BJP Organisation: ସାଙ୍ଗଠନିକ ଦକ୍ଷତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସାରେ ପୋତିଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
Advertisement
Article Detail0/zeeodisha/odisha1327507

BJP Organisation: ସାଙ୍ଗଠନିକ ଦକ୍ଷତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସାରେ ପୋତିଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Rajnath Singh praises Narendra Modi: କେବଳ ନିର୍ବାଚନ ​​ଜିତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଜେପିକୁ ବିସ୍ତାର କରିନାହାଁନ୍ତି ବରଂ ସେ ତାଙ୍କ ଆଦର୍ଶକୁ  ବିସ୍ତାର କରିବା ଏବଂ ଦେଶର ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ଏହା କରିଛନ୍ତି।

BJP Organisation: ସାଙ୍ଗଠନିକ ଦକ୍ଷତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସାରେ ପୋତିଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Rajnath Singh on Narendra Modi: ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତାଙ୍କ ତାଲିକାରେ ସର୍ବାଗ୍ରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି। ଏନେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସାଙ୍ଗଠନିକ ଦକ୍ଷତା, ଜନସାଧାରଣଙ୍କ ସହ ତାଙ୍କର ଯୋଗାଯୋଗ ଏବଂ ସେମାନଙ୍କ ଅସୁବିଧା ବାବଦରେ ତାଙ୍କର ବୁଝାମଣା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି।

ବରିଷ୍ଠ ସାମ୍ବାଦିକ ଅଜୟ ସିଂହଙ୍କ ଦ୍ୱାରା ଲିଖିତ 'ଆର୍କିଟେକ୍ଟ ଅଫ ବିଜେପି' ପୁସ୍ତକ ଉନ୍ମୋଚନ କରିବା ଅବସରରେ ପ୍ରତିରକ୍ଷା ରାଜନାଥ ସିଂହ (Defence Minister Rajnath Singh) ଏହା ମଧ୍ୟ କହିଛନ୍ତି ଯେ କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ବିକଳ୍ପ ଖୋଜୁଛନ୍ତି ହେଲେ ସେମାନେ ବିକଳ୍ପ ପାଇପାରୁ ନାହାଁନ୍ତି। ଜନସାଧାରଣ ସହ ଯୋଡ଼ି ହୋଇ ରୁହନ୍ତୁ। ସଫଳତା ଆପଣଙ୍କ ପାଖକୁ ଆସିଯିବ। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ମୌଳିକ ମନ୍ତ୍ର। ତାଙ୍କର ସାଙ୍ଗଠନିକ ଦକ୍ଷତା କୌଣସି ଇଶ୍ୱରୀୟ ଶକ୍ତି ବିନା ସମ୍ଭବ ନୁହେଁ। ଜନସାଧାରଣଙ୍କ ସହ ତାଙ୍କର ଯୋଗାଯୋଗ, ଦେଶର ସ୍ଥିତି ଉପରେ ନଜର, ସାଧାରଣ ଲୋକଙ୍କ ଅସୁବିଧା ବିଷୟରେ ଜାଣିବା ଦ୍ୱାରା କେବଳ ଦେଶରେ ନୁହେଁ ସେ ଅନ୍ୟ ଦେଶର ସମସ୍ତ ନେତାଙ୍କୁ ପଛରେ ପକାଇ ଦେଇ ବର୍ତ୍ତମାନ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି।

Also Read: BJP Organisational Change: ଦଳୀୟ ନେତାଙ୍କୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛି ଦଳ?

