Chhattisgarh Politics: ଟି.ଏସ ସିଂହଦେଓଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
Advertisement
Article Detail0/zeeodisha/odisha1266640

Chhattisgarh Politics: ଟି.ଏସ ସିଂହଦେଓଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର


Chhattisgarh Politics: ଶନିବାର ଟି.ଏସ ସିଂହଦେଓଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ସରଗରମ ହୋଇଉଠିଥିଲା ଛତିଶଗଡ଼ ରାଜନୀତି।

Chhattisgarh Politics: ଟି.ଏସ ସିଂହଦେଓଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

Chhattisgarh Politics: ଛତିଶଗଡ କଂଗ୍ରେସରେ ଚାଲିଥିବା ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ଗତ ଶନିବାର ଛତିଶଗଡରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟମ ବିଭାଗ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦଳର ବରିଷ୍ଠ ନେତା ତଥା ଅମ୍ବିକାପୁର ବିଧାୟକ ଟି.ଏସ ସିଂହଦେଓ। ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶନିବାର ରାଜଧାନୀ ରାୟପୁରସ୍ଥିତ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ ଆୟୋଜିତ ହୋଇଥିବା ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ ସେ। 

ଶନିବାର ଟି.ଏସ ସିଂହଦେଓଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ସରଗରମ ହୋଇଉଠିଥିଲା ଛତିଶଗଡ଼ ରାଜନୀତି। ସରକାର ଗଠନ ହେବା ପର ଠାରୁ ଛତିଶଗଡ଼ କଂଗ୍ରେସର ୨ ପୁରୁଖା ନେତା ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ଟି.ଏସ ସିଂଦେଓଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଦଳ ଦେଇଥିବା ପ୍ରତିଶୃତିକୁ ମନେ ପକାଇ ସିଂହଦେଓ ଅଢେଇ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଅତୀତରେ ଦଳରେ ଅନେକ ଥର ବିବାଦ ସୃଷ୍ଟି ହୋଇଛି। ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ବର୍ତ୍ତମାନ ଟି.ଏସ ସିଂହଦେଓଙ୍କ ପାଖରେ ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଡାକ୍ତରୀ ଶିକ୍ଷା, ୨୦ ସୂତ୍ରୀୟ କାର୍ଯ୍ୟନ୍ୱୟନ, ବାଣିଜ୍ୟ କର ଭଳି ବିଭାଗ ରହିଛି। ସିଂହଦେଓ ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଚିଠି ଲେଖି ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ର ମନ୍ତ୍ରୀ ଦର୍ଶାଇଛନ୍ତି ଯେ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନେକ ନିଷ୍ପତ୍ତି ତାଙ୍କର ବିନା ପରାମର୍ଶରେ ନିଆଯାଉଛି। କେବଳ ସେତିକି ନୁହେଁ ଯାହାକୁ ନେଇ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ସିଂହଦେଓ ଅନୁଭବ କରୁଛନ୍ତି ଯେ ତାଙ୍କୁ ଦଳରେ ଅବହେଳା କରାଯାଉଛି। ନିକଟରେ ମହାରାଷ୍ଟ୍ରରେ କଂଗ୍ରେସ ହାତରୁ କ୍ଷମତା ଚାଲିଯାଇଛି। ଏହି ସମୟର ଉତ୍ତମ ବ୍ୟବହାର କରାଯିବାର ରହିଛି। କେବଳ ଏତିକି ନୁହେଁ ଆଗାମୀ ଦିନରେ ବିଧାନସଭାର ଏକ ଅଧିବେଶନ ଅଛି ଯେଉଁଥିରେ ସିଂହଦେଓ ବିଭାଗ ଛାଡନ୍ତି ତାହେଲେ ଏହାକୁ ନେଇ ହଙ୍ଗାମା ହେବ। ଏହି କାରଣରୁ ସେ ବିଭାଗ ଛାଡି ନାହାଁନ୍ତି କି  ମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି।

ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଏହି ଘଟଣାକ୍ରମ ଉପରେ ପ୍ରତିକ୍ରିୟା ରଖି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ (Chhattisgarh CM Bhupesh Baghel) କହିଥିଲେ ମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ (TS Singh Deo) ଇସ୍ତଫା ବାବଦରେ ତାଙ୍କୁ ଗଣମାଧ୍ୟମରୁ ଖବର ମିଳିଛି। ମୋତେ ମନ୍ତ୍ରୀଙ୍କ ଇସ୍ତଫା ମିଳିବା ପରେ ମୁଁ ଏହି ମାମଲାରେ କୌଣସି ବିଚାର କରିବି। ମୁଁ ତାଙ୍କ ସହ କଥା ହୋଇ ନାହିଁ। ମୁଁ ଫୋନ ଯୋଗେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି ହେଲେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା।

Also Read: Rift in Chhattisgarh Congress Govt: ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ-ମନ୍ତ୍ରୀ ବିବାଦ

Also Read: ଗାଦି ହରାଇବେକି Chhattisgarh CM? ଦଳୀୟ ସଙ୍ଗଠନରେ କରାଗଲା ପରିବର୍ତ୍ତନ