Bihar Politics: ପ୍ରଶାନ୍ତ କିଶୋରଙ୍କ ଉପରେ କ'ଣ କହିଲେ ନୀତିଶ କୁମାର?
Advertisement
Article Detail0/zeeodisha/odisha1342453

Bihar Politics: ପ୍ରଶାନ୍ତ କିଶୋରଙ୍କ ଉପରେ କ'ଣ କହିଲେ ନୀତିଶ କୁମାର?

Nitish Kumar on Prashant Kishor: ପ୍ରଶାନ୍ତ କିଶୋରଙ୍କ ଏହି ବୟାନ ଉପରେ ଜବାବ ରଖି ନୀତିଶ କୁମାର କହିଛନ୍ତି ତାଙ୍କ କଥାର କୌଣସି ଅର୍ଥ ନାହିଁ। ସେ ବିହାର ବାବଦରେ ଜାଣିଛନ୍ତି? ଯଦି ସେ କିଛି କହୁଛନ୍ତି, ତାହେଲେ ବୁଝନ୍ତୁ ଯେ ତାଙ୍କ ମନ ବିଜେପି ସହିତ ରହିବ। ଯାହା କେନ୍ଦ୍ରରେ କ୍ଷମତାସୀନ ଦଳକୁ ସାହାଯ୍ୟ କରିବ। ସେ ମୋ ସହିତ ଆସିଲେ ନାହିଁ। 

Bihar Politics: ପ୍ରଶାନ୍ତ କିଶୋରଙ୍କ ଉପରେ କ'ଣ କହିଲେ ନୀତିଶ କୁମାର?

Nitish Kumar on Prashant Kishor: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦିଲ୍ଲୀ ଗସ୍ତ ତୃତୀୟ ଦିନରେ ପହଞ୍ଚିଛି। ଏହି ଗସ୍ତ ଅବସରରେ ସେ ବୁଧବାର ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଏକତା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ନୀତୀଶ କୁମାର କହିଛନ୍ତି ଯେ ଯଦି ଏହା ଗଠନ ହେବାକୁ ଯାଉଛି ତାହେଲେ ତୃତୀୟ ସାମୁଖ୍ୟ ନୁହେଁ ବରଂ ମୁଖ୍ୟ ସାମୁଖ୍ୟ ଗଠନ ହେବ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ୨ ବର୍ଷରୁ କମ୍ ସମୟ ବାକି ଅଛି। ସମୟ ପାଖେଇ ଆସୁଥିବାରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ।

ଏହି ମାମାଲରେ ବିରୋଧି ଧଲ ପକ୍ଷରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗରେ ଅଛନ୍ତି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସେ ବର୍ତ୍ତମାନ ଠାରୁ ବିରୋଧୀ ନିଜକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ଏନେଇ ୩ ଦିନିଆ ଦିଲ୍ଲୀ ଗସ୍ତରେ ଆସି ବିରୋଧି ଦଳର ନେତା ଯଥା ସାମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ,  ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ସିପିଏମ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି.ରାଜା, ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି।  

ଗସ୍ତ ଅବସରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ନୀତୀଶ କୁମାରଙ୍କୁ ତୃତୀୟ ସାମୁଖ୍ୟ ଗଠନ ଉପରେ ପ୍ରଶ୍ନ କରାଯାଇଥିଲା। ଏହାର ଜବାବ ରଖି ସେ କହିଛନ୍ତି ଯେ, ତୃତୀୟ ସାମୁଖ୍ୟ ନୁହେଁ ବରଂ ମୁଖ୍ୟ ସାମୁଖ୍ୟ ଗଠନ ହେବ। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବିବୃତ୍ତିରେ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ବିହାର ରାଜନୀତିରେ ଯାହା ଘଟିଛି ଜାତୀୟ ରାଜନୀତିରେ ତାହାର କୌଣସି ପ୍ରଭାବ ଦେଶର ରାଜନୀତି ଉପରେ ଅନୁଭବ ହେବ ନାହିଁ। 

Also Read: Bihar Politics: ରାଜ୍ୟରେ କେତେ ଦିନ ପର୍ଯ୍ୟନ୍ତ କ୍ଷମତାରେ ରହିବ ୭ ଦଳିଆ ସରକାର?

