯେ ସେ କଂଗ୍ରେସ ପାଇଁ ପ୍ରଚାର କରିବେ । ଏହା ପରେ କଂଗ୍ରେସ ଅଧ୍ୟକ୍ଷ ସୀତାରାମ କେସରୀ ସୋନିଆଙ୍କୁ ଦଳକୁ ସ୍ୱାଗତ କରି ତାଙ୍କୁ କଂଗ୍ରେସ ପାଇଁ ଜଣେ "ତ୍ରାଣକର୍ତ୍ତା" ବୋଲି କହିଥିଲେ । କିନ୍ତୁ ଯେତେବେଳେ ସୋନିଆଙ୍କୁ କଂଗ୍ରେସ ଅଧ୍ୟକ୍ଷା କରାଯିବାର ଦାବି ଉଠିଲା, ସେତେବେଳେ କେସରୀ ଏଥିରେ ଦ୍ୱିଧା ପ୍ରକାଶ କରିଥିଲେ ।

୧୪ ମାର୍ଚ୍ଚ ୧୯୯୮ରେ କଂଗ୍ରେସ ଦଳର ୱାର୍କିଂ କମିଟି ଏକ ରିଜୁଲ୍ୟୁଶନ ପାରିତ କରି ଦଳର ଅଧ୍ୟକ୍ଷ ଭାବରେ କେସରୀଙ୍କୁ ବିଦାୟ ଦେଇଥିଲା । କୁହାଯାଏ ଯେ ଏହି ଦିନ ସୋନିଆଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ ହେଉ, ତେଣୁ କେସରୀଙ୍କୁ କଂଗ୍ରେସ ମୁଖ୍ୟାଳୟ, ୨୪ ଆକବର ରୋଡରେ ବନ୍ଦ କରି ଦିଆଯାଇଥିଲା । ଅନ୍ୟପକ୍ଷେ ପ୍ରଣବ ମୁଖାର୍ଜୀ ଦଳର ନିଷ୍ପତ୍ତି ପଢ଼ିଥିଲେ । ସେବା ପାଇଁ କେସରୀଙ୍କୁ ଧନ୍ୟବାଦ ଜଣାଇବା ସହ ସୋନିଆଙ୍କୁ ଦଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା ।