Delhi Politics : ଦିଲ୍ଲୀର ମଦନୀତି କ୍ରୋନୋଲୋଜି ବୁଝାଇଲେ ବିଜେପି ସାଂସଦ ମନୋଜ ତିଓ୍ବାରୀ
Advertisement
Article Detail0/zeeodisha/odisha1309703

Delhi Politics : ଦିଲ୍ଲୀର ମଦନୀତି କ୍ରୋନୋଲୋଜି ବୁଝାଇଲେ ବିଜେପି ସାଂସଦ ମନୋଜ ତିଓ୍ବାରୀ

Manoj Tiwari On Excise Chronology: ଦିଲ୍ଲୀ ବିଜେପି ସାଂସଦ ମନୋଜ ତିୱାରୀ (BJP MP Manoj Tiwari), ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରି କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ପରେ ପ୍ରକୃତ ଘଟଣା ପଦାକୁ ଆସିବ ଓ ଆପର ସମସ୍ତ ଦୁର୍ନୀତି ପଦାରେ ପଡିବ।

ପ୍ରତୀକାତ୍ମକ

Manoj Tiwari On Excise Chronology: ଶୁକ୍ରବାର ପୂର୍ବାହ୍ନରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ କରିଛି। ଦିଲ୍ଲୀର ଅବକାରୀ ନୀତିରେ (Excise Policy) ଅନିୟମିତତା ଯେଗୁଁ ହୋଇଥିବା ଏକ ମାମଲାକୁ କେନ୍ଦ୍ର କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିବିଆଇ ଚଢାଉରେ ହେବା ପରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟି(Aam Admi Party) ଏବଂ ଶାସକ ବିଜେପି (BJP) ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରସୋରରେ ଆରମ୍ଭ ହୋଇଛି। ଦିଲ୍ଲୀ ବିଜେପି ସାଂସଦ ମନୋଜ ତିୱାରୀ, ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରି କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ପରେ ପ୍ରକୃତ ଘଟଣା ପଦାକୁ ଆସିବ ଓ ଆପର ସମସ୍ତ ଦୁର୍ନୀତି ପଦାରେ ପଡିବ।

ବିଜେପି ସାଂସଦ ମନୋଜ ତିୱାରୀ(BJP MP Manoj Tiwari) କହିଛନ୍ତି ଯେ, ଏହି ଘଟଣାର କ୍ରୋନୋଲୋଜି ବୁଝିବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ, ୨୦୨୧ରେ ଦିଲ୍ଲୀରେ ଅବକାରୀ ନୀତି ପ୍ରସ୍ତୁତ କରିବାର ପ୍ରଣାଳୀ ଆରମ୍ଭ ହୋଇଥିଲା। ଜୁଲାଇ ୮, ୨୦୨୨ରେ ଦିଲ୍ଲୀ ମୁଖ୍ୟ ସଚିବ, ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ (LG) ନିକଟରେ ମଦ ନୀତି ସମ୍ପର୍କରେ ଏକ ଅଭିଯୋଗ କରିଥିଲେ। ଧରାପଡିଯିବା ଭୟରେ ଅରବିନ୍ଦ କେଜ୍ରିୱାଲ ଜୁଲାଇ ୧୪ରେ କ୍ୟାବିନେଟ ବୈଠକ ଡାକିଥିଲେ। ଜୁଲାଇ ୨୨ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦିଲ୍ଲୀର ମଦ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ଅରବିନ୍ଦ କେଜ୍ରିୱାଲ ଜୁଲାଇ ୩୦ରେ ଅବକାରୀ ନୀତି ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ।

