Presidential Election 2022: କ୍ରସ ଭୋଟିଂ କରିଥିବା ନେତାଙ୍କୁ ଧନ୍ୟବାଦ ଜଣାଇଲା ବିଜେପି
Advertisement
Article Detail0/zeeodisha/odisha1273994

Presidential Election 2022: କ୍ରସ ଭୋଟିଂ କରିଥିବା ନେତାଙ୍କୁ ଧନ୍ୟବାଦ ଜଣାଇଲା ବିଜେପି

Cross Voting in Presidential Election 2022: ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧି ଦଳକୁ ଲାଗିଥିଲା ଜୋରଦାର ଝଟକା। ବିରୋଧି ପକ୍ଷର ୧୭ ସାଂସଦ ଏବଂ ୧୧୩ ବିଧାୟକ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ କ୍ରସ ଭୋଟିଂ କରିଥିଥିଲେ।

Presidential Election 2022: କ୍ରସ ଭୋଟିଂ କରିଥିବା ନେତାଙ୍କୁ ଧନ୍ୟବାଦ ଜଣାଇଲା ବିଜେପି

Cross Voting in Presidential Election 2022: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ କ୍ରସ ଭୋଟିଂ କରିଥିବା ୮ ଜଣ ଆରଜେଡି ବିଧାୟକଙ୍କୁ ଧନ୍ୟବାଦ ଜଣାଇଛି ବିହାର ବିଜେପି। ଏନେଇ ଟ୍ୱିଟ କରି ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜାୟସୱାଲ କହିଛନ୍ତି ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଆହ୍ୱାନ ସତ୍ତ୍ୱେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ମତଦାନ କରିଥିବା ସମସ୍ତ ୮ ଜଣ ଆରଜେଡି ବିଧାୟକଙ୍କୁ ଅନେକ ଅନେକ ଧନ୍ୟବାଦ।  

ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିହାର ରାଜନୀତିରେ ମୁହାଁମୁହିଁ ହୋଇଥିଲେ ଶାସକ ବିଜେପି (BJP) ଏବଂ ବିରୋଧି ଆରଜେଡି (RJD)। ବିହାର ବିରୋଧି ଦଳ ନେତା ତଥା ଆରଜେଡି ବିଧାୟକ ତେଜସ୍ୱୀ ଯାଦବ (RJD MLA Tejashwi Yadav) ଏନଡିଏ ପ୍ରାର୍ଥୀଙ୍କୁ ଏକ 'ପ୍ରତିମା' ବୋଲି ବର୍ଣ୍ଣନା କରିଥିଲେ। ଏହି ବୟାନକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ତେଜସ୍ୱୀ ଯାଦବ। 

ଜୁଲାଇ ୧୮ ତାରିଖ ସୋମବାର ରାଷ୍ଟ୍ରପତି ନିର୍ବାଚନ ଲାଗି ଅନୁଷ୍ଠିତ ହୋଇଥିଲା ମତଦାନ। ଏହି ନିର୍ବାଚନରେ ଓଡିଶା ଏବଂ ଗୁଜୁରାଟ ଆଦି ରାଜ୍ୟ ଦ୍ୱୟରେ କ୍ରଂସି ଭୋଟିଂ ହୋଇଥିବାର ଖବର ମିଳିଛି। ଏହି ରାଜ୍ୟରେ କଂଗ୍ରେସ-ଏନସିପି ବିଧାୟକ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ଦେଇଛନ୍ତି। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

ଗୁଜୁରାଟର (Gujarat) କୁଟିୟାନା ବିଧାନସଭା ଆସନର (Kutiyana Assembly Constituency) ଏନସିପି ବିଧାୟକ କାନ୍ଦାଲ.ଏସ ଜାଡେଜା (NCP MLA Kandhal S Jadeja) କହିଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଥିଲେ ଏନସିପି ସୁପ୍ରିମୋ ଶରଦ ପାୱାର। ମାତ୍ର ତାଙ୍କ ଦଳର ବିଧାୟକ ଏନଡିଏ ପ୍ରାର୍ଥrଙ୍କୁ ଭୋଟ୍ ଦେଇଛନ୍ତି।  

ସେହିପରି ଓଡିଶାର (Odisha) କଟକ ବାରବାଟି ବିଧାନସଭା ଆସନର (Barabati Cuttack Assembly Constituency) କଂଗ୍ରେସ ବିଧାୟକ ମହମ୍ମଦ ମୋକ୍କିମ (Congress MLA Mohammed Moquim) ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ମତଦାନ କରିଛନ୍ତି। ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମହମ୍ମଦ ମୋକିମ କହିଛନ୍ତି ଯେ ମୁଁ ଜଣେ କଂଗ୍ରେସ ବିଧାୟକ ହେଲେ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛି। ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। କାରଣ ମୁଁ ମୋର ହୃଦୟ କଥା ଶୁଣିଛି। ଯିଏ ମୋତେ ମୋ ରାଜ୍ୟ ପାଇଁ କିଛି କରିବାକୁ ପ୍ରେରଣା ଦେଲା। ସେଥିପାଇଁ ମୁଁ ତାଙ୍କୁ ଭୋଟ୍ ଦେଲି। ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧି ଦଳକୁ ଲାଗିଥିଲା ଜୋରଦାର ଝଟକା। ବିରୋଧି ପକ୍ଷର ୧୭ ସାଂସଦ ଏବଂ ୧୧୩ ବିଧାୟକ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ କ୍ରସ ଭୋଟିଂ କରିଥିଥିଲେ।

କେଉଁ ରାଜ୍ୟରେ ହୋଉଥିଲା କେତେ ବିଧାୟକ କରିଥିଲେ କ୍ରସ ଭୋଟିଂ

ବିହାର: ୬

ଅରୁଣାଚଳ ପ୍ରଦେଶ: ୧

ଆସାମ: ୨୨

ଛତିଶଗଡ: ୬ 

ଗୋଆ: ୪ 

ଗୁଜୁରାଟ: ୧୦

ହରିୟାଣା: ୧

ହିମାଚଳ ପ୍ରଦେଶ: ୨

ଝାଡ଼ଖଣ୍ଡ: ୧୦ 

ମଧ୍ୟପ୍ରଦେଶ: ୧୮ 

ମହାରାଷ୍ଟ୍ର: ୧୬ 

ମେଘାଳୟ: ୭ 

Also Read: President Election 2022: ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଲେ କଂଗ୍ରେସ-ଏମସିପି ବିଧାୟକ