Election 2022: ବିଧାନସଭା ନିର୍ବାଚନ ପାଇଁ ସମସ୍ତ ୬୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି
Advertisement

Election 2022: ବିଧାନସଭା ନିର୍ବାଚନ ପାଇଁ ସମସ୍ତ ୬୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

Assembly Elections 2022: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସମସ୍ତ ୬୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଏଥର ଦଳର ବହୁ ହେଭିୱେଟ ନେତାଙ୍କ ଟିିକେଟ କାଟିଛି ବିଜେପି।

Election 2022: ବିଧାନସଭା ନିର୍ବାଚନ ପାଇଁ ସମସ୍ତ ୬୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

Himachal Pradesh Elections 2022: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି କାର୍ଯ୍ୟସୂଚୀ ଘୋଷଣା କରି ସାରିଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ୬୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ ଦଳ ୬୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୬ ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। 

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦେହରା ଆସନରୁ ରମେଶ ଧୱାଲା, ଜ୍ୱାଲାମୁଖୀରୁ ରବିନ୍ଦ୍ର ରବି, କୁଲୁରୁ ମହେଶ୍ୱର ସିଂହ, ବଡସରାରୁ ମାୟା ଶର୍ମା, ହରୋଲିରୁ ପ୍ରଫେସର ରାମକୁମାର, ରାମପୁରରୁ କୌଲ୍ ନେଗିଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏହା ପୂର୍ବରୁ ବୁଧବାର ବିଜେପି ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିସାରିଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୁଣି ଥରେ ସିରାଜ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏହି ନିର୍ବାଚନରେ ​​ବିଜେପି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲଙ୍କୁ ଟିକେଟ୍ ଦେଇନାହିଁ। ଦଳ ତାଙ୍କ ସ୍ଥାନରେ ସୁଜନପୁର ଆସନରୁ କ୍ୟାପଟେନ (ଅବସରପ୍ରାପ୍ତ) ରଣଜିତ ସିଂହଙ୍କୁ ପ୍ରାର୍ଥୀ କରିଛି। ଗତ ବିଧାନସଭା ନିର୍ବାଚନରେ  ସୁଜନପୁର ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବଳିଷ୍ଠ କଂଗ୍ରେସ ନେତା ରାଜେନ୍ଦ୍ର ରାଣା ପରାସ୍ତ କରିଥିଲେ। ପ୍ରେମ କୁମାର ଧୁମଲ ପରାଜୟ ବରଣ କରିବା ପରେ ବିଜେପି ଜୟରାମ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲା। 

Also Read: Himachal Pradesh Election: ନିର୍ବାଚନ ବିଗୁଲ ଫୁଙ୍କିଲେ ମୋଦି, ସରଗରମ ହିମାଚଳ ପ୍ରଦେଶ ରାଜନୀତି

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲଙ୍କୁ ଟିକେଟ ଦିଆଯାଇ ନାହିଁ। କେନ୍ଦ୍ରମନ୍ତ୍ରୀଙ୍କ ଶ୍ୱଶୁର ଗୁଲାବ ସିଂହଙ୍କୁ ମଧ୍ୟ ଟିକେଟ ମିଳିନାହିଁ। ଗତ ୨୦୧୭ ନିର୍ବାଚନରେ ​​ଉଭୟେ ପରାସ୍ତ ହୋଇଥିଲେ। 

ପୂର୍ବତନ ରାଜ୍ୟ ବିଜେପି ସଭାପତି ସତ୍ୟପାଲ ସିଂହ ସତୀ ପୁଣି ଥରେ ଉନା ଆସନରୁ ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ଗତ ବିଧାନସଭା ନିର୍ବାଚନରେ ​​ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ସତ୍ୟପାଲ ସିଂ ରାୟଜାଦା ପରାସ୍ତ କରିଥିଲେ। ଚୁରାହ ଆସନରୁ ହଂସ ରାଜ, ଭରମୌରୁ ଡକ୍ଟର ଜନ୍ନକ ରାଜ, ଚମ୍ବାରୁ ଇନ୍ଦିରା କପୁର, ଡାଲହୋଇରୁ ଡି.ଏସ୍ ଠାକୁର, ଭାଟିଆଲରୁ ବିକ୍ରମ ଜରିୟାଲ, ନୁରପୁରରୁ ରଣଭୀର ସିଂ, ଇନ୍ଦୌରରୁ ରୀତା ଧିମାନ, ଫତେହପୁରରୁ ରାକେଶ ପଠାନିଆ, ଜାୱାଲିରୁ ସଞ୍ଜୟ ଗୁଲେରିଆ, ଜସନ-ପ୍ରଙ୍ଗପୁରରୁ ବିକ୍ରମ ଠାକୁର, ଜୟସିଂହପୁରରୁ ରବିନ୍ଦର ଧିମାନଙ୍କୁ ପ୍ରାର୍ଥୀ କରିଛି ବିଜେପି। 

