Benefits of Garlic in Winter: ଶୀତ ଋତୁରେ ଶରୀରକୁ ଗରମ ରଖିବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ଉପାୟ ଅବଲମ୍ୱନ କରିଥାନ୍ତି । କିଛି ଲୋକ ରସୁଣ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଅତ୍ୟଧିକ ରସୁଣ ବ୍ୟବହାର କିଛି କ୍ଷତି ମଧ୍ୟ କରିଥାଏ । ରସୁଣକୁ ସଠିକ୍ ଭାବରେ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ଏବଂ ୟୁରିକ୍ ଏସିଡ୍ ନିୟନ୍ତ୍ରଣ ହୋଇପାରିବ ।
ରସୁଣ ଏକ ପ୍ରାକୃତିକ ଔଷଧ ଯେଉଁଥିରେ ଅନେତ ଔଷଧୀୟ ଗୁଣ ରହିଛି । ଯଦି ଆପଣ ପ୍ରତିଦିନ ଶୀତଦିନେ ରସୁଣ ଖାଉଛନ୍ତି, ତେବେ ଆପଣ କେବଳ ଅନେକ ପ୍ରକାରର ସଂକ୍ରମଣ ଏବଂ ପେଟ ସମସ୍ୟାରୁ ରକ୍ଷା ପାଇବେ ନାହିଁ, ବରଂ ଆପଣଙ୍କ ଶରୀରକୁ ଉଷ୍ମତା ମଧ୍ୟ ମିଳିବ ।
ରସୁଣ ସ୍ୱାସ୍ଥ୍ୟ ପାଇଁ ଅମୃତ ବୋଲି ବିବେଚନା କରାଯାଏ । ଏହାକୁ ସୀମିତ ପରିମାଣରେ ଏହାକୁ ଖାଇବା ଯେତିକି ଲାଭଦାୟକ, ଏହାକୁ ଅଧିକ ପରିମାଣରେ ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ ।
ଶୀତଦିନେ ଶରୀରକୁ ଗରମ ରଖିବା ପାଇଁ ଯଦି ଆପଣ ଅଧିକ ପରିମାଣର ରସୁଣ ଖାଉଛନ୍ତି, ତେବେ ସାବଧାନ ହୁଅନ୍ତୁ । ଏହାକୁ ଖାଇବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ମଧ୍ୟ ଜରୁରୀ । ଯଦି ଆପଣ ରସୁଣ ରାନ୍ଧନ୍ତି, ଏହା ପୁଷ୍ଟିକର, ଉଷ୍ମ ଏବଂ ହଜମ ହେବା ସହଜ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଭଙ୍ଗା ହାଡ ଶୀଘ୍ର ଭଲ ହୋଇଯାଏ । ଆୟୁର୍ବେଦ ଅନୁଯାୟୀ ରସୁଣ ଗଳାର ଉନ୍ନତି କରିଥାଏ।
ଆମେରିକାର ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରସୁଣରେ ଏପରି ଅନେକ ଗୁଣ ରହିଛି, ଯାହା ଆପଣଙ୍କୁ ଶୀତଦିନେ ଥଣ୍ଡା ଏବଂ ସକ୍ରମଣରୁ ରକ୍ଷା କରିଥାଏ। ପ୍ରତିଦିନ କଞ୍ଚା ରସୁଣ ଖାଇବା ଦ୍ୱାରା ଥଣ୍ଡା ଏବଂ ଫ୍ଲୁ ହେବାର ସମ୍ଭାବନା ପ୍ରାୟ 63 ପ୍ରତିଶତ କମିଯାଏ।
ଯଦି ଆପଣଙ୍କର ୟୁରିକ୍ ଏସିଡ୍ ଏବଂ ହାଇ କୋଲେଷ୍ଟ୍ରଲ ଜନିତ ସମସ୍ୟା ରହିଛି ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ରସୁଣ ମଧ୍ୟ ଖାଇପାରିବେ ।
କଞ୍ଚା ରସୁଣ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରାଯାଇପାରିବ । ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସହିତ ରସୁଣରେ ସେଲେନିୟମ୍, ଭିଟାମିନ୍ ଏ, ବି, ସି, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଜିଙ୍କ ଇତ୍ୟାଦି ରହିଛି । ରସୁଣ ଶରୀରରେ ରକ୍ତ ପ୍ରବାହକୁ ମଧ୍ୟ ବଢାଇଥାଏ । ଏଥିରେ ଥିବା ଆଲିସିନ୍ ନାମକ ଯୌଗିକ କାରଣରୁ ଏହାର ପ୍ରକୃତି ଗରମ ।
ରସୁଣ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏଥିସହ ହୃଦ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଥାଏ । କେବଳ ସେତିକି ନୁହେଁ, ହଜମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । କଞ୍ଚା ରସୁଣ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଧିରେ ଧିରେ ମୁକ୍ତି ମିଳିଥାଏ ।
ଯଦି ଆପଣଙ୍କର ଉଚ୍ଚ କୋଲେଷ୍ଟ୍ରଲ କିମ୍ବା ଉଚ୍ଚ ୟୁରିକ୍ ଏସିଡ୍ ସ୍ତରର ସମସ୍ୟା ଅଛି, ତେବେ ୨ ପାଖୁଡା କଞ୍ଚା ରସୁଣକୁ ସକାଳେ ଖାଲି ପେଟରେ ଚୋବାନ୍ତୁ ।
ଆୟୁର୍ବେଦ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରାତିରେ ଶୋଇବା ପୂର୍ବରୁ ୨ପାଖୁଡା ରସୁଣକୁ ପାଣିରେ ଭିଜାଇ ଦିଅନ୍ତୁ । ତା’ପରେ ତାହାକୁ ସକାଳେ ଖାଆନ୍ତୁ। କିନ୍ତୁ ଯେଉଁମାନଙ୍କର କୌଣସି ପ୍ରକାରର ଆଲର୍ଜି ରହିଛି ସେ ସ୍ଥଳେ ଆପଣ ଡାକ୍ତରଙ୍କ ପରାମର୍ଶ ପରେ ରସୁଣ ଖାଇବା ଉଚିତ ହେବ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़