ଆମେରିକୀୟ କମ୍ପାନୀ 'ମର୍ନିଂ କନ୍ସଲଟ୍' ଦ୍ୱାରା କରାଯାଇଥିବା ଏକ ସର୍ଭେ ବାବଦରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକୀୟ ରାଷ୍ଟ୍ରପତି ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ୧୨ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ପଛରେ ପକାଇ ଲୋକପ୍ରିୟତା ହାସଲ କରିଛନ୍ତି।  

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପ୍ରଧାମନ୍ତ୍ରୀ ମୋଦିଙ୍କ ସହ ଜନସାଧାରଣଙ୍କ ଏକ ଭାବନାତ୍ମକ ସମ୍ପର୍କ ରହିଛି। ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଦେଶର କେତେକ ରାଜ୍ୟରେ ଏନଡିଏ ସରକାର ଥିଲା। ବର୍ତ୍ତମାନ ଏହି ସଂଖ୍ୟା ୧୬ ହୋଇସାରିଛି। ବର୍ତ୍ତମାନ ଦେଶରେ ବିଜେପି ପାଖରେ ୧୩ ଶହରୁ ଅଧିକ ବିଧାୟକ ଏବଂ ୪ ଶହରୁ ଅଧିକ ସାଂସଦ ଅଛନ୍ତି।

କିଛି ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଳ୍ପ ଖୋଜୁଛନ୍ତି। ହେଲେ ସେମାନଙ୍କୁ କୌଣସି ବିକଳ୍ପ ମିଳୁନାହିଁ। ସେ ରାଜନୈତିକ ବିଶେଷଜ୍ଞଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ସେମାନେ ବିଶ୍ୱାସ କରନ୍ତି ଯେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଳ୍ପ ଖୋଜୁଥିବା ଆସନ୍ତା ୨୦୨୯ ଲୋକସଭା ନିର୍ବାଚନ ପରେ ଏ ବାବଦରେ ଚିନ୍ତା କରିବା ଆବଶ୍ୟକ। କେବଳ ନିର୍ବାଚନ ​​ଜିତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଜେପିକୁ ବିସ୍ତାର କରିନାହାଁନ୍ତି ବରଂ ସେ ତାଙ୍କ ଆଦର୍ଶକୁ  ବିସ୍ତାର କରିବା ଏବଂ ଦେଶର ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ଏହା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଗାତାର ଭାବେ ମିଳୁଥିବା ନିର୍ବାଚନ ବିଜୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏନେଇ ସେ କହିଛନ୍ତି ଯେ ନିର୍ବାଚନ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ର ହେଉଛି କେବଳ ବିଜୟ ପାଇଁ ସଂଗ୍ରାମ କର। ବୁଥ ସ୍ତରରେ ଦଳୀୟ ସମର୍ଥକଙ୍କୁ ପରିଚାଳିତ କରିବା ତାଙ୍କ ରଣନୀତିର ଏକ ଅଂଶ ବିଶେଷ। ପ୍ରଧାନମନ୍ତ୍ରୀ ମୋଦିଙ୍କ "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ" ଆହ୍ୱାନ କୌଣସି ନିର୍ବାଚନୀ ଧୂଆଁବାଣ ନୁହେଁ। ବାସ୍ତବରେ ସେ ଏହି ମନ୍ତ୍ର ସହିତ ଆଗକୁ ବଢୁଛନ୍ତି।

Also Read: BJP Organisational Change: ଦଳରେ ବଢିଲା ୬ ଦଳୀୟ ନେତାଙ୍କ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରଣନୈତିକ କୌଶଳ ବିକାଶ ଯାତ୍ରା ଗୋଟିଏ ଦିନରେ ହୋଇନାହିଁ। ସେ ଦେଶରେ ବର୍ଷ ବର୍ଷ ଧରି ଯାତ୍ରା କରିବା ପରେ ସେ ଲୋକଙ୍କୁ ଜାଣିଛନ୍ତି ଏବଂ ଦେଶ ବୁଝିଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ବୁଝିଛନ୍ତି ଏବଂ ସେମାନଙ୍କ ସହ ଯୋଗାଯୋଗ କରିଛନ୍ତି। ସେ ଜାତି ଏବଂ ବର୍ଗର ସୀମା ଭାଙ୍ଗି ସେ ଦଳରେ ସମ୍ପ୍ରସାରଣର ଏପରି ଏକ ମଡେଲ ସୃଷ୍ଟି କରିଥିଲେ ଯାହାର କୌଣସି ବିକଳ୍ପ ନାହିଁ।