ସୁଲାରୁ ବିପିନ୍ ସିଂହ ପରମାର, ନଗରୋଟାରୁ ଅରୁଣ କୁମାର ମେହେରା, କାଙ୍ଗ୍ରାରୁ ପୱନ କାଜଲ, ଶାହପୁରରୁ ସରବିନ ଚୌଧୁରୀ, ଧର୍ମଶାଳାରୁ ରାକେଶ ଚୌଧୁରୀ, ପାଲାମପୁରରୁ ତ୍ରିଲୋକ କପୁର, ବୈଜନାଥରୁ ମୁଲଖରାଜ ପ୍ରିମି, ଲାହୌଲ ସ୍ପିତିରୁ ରାମଲାଲ ମାର୍କଣ୍ଡେୟଙ୍କୁ ଟିକେଟ ମିଳିଛି।

ମନାଲିରୁ ଗୋବିନ୍ଦ ସିଂହ ଠାକୁର, ବଞ୍ଜରରୁ ସୁରେନ୍ଦର କୁମାର, କରସୋଗରୁ ଦୀପରାଜ କପୁର, ସୁନ୍ଦରନଗରରୁ ରାକେଶ ଜାମ୍ବାଓ, ନାଚାନରୁ ବିନୋଦ କୁମାର, ଦରଙ୍ଗରୁ ପୁରଣ ଚାନ୍ଦ ଠାକୁର, ଯୋଗୀନ୍ଦ୍ରନଗରରୁ ପ୍ରକାଶ ରାଣା, ଧର୍ମପୁରରୁ ରଜତ ଠାକୁର, ମଣ୍ଡିରୁ ଅନିଲ ଶର୍ମା, ବହ୍ଲାରୁ ଇନ୍ଦର ସିଂହ ଗାନ୍ଧୀ, ଭରଞ୍ଜରରୁ ଅନିଲ ଧିମାନ, ସୁଜାନପୁରରୁ ରଣଜିତ ସିଂହ, ହମିରପୁରରୁ ନରେନ୍ଦ୍ର ଠାକୁର, ନାଦୌନରୁ ବିଜୟ ଅଗ୍ନିହୋତ୍ରୀଙ୍କୁ ପ୍ରାର୍ଥୀ କରିଛି ବିଜେପି। 

Also Read: CM Jairam Thakur: 'ଆସନ୍ତା ୨୦-୨୫ ପର୍ଯ୍ୟନ୍ତ ରାଜ୍ୟରେ କ୍ଷମତାକୁ ଫେରିବେ ନାହିଁ ବିରୋଧି'

ଚିନ୍ତପୁର୍ନିରୁ ବଲବୀର ସିଂହ ଚୌଧୁରୀ, ଗରରେଟରୁ ରାଜେଶ ଠାକୁର, କୁଟଲୌହଡ଼ରୁ ବିରେନ୍ଦ୍ର କନୱର, ଝଣ୍ଡୁତାରୁ ଜେ.ଆର. କଟବଲ, ଘୁମାରମ୍ୱୀରୁ ରାଜେନ୍ଦ୍ର ଗର୍ଗ, ବିଲାସପୁରରୁ ତ୍ରିଲୋକ ଜମ୍ବାଲ, ନୈନା ଦେବୀଜୀରୁ ରଣଧୀର ଶର୍ମା, ଆର୍କିରୁ ଗୋବିନ୍ଦ ରାମ ଶର୍ମା, ନାଲାଗଡ଼ରୁ ଲଖବିନ୍ଦ୍ର ରାଣା, ଡୁନରୁ ସରଦାର ପରମଜିତ ସିଂହ, ସୋଲନରୁ ରାଜେଶ କାଶ୍ୟପ, କସୌଲିରୁ ରାଜୀବ ସୈଜଲ, ପଚ୍ଛାଦରୁ ରୀନା କାଶ୍ୟପ, ନାହନରୁ ରାଜୀବନ ବିନ୍ଦଲ, ରେନୁକାଜୀରୁ ନାରାୟଣ ସିଂହ, ପମ୍ବଟା ସାହିରୁ ସୁଖରାମ ଚୌଧୁରୀ, ଶାଲାଇରୁ ବଲଦେବ ତୋମାର, ଚୌପାଲରୁ ବଲବୀର ବର୍ମା, ଠିୟୋଗରୁ ଅଜୟ ଶ୍ୟାମ, କସୁମ୍ପଟି ସୁରେଶ ଭରଦ୍ୱାଜ, ଶିମଲାରୁ ସଞ୍ଜୟ ସୁଦଙ୍କୁ ଟିକେଟ ଦେଇଛି ବିଜେପି।