UP Madarsa Survey: ବିଜେପି ସରକାର ବିରୋଧରେ ବର୍ଷିଲେ ବିଏସପି ସୁପ୍ରିମୋ ମାୟାବତୀ
Advertisement
Article Detail0/zeeodisha/odisha1347087

UP Madarsa Survey: ବିଜେପି ସରକାର ବିରୋଧରେ ବର୍ଷିଲେ ବିଏସପି ସୁପ୍ରିମୋ ମାୟାବତୀ

BSP Supremo Mayawati: କଂଗ୍ରେସ ସରକାର ଅମଳରୁ ମୁସଲମାନ ସମାଜର ଶୋଷଣ, ଅବହେଳା ଏବଂ ଦଙ୍ଗାର ଶିକାର ହୋଇଥିବା ଅଭିଯୋଗ ହୋଇଆସୁଛି। ତଥାପି ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ତୁଷ୍ଟୀକରଣ ନାମରେ ମୁସଲମାନଙ୍କ ଦମନ ଏବଂ ସେମାନଙ୍କୁ ଆତଙ୍କିତ କରିବା ଭଳି କାର୍ଯ୍ୟ ଅନବରତ ଜାରି ରହିଛି। 

UP Madarsa Survey: ବିଜେପି ସରକାର ବିରୋଧରେ ବର୍ଷିଲେ ବିଏସପି ସୁପ୍ରିମୋ ମାୟାବତୀ

Mayawati targets Yogi Govt: ରାଜ୍ୟରେ ରହିଥିବା ଅଣ ମାନ୍ୟତା ପ୍ରାପ୍ତ ମଦ୍ରାସା ଉପରେ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ବିଜେପି ସରକାର। ମାତ୍ର ମଦ୍ରାସା ସର୍ଭେ କରିବା ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ଟ୍ୱିଟ୍‌ କରି ସେ କହିଛନ୍ତି ଯେ ରାଜ୍ୟରେ ଅବସ୍ଥିତ ମଦ୍ରାସା ଉପରେ ବିଜେପି ସରକାରଙ୍କ ତେରଛା ନଜର ରହିଛି। ବିଜେପି ସରକାର ତୁଷ୍ଟିକରଣ କରୁଥିବାର ଅଭିଯୋଗ କରିଛନ୍ତି ମାୟାବତୀ।

ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former Uttar Pradesh Chief Minister) ତଥା ବିଏସପି ସୁପ୍ରିମୋ ମାୟାବତୀ (BSP Supremo Mayawati) ଟ୍ୱିଟ୍‌ କରି ସେ କହିଛନ୍ତି ଯେ, କଂଗ୍ରେସ ସରକାର ଅମଳରୁ ମୁସଲମାନ (Mislim) ସମାଜର ଶୋଷଣ, ଅବହେଳା ଏବଂ ଦଙ୍ଗାର ଶିକାର ହୋଇଥିବା ଅଭିଯୋଗ ହୋଇଆସୁଛି। ତଥାପି ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର (Uttar Pradesh BJP Govt) ତୁଷ୍ଟୀକରଣ ନାମରେ ମୁସଲମାନଙ୍କ ଦମନ ଏବଂ ସେମାନଙ୍କୁ ଆତଙ୍କିତ କରିବା ଭଳି କାର୍ଯ୍ୟ ଅନବରତ ଜାରି ରହିଛି। ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ।

ଅନ୍ୟ ଏକ ଟ୍ୱିଟ ଜରିଆରେ ମାୟାବତୀ କହିଛନ୍ତି ଯେ, ଘଟଣାକ୍ରମରେ ଏବେ ବିଜେପି ସରକାର ରାଜ୍ୟରେ ଅବସ୍ଥିତ ରହିଥିବା ମଦ୍ରାସା ଉପରେ ନଜର ରଖିଛନ୍ତି। ମାଦ୍ରାସା ସର୍ଭେ ନାମରେ ସମ୍ପ୍ରଦାୟର ଦାନ ଉପରେ ଚାଲୁଥିବା ବେସରକାରୀ ମଦ୍ରାସା ଉପରେ ହସ୍ତକ୍ଷେପ କରିବାତୁ କୌଣସି ପ୍ରୟାସ କରିବା ଅନୁଚିତ। ଉତ୍ତର ପ୍ରଦେଶ ସରକାରଙ୍କୁ ରାଜ୍ୟର ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟ ଏବଂ ମଦ୍ରାସାର ଖରାପ ସ୍ଥିତି ଉପରେ ଧ୍ୟାନ କେନ୍ଦ୍ରୀତ କରିବାର ଆବଶ୍ୟକତା ରହିଛି।