 

ପ୍ରଶାନ୍ତ କିଶୋରଙ୍କ ଏହି ବୟାନ ଉପରେ ଜବାବ ରଖି ନୀତିଶ କୁମାର କହିଛନ୍ତି ତାଙ୍କ କଥାର କୌଣସି ଅର୍ଥ ନାହିଁ। ସେ ବିହାର ବାବଦରେ ଜାଣିଛନ୍ତି? ଯଦି ସେ କିଛି କହୁଛନ୍ତି, ତାହେଲେ ବୁଝନ୍ତୁ ଯେ ତାଙ୍କ ମନ ବିଜେପି ସହିତ ରହିବ। ଯାହା କେନ୍ଦ୍ରରେ କ୍ଷମତାସୀନ ଦଳକୁ ସାହାଯ୍ୟ କରିବ। ସେ ମୋ ସହିତ ଆସିଲେ ନାହିଁ। ପରେ ଆମେ ପରାମର୍ଶ ଦେଇଥିଲୁ ଯେ ଏହି ସମସ୍ତ କାର୍ଯ୍ୟ ବନ୍ଦ ହେବା ଆବଶ୍ୟକ। ହେଲେ  ସେ ରାଜି ହୋଇନଥିଲେ। ଦେଶରେ ଅନେକ ରାଜନୈତିକ ଦଳ ଅଛି। ସେମାନେ ନିଜର କାମ କରୁଛନ୍ତି। ସେ ବିହାରରେ ଯାହା କରିବାକୁ ଚାହୁଁଛନ୍ତି, ତାହା କରିପାରନ୍ତି। ତାଙ୍କ ବିବୃତ୍ତିର କୌଣସି ଗୁରୁତ୍ୱ ନାହିଁ।

ପୂର୍ବରୁ ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ମହାମେଣ୍ଟ ସରକାରର ସ୍ଥାୟୀତ୍ୱ ଉପରେ ସନ୍ଦେହ ପ୍ରକଟ କରି ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ତଥା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ୭ ଦଳୀୟ ସରକାର କ୍ଷମତାରେ ରହିବା ନେଇ ମନେ ହେଉନାହିଁ।

ବିହାରର (Bihar) ସମସ୍ତିପୁର (Samastipur) ଜିଲ୍ଲାରେ ଗଣମାଧ୍ୟମରେ ପ୍ରତିକ୍ରିୟା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (Election Strategist Prashant Kishor) କହିଛନ୍ତି ଯେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ପର୍ଯ୍ୟନ୍ତ ମହାମେଣ୍ଟ ସରକାରରେ ସାମିଲ ହୋଇଥିବା ୭ ଦଳ ଏକାଠି ରହିପାରନ୍ତି। ମାତ୍ର ଆସନ୍ତା ୨୦୨୫ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2025) ପର୍ଯ୍ୟନ୍ତ ସେମାନେ ଏକାଠି ରହିବା ଉପରେ ସନ୍ଦେହ ସୃଷ୍ଟି ହେଉଛି। ମହାମେଣ୍ଟ ସରକାରଙ୍କ (Bihar Grand Alliance Govt) ସ୍ଥାୟୀତ୍ୱ ଉପରେ ମତ ରଖି ସେ କହିଛନ୍ତି ଯେ ଗତ ୨୦୧୨ ବର୍ଷ ପର ଠାରୁ ବିହାର ରାଜନୀତିରେ (Bihar Politics) ଏହା ହେଉଛି ଷଷ୍ଠ ପରୀକ୍ଷଣ ଯେଉଁ କାରଣରୁ ସରକାର ବଦଳି ଯାଇଛି। ବିହାରରେ ବାରମ୍ବାର ସରକାର ପରିବର୍ତ୍ତନ ରାଜ୍ୟର ବିକାଶ ଉପରେ ଖରାପ ପ୍ରଭାବ ପକାଇଛି। ରାଜ୍ୟରେ ବିକାଶର ଗତି ମନ୍ଥର ହୋଇଯାଇଛି।

Also Read: Bihar Politics: ଏନଡିଏ ମେଣ୍ଟ ଭାଙ୍ଗିବା ପରେ ନୀତିଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ କଟାକ୍ଷ

 

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ (Bihar CM Nitish Kumar) କଟାକ୍ଷ କରି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କହିଛନ୍ତି ମୁଖ୍ୟମନ୍ତ୍ରୀ ଗାଦି ଉପରେ ଅଠା ଭଳି ଲାଗି ଯାଇଛନ୍ତି। ୨୦୧୪ ବର୍ଷର ନୀତୀଶ କୁମାର ଏବଂ ୨୦୨୦ ବର୍ଷର ନୀତୀଶ କୁମାରଙ୍କ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। ଯାହାର ଉଦାହରଣ ଜେଡିୟୁର ନିର୍ବାଚନ ଫଳାଫଳାରେ ଦେଖିବାକୁ ମିଳିପାରେ।