BSP Supremo Mayawati: ବଦଳି ମାମଲାରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ମାୟାବତୀ
Advertisement
Article Detail0/zeeodisha/odisha1273585

BSP Supremo Mayawati: ବଦଳି ମାମଲାରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ମାୟାବତୀ

Mayawati targets UP Govt: ବିଏସପି ସୁପ୍ରିମୋ ମାୟାବତୀ ଅଭିଯୋଗ କରିଛନ୍ତି ବଦଳି-ନିଯୁକ୍ତି ଏକ ବ୍ୟବସାୟରେ ପରିଣତ ହୋଇଛି। 

BSP Supremo Mayawati: ବଦଳି ମାମଲାରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ମାୟାବତୀ

Mayawati targets UP Govt: ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାରଙ୍କ କାର୍ଯ୍ୟକଳାପ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ନିକଟରେ ଉତ୍ତର ପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ଲୋକ ନିର୍ମାଣ ବିଭାଗରେ ହୋଇଥିବା ବଦଳିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମାମଲାରେ ବିଏସପି ସୁପ୍ରିମୋ ମାୟାବତୀ ଏକ ଗୁରୁତର ଅଭିଯୋଗ କରି କହିଛନ୍ତି ବଦଳି-ନିଯୁକ୍ତି କ୍ଷେତ୍ରରେ ଯୋଗୀ ସରକାର କିଛି ବଡ ମାଛଙ୍କୁ ବଞ୍ଚାଇବାକୁ ଯେଉଁ ଚେଷ୍ଟା କରା ଯାଉଥିଲା ତାହା ଏବେ ଜାରି ରହିଛି। ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ ଆଦି ରାଜ୍ୟର ଦଳୀୟ ପଦାଧିକାରୀଙ୍କ ସହ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇ ମାୟାବତୀ କହିଛନ୍ତି ଯେ ପ୍ରତ୍ୟେକ ସ୍ତରରେ ଭ୍ରଷ୍ଟାଚାରର ଶିକାର ହେଉଥିବା ଉତ୍ତର ପ୍ରଦେଶ ଲୋକ ବର୍ତ୍ତମାମ ଏହା ମଧ୍ୟ ଦେଖିଛନ୍ତି ବଦଳି-ନିଯୁକ୍ତି କ୍ଷେତ୍ରରେ ସରକାର କିଭଳି ପ୍ରକାର ଦୁର୍ନୀତି କରିଛନ୍ତି।

ବିଏସପି ସୁପ୍ରିମୋ ମାୟାବତୀ (BSP Supremo Mayawati) ଅଭିଯୋଗ କରିଛନ୍ତି ବଦଳି-ନିଯୁକ୍ତି ଏକ ବ୍ୟବସାୟରେ ପରିଣତ ହୋଇଛି। ଶେଷରେ ଉତ୍ତର ପ୍ରଦେଶ ସରକାର (Uttar Pradesh Govt) ବାଧ୍ୟ ହୋଇ ନିଜେ ଏହାକୁ ପ୍ରକାଶ କରିଛନ୍ତି। ଯଦିଓ ଏହି ଖେଳରେ ବଡ ମାଛକୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି। ବର୍ତ୍ତମାନ ଏହାକୁ ନେଇ ଏକ ବିବାଦ ଦେଖାଦେଇଛି। ଉତ୍ତର ପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ (Uttar Pradesh Health Deaprtment) ଏବଂ ଲୋକ ନିର୍ମାଣ ବିଭାଗରେ (Uttar Pradesh Public Works Deaprtment) ହୋଇଥିବା ବଦଳିକୁ ନେଇ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଲୋକ ନିର୍ମାଣ ବିଭାଗର ବହୁ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଦେଶର ୫ ରାଜ୍ୟରେ ଦଳୀୟ ସଙ୍ଗଠନ ବାବଦରେ ସମୀକ୍ଷା କରିବା ବେଳେ ବିଏସପି ସୁପ୍ରିମୋ ମାୟାବତୀ ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ବର୍ଷିଥିଲେ। ଏନେଇ ସେ କହିଥିଲେ ରାଜନୀତିରେ ଉପରକୁ ଉଠି ଦେଶର ୧୩୦ କୋଟି ଲୋକଙ୍କ ଆଗରେ ବଞ୍ଚିବା-ମରିବା ଭଳି ପରିସ୍ଥିତି ରହିଛି। ଦରଦାମ ବୃଦ୍ଧି, ଦାରିଦ୍ର ଏବଂ ବେକାରୀ ବର୍ତ୍ତମାନ ସବୁଠାରୁ ବଡ ସମସ୍ୟା। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଖାଦ୍ୟ ଏବଂ ଆତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି। 

ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Chief Minister of Uttar Pradesh) ମାୟାବତୀଙ୍କ (Mayawati) କହିବା ଅନୁସାରେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର (BJP Govt of UP) ବହୁ ପୂର୍ବରୁ ସଂଘର୍ଷ ଏବଂ ଜାତିଭିତ୍ତିକ ଆଭ୍ୟନ୍ତରୀଣ ଅଶାନ୍ତିର ଶିକାର ହୋଇଆସୁଛି। ଯେଉଁଥିପାଇଁ ରାଜ୍ୟର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି କାରଣରୁ ରାଜ୍ୟର ସାଧାରଣ ଲୋକ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ। କ୍ରମାଗତ ସାମ୍ପ୍ରଦାୟିକ ତଥା ଧାର୍ମିକ ବିବାଦ ମାଧ୍ୟମରେ ସରକାରୀ ବିଜ୍ଞାପନ ଏବଂ ମିଥ୍ୟା ପ୍ରଚାର ମାଧ୍ୟମରେ ଏହାକୁ ଘୋଡାଇବାକୁ ଚେଷ୍ଟା କରାଯାଉଛି।

Also Read: UP Politics: ନିଜ ସମ୍ପର୍କୀୟଙ୍କ ଉପରେ କାହିଁକି ନାରାଜ ହୋଇଉଠିଲେ ବିଏସପି ସୁପ୍ରିମୋ ମାୟାବତୀ?