Also Read: Uttar Pradesh Politics: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ବିରୋଧରେ ବର୍ଷିଲେ ବିଏସପି ସୁପ୍ରିମୋ ମାୟାବତୀ

ପୂର୍ବରୁ ଗୁରୁବାର ବିଏସପି ସୁପ୍ରିମୋ ମାୟାବତୀ ଟ୍ୱିଟ କରି ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ। ଚଳିତ ବର୍ଷ ଅତି କମ ବର୍ଷା ହୋଇଥିବାରୁ ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏସପି ମୁଖ୍ୟ ଚାଷୀଙ୍କ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଅତୀତରେ ମାୟାବତୀ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚାଷୀଙ୍କୁ ସହାୟତା ଘୋଷଣାକୁ ଓଟ ମୁହିଁରେ ଜିରା ଦେବା ଭଳି ବର୍ଣ୍ଣନା କରିଥିଲେ। 

ନିକଟରେ ରାଜ୍ୟରେ ରହିଥିବା ଅଣ ମାନ୍ୟତା ପ୍ରାପ୍ତ ମଦ୍ରାସା ଉପରେ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ( Uttar Pradesh Chief Minister Yogi Aditynath)। ମାଦ୍ରାସାର ମୌଳିକ ସ୍ଥିତି ବାବଦରେ ଯାଞ୍ଚ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ଏହା ବ୍ୟତୀତ ଅନୁଦାନ ପ୍ରାପ୍ତ ମଦ୍ରାସାର ସହାୟକ ଶିକ୍ଷକ ଏବଂ ମହିଳାଙ୍କୁ ମଧ୍ୟ ଅନେକ ସୁବିଧା ମିଳିବ। ସର୍ଭେ ସମୟରେ ମଦ୍ରାସା ନାମ, ଏହାକୁ ପରିଚାଳନା କରୁଥିବା ସଂସ୍ଥାର ନାମ, ମଦ୍ରାସା ନିଜସ୍ୱ ଗୃହ ନା ଭଡ଼ାଘରେ ଚାଲୁଛି,  ଏଠାରେ ପଢୁଥିବା ଛାତ୍ରଙ୍କ ସଂଖ୍ୟା ପାନୀୟ ଜଳ ବ୍ୟବସ୍ଥା, ଆସବାବପତ୍ର, ବିଦ୍ୟୁତ୍ ଯୋଗାଣ, ଶୌଚାଳୟ ବ୍ୟବସ୍ଥା, ଶିକ୍ଷକ ସଂଖ୍ୟା, ମଦ୍ରାସାରେ କାର୍ଯ୍ୟକାରୀ ହେଉଥିବା ପାଠ୍ୟକ୍ରମ, ମଦ୍ରାସାର ଆୟ ଉତ୍ସ ଏବଂ ମଦ୍ରାସା ସହ ଅଣସରକାରୀ ସଙ୍ଗଠନ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବ। ବର୍ତ୍ତମାନ ଉତ୍ତର ପ୍ରଦେଶରେ ସମୁଦାୟ ୧୬ ହଜାର ୪୬୧ ମଦ୍ରାସା ରହିଛି। ତାହା ମଧ୍ୟରୁ ୫୬୦ ସରକାରୀ ଅନୁଦାନ ପ୍ରଦାନ କରାଯାଇଛି। ରାଜ୍ୟରେ ବିଗତ ୬ ବର୍ଷ ଧରି ଅନୁଦାନ ତାଲିକାରେ ନୂତନ ମଦ୍ରାସା ଅନ୍ତର୍ଭୂକ୍ତ କରାଯାଇ ନାହିଁ।