Congress President Post: ଆଗକୁ ବଢିଲେ ମଲ୍ଲିକାର୍ଜୁନ ଖାର୍ଗେ, ହଟିଲେ ଦିଗବିଜୟ ସିଂହ
Advertisement

Congress President Post: ଆଗକୁ ବଢିଲେ ମଲ୍ଲିକାର୍ଜୁନ ଖାର୍ଗେ, ହଟିଲେ ଦିଗବିଜୟ ସିଂହ

Congress President Election Candidate:  କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ।  ଦିଗବିଜୟ ସିଂହ ଏବଂ ଅଶୋକ ଗେହଲୋତ ତାଙ୍କର ପ୍ରସ୍ତାବକ ହୋଇଛନ୍ତି। 

Congress President Post: ଆଗକୁ ବଢିଲେ ମଲ୍ଲିକାର୍ଜୁନ ଖାର୍ଗେ, ହଟିଲେ ଦିଗବିଜୟ ସିଂହ

Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରବେଶ କରିଛନ୍ତି ଗାନ୍ଧୀ ପରିବାରର ବିଶ୍ୱସ୍ତ ଭାବେ ଜଣାଶୁଣା ମଲ୍ଲିକାର୍ଜୁନ ଖାର୍ଗେ। ଦଳର ଅଧ୍ୟକ୍ଷ ନିର୍ବାଚନ ଲାଗି ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର ସେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମୁକାବିଲାରୁ ନିଜକୁ ଦୂରେଇ ରଖିଛନ୍ତି ଦିଗବିଜୟ ସିଂହ। ଉଭୟ ଦିଗବିଜୟ ସିଂହ ଏବଂ ଅଶୋକ ଗେହଲୋତ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପ୍ରସ୍ତାବକ ହୋଇଛନ୍ତି। ଏହି ନିର୍ବାଚନରେ ପ୍ରାର୍ଥୀ ଭବେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଖାର୍ଗେ ହେଉଛନ୍ତି ଗାନ୍ଧୀ ପରିବାରର ପସନ୍ଦ। 

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦିଗବିଜୟ ସିଂହ (Digvijay Singh) କହିଛନ୍ତି ଯେ ମୁଁ  ମଲ୍ଲିକାର୍ଜୁନ ଖାର୍ଗେଙ୍କ (Mallikarjun Kharge) ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ। ମୁଁ ସାରା ଜୀବନ କଂଗ୍ରେସ ପାଇଁ କାମ କରିଛି ଏବଂ ଆଗକୁ ଏହା ଜାରି ରଖିବି। ମୁଁ ତିନୋଟି ଜିନିଷ ଉପରେ କଦାପି ଆପୋଷ ବୁଝାମଣା କରି ନାହିଁ। ତାହା ହେଉଛି ଦଳିତ, ଆଦିବାସୀ ଏବଂ ଗରିବଙ୍କ ପାଇଁ ଠିଆ ହେବା। ଯେଉଁମାନେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗାଡ଼ିବାକୁ ଚେଷ୍ଚା କରୁଛନ୍ତି ସେମାନଙ୍କ ବିରୋଧରେ ମୁଁ ସ୍ୱର ଉଠାଇବା ଏବଂ ଗାନ୍ଧୀ-ପରିବାର ପ୍ରତି ସମର୍ପଣ। 

Also Read: Congress President Election: ଦୌଡରୁ ହଟିଲେ ଅଶୋକ ଗେହୋଲତ, କାହା କାହା ମଧ୍ୟରେ ହେବ ମୁକାବିଲା?

ମଲ୍ଲିକାର୍ଜୁନ ଖାର୍ଗେ ହେଉଛନ୍ତି ମୋର ସିନିୟର। ଗତକାଲି ମୁଁ ତାଙ୍କ ବାସଭବନକୁ ଯାଇ କହିଥିଲି ଯେ ଯଦି ସେ କଂଗ୍ରେସ ସଭାପତି ପଦ (Congress President Post) ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି, ତାହେଲେ ମୁଁ କରିବି ନାହିଁ। ଏହା ପରେ ସେ ମୋତେ କହିଥିଲେ ଯେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରୁନାହାଁନ୍ତି। ଏହା ପରେ ମୁଁ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଲି ଯେ ମଲ୍ଲିକାର୍ଜୁନ ଖାର୍ଗେ ଏହି ପଦ ପାଇଁ ପ୍ରାର୍ଥୀ ହେଉଛନ୍ତି। ମୁଁ ତାଙ୍କୁ କହିଲି ଯେ ମୁଁ ତାଙ୍କ ସହିତ ଛିଡା ହୋଇଛି ଏବଂ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ। ମୁଁ ତାଙ୍କର ପ୍ରସ୍ତାବକ ହେବି। 

 ନିର୍ମଳ ଭାବମୂର୍ତ୍ତି ରହିଥିବା ମଲ୍ଲିକାର୍ଜୁନ ଖାର୍ଗ କଂଗ୍ରେସର ଜଣେ ଶକ୍ତିଶାଳୀ ନେତା। ସେ ଗାନ୍ଧୀ ପରିବାରର (Gandhi Family) ଅତି ଘନିଷ୍ଠ ଭାବେ ଜଣାଶୁଣା। ଦଳିତ ସମ୍ପ୍ରଦାୟରୁ ଆସିଥିବା ଖାର୍ଗେଙ୍କ ବିରୋଧୀ ଦଳର ନେତାଙ୍କ ସହ ଭଲ ସମ୍ପର୍କ ରହିଛି। କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ସେ ପର୍ଯ୍ୟବେକ୍ଷକ ଭାବରେ ରାଜସ୍ଥାନ ଯାଇଥିଲେ। ହେଲେ ବର୍ତ୍ତମାନ ଏକ ପ୍ରଶ୍ନ ମଧ୍ୟ ଉଠୁଛି। ତାହା ହେଉଛି ଯେ ଯଦି ଖାର୍ଗେ କଂଗ୍ରେସ ସଭାପତି ହୁଅନ୍ତି, ତାହେଲେ ତାଙ୍କୁ ରାଜ୍ୟସଭା ବିରୋଧି ଦଳ ନେତା (Rajya Sabha  Opposition Leader) ପଦ ଛାଡ଼ିବାକୁ ପଡ଼଼ିପାରେ। କାରଣ କଂଗ୍ରେସ ଦଳରେ ଜଣେ ନେତା ଗୋଟିଏ ପଦବୀ ନୀତି କାର୍ଯ୍ୟକାରୀ ହୋଇଛି। ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ଦଳର ବରିଷ୍ଠ ନେତା ଅଶୋକ ଗେହଲୋତଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ କୁହାଯାଇଥିଲା।

Also Read: Former MP CM: କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଜଣେ ଆଗେଇଲେ, ଆଉ ଜଣେ ହଟିଗଲେ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot) କହିଛନ୍ତି ଯେ, ଆମ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖାର୍ଗେଙ୍କ ସମ୍ପର୍କରେ ଏକ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କର ପ୍ରସ୍ତାବକ ହେବି। ସେ ଏହା ମଧ୍ୟ କହିଛନ୍ତି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବା ସମେତ ସମସ୍ତ ପ୍ରସଙ୍ଗରେ ସେ ଦଳୀୟ ନିର୍ଦ୍ଦେଶ ପାଳନ କରିବେ।