ମନୋଜ ତିୱାରୀ କହିଛନ୍ତି ଯେ, ଏହି ଘଟଣା ପରେ ଅରବିନ୍ଦ କେଜ୍ରିୱାଲ ନିଜେ ପ୍ରମାଣ କରିଛନ୍ତି, ଏଥିରେ ଏକ ବଡ ଦୁର୍ନୀତି ହୋଇଛି। ଆଉ ଏହି ଦୁର୍ନୀତି କୋଟି କୋଟି ଟଙ୍କା ହୋଇଛି। ସେ କହିଛନ୍ତି ଯେ, ଦିଲ୍ଲୀର ମଦ ନୀତିକୁ ସମସ୍ତେ ବିରୋଧ କରିଛନ୍ତି। ଏପରିକି କେଜ୍ରିୱାଲ ଏହାକୁ ବିରୋଧ କରୁଥିବା ମହିଳାଙ୍କ ଉପରେ ଲାଠି ଚାର୍ଜ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। କେବଳ ସେହି ମହିଳାଙ୍କ ଚିତ୍କାର ପାଇଁ ଆଜି ସିବିଆଇ ଚଢାଉ କରୁଛି। ଏହାଦ୍ୱାରା ପ୍ରକୃତ ସତ ପଦାକୁ ଆସିବ। ସେ କହିଛନ୍ତି ଯେ, ଏମାନେ ସମସ୍ତେ ଏପରି ଅପରାଧୀ, ଯେଉଁମାନଙ୍କୁ ଆଇନ ଅନୁଯାୟୀ ଯେତେ କଠୋର ଦଣ୍ଡ ଦେଲେ ମଧ୍ୟ କମ ପଡିଯିବ। ବିଜେପି ସାଂସଦ କହିଛନ୍ତି, ଯେତେବେଳେ ଦେଶ କରୋନା ସହ ଲଢୁଥିଲା, ସେତେବେଳେ କେଜରିଓ୍ବାଲ ୧୪୪ କୋଟି ଟଙ୍କା ମଦ ମାଫିଆ ଛାଡ କରୁଥିଲେ। ତେଣୁ, ମଦ ନୀତି ନାଁରେ ଦିଲ୍ଲୀରେ କୋଟି କୋଟି ଟଙ୍କାର ଲୁଟ୍ କରିଥିବା ସେ ଅଭିଯୋଗ କରିଛନ୍ତି।

ଏହି ରେଡକୁ ନେଇ ପାଲଟା ଯବାବ ଦେଇନ୍ତି ମନିଶ ସିସୋଦିଆ। ସେ କହିଥିଲେ ଯେ, ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟରେ ହେଉଥିବା ଉନ୍ନତ ମୂଳକ କାର୍ଯ୍ୟ ପାଇଁ ବିଜେପି ଅସୁବିଧାରେ ପଡ଼ିଛନ୍ତି। ସେଥିପାଇଁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀଙ୍କୁ ଗିରଫ କରାଯାଇଛି, ଯାହାଦ୍ବାରା ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ହେଉଥିବା ଉତ୍ତମ କାର୍ଯ୍ୟ ବନ୍ଦ ହୋଇପାରିବ। ଏହାର ଜବାବରେ ମନୋଜ ତିୱାରୀ କହିଥିଲେ, ଏହି ଚଢାଉ ଶିକ୍ଷା ନୀତି ପାଇଁ ନୁହେଁ ବରଂ ମଦ ନୀତିରେ କରାଯାଇଥିବା ଦୁର୍ନୀତି ପାଇଁ। ଶିକ୍ଷା ନୀତିକୁ ମନୋଜ ତିୱାରୀ କହିଥିଲେ, କେଉଁଠାରେ ବିଦ୍ୟାଳୟ ଭୁଶୁଡ଼ିବାକୁ ଯାଉଛି ତ କେଉଁଠାରେ ସେମାନେ ବିଦ୍ୟାଳୟ ହିଁ ବନ୍ଦ କରି ଦେଇଛନ୍ତି। ବିଦ୍ୟାଳୟରେ କୋଠରୀକୁ ନେଇ ଦୁର୍ନୀତି ହୋଇଛି, ହେଲେ ପରେ ସେ ବିଷୟରେ ଆଲୋଚନା କରିବେ। ସେ କହିଛନ୍ତି ଯେ, ମନୀଷ ସିସୋଡଦିଆ, କାଗଜ ଦେଖାନ୍ତୁ ଏବଂ ସତ୍ୟ କଣ ତାହା ପ୍ରମାଣ କରନ୍ତୁ, ନଚେତ୍ ଆଇନ ସମସ୍ତଙ୍କ ପାଇଁ ସମାନ।