Independence Day: ବିଜେପି ବିଜ୍ଞାପନରୁ ବାଦ ପଡ଼ିଲେ ନେହେରୁ, ତାତିଉଠିଲା କଂଗ୍ରେସ
Advertisement
Article Detail0/zeeodisha/odisha1303866

Independence Day: ବିଜେପି ବିଜ୍ଞାପନରୁ ବାଦ ପଡ଼ିଲେ ନେହେରୁ, ତାତିଉଠିଲା କଂଗ୍ରେସ

Nehru out from Advertisement:  'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ ପାଇଁ ପ୍ରକାଶିତ ହୋଇଥିବା ସରକାରୀ ବିଜ୍ଞାପନରୁ ବିଜ୍ଞାପନରୁ ବାଦ ପଡ଼ିଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ। ଏହାକୁ ନେଇ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। 

Independence Day: ବିଜେପି ବିଜ୍ଞାପନରୁ ବାଦ ପଡ଼ିଲେ ନେହେରୁ, ତାତିଉଠିଲା କଂଗ୍ରେସ

Nehru out from Advertisement: ଦେଶର ୭୬ ତମ ସ୍ୱାଧିନତା ଦିବସ ଅବସରରେ ସମଗ୍ର ଦେଶରେ ପାଳିତ ହୋଇଯାଇଛି ସ୍ୱାଧିନତାର ଅମୃତ ମହୋତ୍ସବ। ଏହି ଅବସରରେ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ ପାଇଁ ପ୍ରକାଶିତ ହୋଇଥିବା ସରକାରୀ ବିଜ୍ଞାପନରୁ ବିଜ୍ଞାପନରୁ ବାଦ ପଡ଼ିଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ। ଏହାକୁ ନେଇ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। 

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଧାନ ପରିଷଦ ସଦସ୍ୟ ରବି କୁମାର ସୋମବାର କହିଛନ୍ତି ଯେ ଅଖଣ୍ଡ ଭାରତ ବର୍ଷ ବିଭାଜିତ କରିଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଫଟୋ ସରକାରୀ ବିଜ୍ଞାପନରୁ ହଟାଇବା ଭୁଲ ନୁହେଁ। ଏହାକୁ ଜାଣିଶୁଣି କରାଯାଇଛି। ସରକାରୀ ବିଜ୍ଞାପନରୁ ନେହେରୁଙ୍କ ପ୍ରତିଛବି ହଟାଇବା ଉଦ୍ଦେଶ୍ୟମୂଳକ। ସ୍ୱାଧୀନତା ପରେ କଂଗ୍ରେସ ଭଙ୍ଗ ହୋଯିବା ଆବଶ୍ୟକ ବୋଲି ମହାତ୍ମା ଗାନ୍ଧୀ କହିଥିଲେ। ହେଲେ ନେହେରୁ କଂଗ୍ରେସ ଭଙ୍ଗ କରି ନାହାଁନ୍ତି। ଏହି ସମସ୍ତ କାରଣ ପାଇଁ ନେହେରୁଙ୍କ ଫଟୋ ସରକାରୀ ବିଜ୍ଞାପନରୁ ହଟାଯାଇଛି। ନେହେରୁ ଗାନ୍ଧିଜୀଙ୍କ କଥା ଶୁଣୁନଥିଲେ। ଯାହା ଫଳରେ ଅଖଣ୍ଡ ଭାରତ ବର୍ଷ ବିଭାଜିତ ହୋଇଥିଲା। ଯେଉଁଥିପାଇଁ ସରକାରୀ ବିଜ୍ଞାପନରୁ ତାଙ୍କ ଫଟୋ ହଟାଯାଇଛି।

କର୍ଣ୍ଣାଟକ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶ୍ନ କରିଥିଲେ ଯେ ନିଜର ଶାସନ କାଳରେ ଟିପୁ ସୁଲତାନ ଅନେକ ମନ୍ଦିର ଧ୍ୱଂସ କରି ଲକ୍ଷ ଲକ୍ଷ ଲୋକଙ୍କୁ ଧର୍ମାନ୍ତରିତ କରିଥିଲେ। କଂଗ୍ରେସ ହିନ୍ଦୁ ବିରୋଧି ଟିପୁ ସୁଲତାନ ଫଟୋ କାହିଁକି ରଖିଥିଲା? କଂଗ୍ରେସ ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଛନ୍ତି ଯେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହେଉଛନ୍ତି ସୋନିଆ ଗାନ୍ଧୀଙ୍କ ସଖିକଣ୍ଢେଇ। 

Also Read: ଟିପୁ ସୁଲତାନଙ୍କୁ ନେଇ କର୍ଣ୍ଣାଟକ ବିଜେପି ଦୁଇ ଫାଳ

କଂଗ୍ରେସ ନେତା ସିଦ୍ଧରମୈୟା ନେହେରୁଙ୍କୁ ଅପମାନିତ କରିଥିବାରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ ସିଦ୍ଧରମୈୟା। ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ସିଦ୍ଧରମୈୟା କହିଛନ୍ତି ଯେ ଯେତେବେଳେ ଆମେ ଭାବୁଥିଲୁ ବ୍ରିଟିଶ ସରକାରଙ୍କ ଗୋଲାମୀ ଶେଷ ହୋଇଯାଇଛି ହେଲେ ବର୍ତ୍ତମାନର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ସେ ଆରଏସଏସର ଗୋଲାମ ଅଛନ୍ତି। ବର୍ତ୍ତମାନ ସରକାରୀ ବିଜ୍ଞାପନରୁ ନେହେରୁ ଫଟୋ ସ୍ୱାଧୀନତା ସଂଗ୍ରାମୀ ତାଲିକାରେ ଅନ୍ତର୍ଭୁକ୍ତ ନକରି ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏହା ଦର୍ଶାଯାଇଛନ୍ତି ସେ ତାଙ୍କ ମୁଖ୍ୟମନ୍ତ୍ରୀ ଗାଦି ବଞ୍ଚାଇବା କିଭଳି ପ୍ରକାର କାମ କରିପାରନ୍ତି। କାରାଗାରରୁ ମୁକ୍ତ ହେବା ଲାଗି ବ୍ରିଟିଶ ସରକାରଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିବା ବିନାୟକ ଦାମୋଦର ସାବରକରଙ୍କୁ ଏବେ ଆଗ ଧାଡିରେ ସ୍ଥାନ ମିଳୁଛି। ହେଲେ ଦେଶର ଦଳିତଙ୍କ ଉତଥାନ ଲାଗି ସ୍ୱର ଉଠାଇଥିବା ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବଙ୍କୁ ଶେଷ ଧାଡିରେ ରଖାଯାଇଛି। ଏହା ବିଜେପି ସରକାରର ନିମ୍ନ ଚିନ୍ତାଧାରାକୁ ଦର୍ଶାଉଛି।